ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ପଡ଼ିବ କରାେନା ର ଟିକା

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ( CEO) ଅଦର ପୁନାବାଲା କହିଛନ୍ତି କି ଇତିହାସରେ କେବେବି ଏମିତି ଦେଖା ଯାଇନି କି ଗୋଟେ ଟିକା ର ଥରେ ଆବଶ୍ୟକତା ପୁରିଯିବ। ପୁନାବାଲା କହିଛନ୍ତି କି ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ କରୋନା ଭାଇରସ ର ଟିକା ଆବଶ୍ୟକ ପଡ଼ିବ।

ଯଦି ଆପଣ ଭାବୁଛନ୍ତି କି କରୋନା ପୃଥିବୀରୁ ଆଉ କିଛି ମାସ ମଧ୍ୟରେ ଶେଷ ହୋଇଯିବ ତ ଆପଣ ଆପଣଙ୍କର ଚିନ୍ତାଧାରା କୁ ବଦଳେଇ ଦିଅନ୍ତୁ। ଦୁନିଆର ସବୁଠାରୁ ବଡ଼ ଟିକା ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ର CEO ଅଦର ପୁନାବାଲା କହିଛନ୍ତି କି ଦୁନିଆରେ ଆଗକୁ କରୋନା ସଂକ୍ରମଣ ହେବ।

କଣ କହିଛନ୍ତି ପୁନାବାଲା:

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ SII ର ମୁଖ୍ୟ ଅଧିକାରୀ (CEO) ଅଦର ପୁନାବାଲା Business today.in ୱେବସାଇଟ ରେ କଥାବାର୍ତ୍ତା ସମୟରେ କହିଛନ୍ତି, ଇତିହାସରେ ଏଭଳି କେବେ ଦେଖା ଯାଇନି କି ଟିକା ର ଆବଶ୍ୟକତା ମାତ୍ର ଥରେ ପଡ଼ିବ। ସେ କହିଛନ୍ତି କି,’ ଫ୍ଲୁ, ନିମୋନିଆ, ଚେଚକ ଏବଂ ପୋଲିଓ ର ଟିକା କେତେ ବର୍ଷ ରୁ ଚାଲି ଆସୁଛି, ଏଥି ମଧ୍ୟରୁ କୌଣସି ବି ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ‘।ସେ କହିଛନ୍ତି ଯଦି ଜନ ସଂଖ୍ୟାର ଶହେ ପ୍ରତିଶତ କୁ ବି ଟିକା କରଣ କରାଯିବ ତେବେ ମଧ୍ୟ କୋଭିଡ 19 ଟିକା ର ଆବଶ୍ୟକତା ପଡ଼ିବ।

କଣ କରିଥାଏ ଟିକା:

google

ସେ କହିଛନ୍ତି କି, ଟିକା କୌଣସି ଠୋସ ପ୍ରମାଣ ନୁହେଁ, ଏହା ଆପଣ ଙ୍କ ଇମ୍ୟୁନିଟ କୁ ବଢାଇ ଥାଏ। ଏହା ଆପଣଙ୍କୁ ବଞ୍ଚାଇ ଥାଏ। ଏହା ବିମାରି ର ପ୍ରଭାବ କୁ ମଧ୍ୟ କମାଇଥାଏ କିନ୍ତୁ ଏହା ଶତ ପ୍ରତିଶତ ମାମଲାରେ ରୋଗୀକୁ ସଂକ୍ରମଣ ହେବାର ରୋକି ପରି ନଥାଏ। ଯଦି ଶହେ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ ତଥାପି ଭବିଷ୍ୟତ ରେ ଟିକା ର ଆବଶ୍ୟକତା ପଡ଼ିବ।

ପାଞ୍ଚ ପ୍ରକାର ର ଟିକା ତିଆରି କରିବ କମ୍ପାନୀ:

google

ସିରମ୍ ଇନଷ୍ଟିଚ୍ୟୁଟ ୨୦୨୧-୨୨ ମସିହା ଶେଷ ସୁଦ୍ଧା ବିଶ୍ୱ ପାଇଁ ପାଞ୍ଚ ଅଲଗା ଅଲଗା ପ୍ରକାର କୋଭିଡ 19 ର ଟିକା ତିଆରି କରିବ। ପୁନାବାଲା କହିଛନ୍ତି କି, ଆମର ଯୋଜନା ପ୍ରତ୍ୟେକ ତିନି ମାସ ରେ ଗୋଟିଏ ଲଞ୍ଚ କରିବାର ଅଛି। ଏହାର ଆରମ୍ଭ Covishield ରୁ ଆରମ୍ଭ ହେବ, ଯାହା ଆର ବର୍ଷ ରୁ ଆରମ୍ଭ ହେବ। ଯାହାର ଲାଇସେନ୍ସ AstraZenela ରୁ ମିଳିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *