ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ି ପାଇଁ ଖୁସିର ଖବର ରହିଛି | କର୍ମଚାରୀ ଚୟନ ଆୟୋଗ/ Staff Selection Commission (ଏସଏସସି) ଜୁନିୟର ଇଞ୍ଜିନିୟର ଏବଂ ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ନିଯୁକ୍ତି ୨୦୨୦ ସହ ସମ୍ବନ୍ଧିତ ଏକ ଜରୁରୀ ନୋଟିଫିକେଶନ ଜାରି କରିଛନ୍ତି |
କର୍ମଚାରୀ ଚୟନ ଆୟୋଗ ବୁଧବାର ଦିନ ସନ୍ଧ୍ୟାରେ ଜାରି ନିଜର ଆଧିକାରିକ ନୋଟିଫିକେଶନରେ କହିଛନ୍ତି ଯେ, ଜୁନିୟର ଇଞ୍ଜିନିୟର (ଜେଇ)-୨୦୨୦ ଏବଂ ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ନିଯୁକ୍ତି ପାଇଁ ଇଚ୍ଛା ରଖିଥିବା ପାର୍ଥି ଶୀଘ୍ର ଆବେଦନ କରିଦିଅନ୍ତୁ | ଅନ୍ତିମ ତାରିଖର ଅପେକ୍ଷା କରନ୍ତୁ ନାହିଁ | କହି ରଖୁଛୁ ଯେ, ଏସଏସସି ଜୁନିୟର ଇଞ୍ଜିନିୟରର ପୋଷ୍ଟରେ ଆବେଦନ କରିବା ପାଇଁ ଅକ୍ଟୋବର ୧ ତାରିଖରେ ନୋଟିଫିକେଶନ ଜାରି କରାଯାଇଥିଲା | ସେହିପରି ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ୨୦୨୦ରେ ନିଯୁକ୍ତି କରିବା ପାଇଁ ୧୦ ଅକ୍ଟୋବର ଦିନ ନୋଟିଫିକେଶନ ଜାରି କରାଯାଇଥିଲା | ଉଭୟ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ କରାଯିବ |
ଆବେଦନ କରିବା ପାଇଁ ଅନ୍ତିମ ତାରିଖ :
ଜୁନିୟର ଇଞ୍ଜିନିୟରର ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୩୦ ଅକ୍ଟୋବର ରହିଛି | ସେହିପରି ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୪ ନଭେମ୍ବର ରହିଛି |
ଆୟୋଗ କହିଲେ- ଅନ୍ତିମ ତାରିଖ ପର୍ଯ୍ୟନ୍ତ କରନ୍ତୁ ନାହିଁ ଅପେକ୍ଷା:
ଏସଏସସି ନୋଟିଫିକେଶନ ଜାରି କରି କହିଛି ଯେ, ଜୁନିୟର ଇଞ୍ଜିନିୟର ପରୀକ୍ଷା ୨୦୨୦ ଏବଂ ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ପାଇଁ ଆବେଦନ କରିଥିବା ପାର୍ଥି ମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଜେଇ ପାଇଁ ୩୦ ଅକ୍ଟୋବର ଏବଂ ଷ୍ଟେନୋଗ୍ରାଫର ପାଇଁ ୪ ନଭେମ୍ବର ପ୍ରବାରୁ ଆବେଦନ କରିଦିଅନ୍ତୁ | ପାର୍ଥିମାନେ ଅନ୍ତିମ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ |
ଆୟୋଗ କହିଛି ଯେ, ଅନ୍ତିମ ଦିନ ଗୁଡିକରେ ଆବେଦନ କରିବା ସମୟରେ ସର୍ଭରରେ ଟ୍ରାଫିକ ବହୁତ ଜାମ ରହିପାରେ, ଏହାର କାରଣରୁ ଅନେକଥର ପାର୍ଥୀମାନେ ଫର୍ମ ଆବେଦନ କରିବାରେ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିପାରେ | ଏଥିପାଇଁ ଚେଷ୍ଟା କରନ୍ତୁ ଯେ, ଅନ୍ତିମ ସମୟ ପୂର୍ବରୁ ଆବେଦନ କାର୍ଯ୍ୟ ସମାପ୍ତ କରି ଦିଅନ୍ତୁ |
ସୂଚନାଯୋଗ୍ୟ ଯେ, ଏସଏସସି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇଁ ୨୨ ମାର୍ଚ୍ଚରୁ ୨୫ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ଟାୟାର ୧) ଆୟୋଜିତ କରିବା | ସେହିପରି ଷ୍ଟେନୋଗ୍ରାଫର ଗ୍ରୁପ ସି ଏବଂ ଡି ନିଯୁକ୍ତି ପାଇଁ ପରୀକ୍ଷା ମାର୍ଚ୍ଚ ୨୯ରୁ ୩୧, ୨୦୨୧ ପର୍ଯ୍ୟନ୍ତ ହେବ | ଅଧିକ ସୂଚନା ପାଇଁ ପାର୍ଥୀ ssc.nic.in ସାଇଡ଼ରେ ନୋଟିଫିକେଶନ ପଢିପାରିବେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।