ଉତ୍ତର ପ୍ରଦେଶ ରୁ ହୃଦୟ କମ୍ପି ଉଠିଲା ଭଳି ଫଟୋ ସାମ୍ନାକୁ ଆସିଛି, ଯେଉଁଠି ପତ୍ନୀ କୁ ଏକା କରିବାକୁ ପଡିଲା ପତିର ଅନ୍ତିମ ସଂସ୍କାର। ଦିନସାରା ଶବ କୁ ରଖି ଅପେକ୍ଷା କରି ରହିଲା କି କିଏ ଆସିବ ବୋଲି, କିନ୍ତୁ ନା ପରିବାର ଲୋକ ଆସିଲେ ନା ପଡ଼ୋଶୀ। ଯେତେବେଳେ ସମସ୍ତେ ଦୂରେଇ ଗଲେ ଶେଷରେ ଜଣେ ଡାକ୍ତର ସାହାଯ୍ୟ କଲା।
ଏହି କାରଣରୁ କେହି କଲେ ନାହିଁ ମହିଳା କୁ ସାହାଯ୍ୟ:
ପ୍ରାୟତଃ, ଯୁବକର ମୃତ୍ୟୁ କିଡନୀ ଖରାପ ହେବାରୁ ହୋଇଥିଲା, କିନ୍ତୁ ଲୋକମାନଙ୍କୁ ଲାଗିଲା କି କୋରୋନା ରୁ ମୃତ୍ୟୁ ହୋଇଛି। ସକାଳରୁ ସନ୍ଧ୍ୟା ହୋଇଗଲା କିନ୍ତୁ କେହି ଆସିଲେ ନାହିଁ, ଏମିତିକି କିଛି ଦୂରରେ ଥିବା ଦିଅର ମଧ୍ୟ ଆସିଲା ନାହିଁ। ତାହାପରେ ସୁଲେଖା ସେ ଡାକ୍ତର ଙ୍କୁ ନିଜର କାହାଣୀ କହିଲା ଯେଉଁଠି ସେ ଚାକିରି କରୁଥିଲା। ଯୁବତୀ ର କଥା ଶୁଣି ଡାକ୍ତର ଜଣକ କିଛି ଲୋକଙ୍କ ସହ ସେହି ସ୍ଥାନରେ ପହଞ୍ଚିଲେ। ପ୍ରଥମେ ସେ ପଡ଼ୋଶୀ ଙ୍କୁ ଭଲ କରି ଶୁଣାଇଲେ, କେହିଲେ ଆପଣ ମଣିଷ ନା ପଶୁ ଅଟନ୍ତି ଯିଏ ଜଣେ ମହିଳା ର ସାହାଯ୍ୟ କରିପାରୁ ନାହିଁ। ପୁଣି ତାହା ପରେ ଅନ୍ତିମ ସଂସ୍କାର ର ସବୁ ପ୍ରସ୍ତୁତି କଲା। କୁହାଯାଉଛି କି ମହିଳା ର ପୁଅ ନାହିଁ କେବଳ ତିନୋଟି ଝିଅ ଅଛନ୍ତି।
ପତ୍ନି ମୁହଁରେ ନିଆଁ ଦେବାପାଇଁ କଲା ମନା:
ଡାକ୍ତର ଜଣକ ଗୋଟେ ସଂସ୍ଥା ର ସାହାଯ୍ୟ ରେ ସୁଲେଖା ପତିର ଶବକୁ ଶ୍ମଶାନ ଘାଟ ଯାଏ ନେଇ ଆସିଲା। କିନ୍ତୁ ସେଠି ମହିଳା ଜଣକ ମୁହଁରେ ନିଆଁ ଦେବାପାଇଁ ମନା କରିଦେଲା। କାନ୍ଦି କାନ୍ଦି କହିଲା କି ଯାହାକୁ ସେ ସାରା ଜୀଵନ ଭଲ ପାଇଲା, ସବୁବେଳେ ଜଣେ ଆଉ ଜଣଙ୍କର ସାଥି ଦେଲେ, ଏବେ ସେ କେମିତି ତାଙ୍କର ଚିତା ଜଳାଇ ପାରିବ। ତାହା ପରେ ଲୋକମାନେ ବୁଝାଇଲେ ତେବେ ଯାଇ ମୁହଁରେ ନିଆଁ ଦେବାପାଇଁ ରାଜି ହେଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।