ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ହାର୍ଟ ଆଟାକ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କପିଲ ଦେବ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ସେ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ଲୋକମାନେ ପ୍ରାର୍ଥନା କରୁଛନ୍ତି । କୁହାଯାଉଛି ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାର୍ଟରେ ବ୍ଲୋକେଜ କାରଣରୁ ତାଙ୍କୁ ଏଞ୍ଜିଓପ୍ଲାଷ୍ଟି ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ସେ ଏବେ ବିପଦରୁ ବାହାର ଅଛନ୍ତି ।
ଶୀଘ୍ର ସୁସ୍ଥ ହେବା ପାଇଁ ଲୋକମାନେ ପ୍ରାର୍ଥନା କରୁଛନ୍ତି ।
Take care @therealkapildev! Praying for your quick recovery. Get well soon Paaji. 🙏🏼
— Sachin Tendulkar (@sachin_rt) October 23, 2020
୬୧ ବର୍ଷିୟ କପିଲ ଦେବଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ଅନେକ କ୍ରିକେଟର ପ୍ରାର୍ଥନା କରୁଛନ୍ତି । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଟ୍ୱିଟ କରି ଲେଖିଛନ୍ତି ଯତ୍ନ ନିଅନ୍ତୁ @therealkapildev! ଆପଣ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି । ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ପାଜି ।
Praying for your speedy recovery. 🙏🏻 Get well soon paaji. @therealkapildev
— Virat Kohli (@imVkohli) October 23, 2020
Wishing you a speedy recovery @therealkapildev sir. Strength always.
— Shikhar Dhawan (@SDhawan25) October 23, 2020
ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଟ୍ୱିଟ କରି ଲେଖିଛନ୍ତି ଆପଣ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି । ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ପାଜି ।
୧୬ ବର୍ଷ ପର୍ଯ୍ୟନ୍ତ ମ୍ୟାଚ ଖେଳିଥିଲେ ।
କପିଲ ଦେବ ୧୬ ବର୍ଷ ପର୍ଯ୍ୟନ୍ତ ଅନ୍ତରାଷ୍ଟିୟ କ୍ରିକେଟ ଖେଳିଥିଲେ ଏବଂ ସେ ଦୁନିଆର ସବୁଠୁ ବଡ ଅଲରାଉଣ୍ଡର ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ଅଛି । ବର୍ଷ ୧୯୭୮ ମସିହାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତରାଷ୍ଟିୟ କ୍ରିକେଟରେ ସେ ନିଜର ଡେବ୍ୟୁ କରିଥିଲେ । କପିଲ ଦେବ ମୋଟ ୧୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ ସେ ମୋଟ ୪୩୪ଟି ୱିକେଟ ନେଇଛନ୍ତି । ଭାରତ ପାଇଁ ଅନିଲ କୁମ୍ବଲେଙ୍କ ପରେ କପିଲ ଦେବଙ୍କ ପରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ରହିଛି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ସବୁଠାରୁ ଅଧିକ ୱିକେଟ ନେଇଥିବା ରେକର୍ଡ ଅନିଲ କୁମ୍ବଲେଙ୍କ ପରେ କପିଲ ଦେବଙ୍କ ନାମରେ ଅଛି ।
ପାଞ୍ଚ ହଜାରରୁ ଅଧିକ ରନ କରିଥିଲେ ।
କପିଲ ଦେବ ନିଜ କ୍ରିକେଟ କ୍ୟାରିୟରରେ ୫ ହଜାରରୁ ଅଧିକ ରନ କରିଥିଲେ ଏବଂ ୮ ଟି ଶତକ ମାରିଥିଲେ । ODI ରେ ସେ ୨୫୩ ଟି ୱିକେଟ ନେଇଛନ୍ତି । ସେ ମୋଟ ୨୨୫ ଟି ODI ଖେଳିଛନ୍ତି । କେବଳ ଏତିକି ନୁହେଁ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ତାଙ୍କ ଅଧିନାୟକତ୍ୱରେ ଜିତିଥିଲା । ବିଶ୍ୱକପ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୮୩ ରନ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପରି ଶକ୍ତିଶାଳୀ ଟିମକୁ ୧୪୦ ରନରେ ଭାରତ ଆଉଟ କରି ଦେଇଥିଲା । ଯାହା ସହିତ ଭାରତ ବିଶ୍ୱକପ ଜିତି ନେଇଥିଲା ।
କପିଲ ଦେବ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ଟିମ ଇଣ୍ଡିଆର କୋଚ ମଧ୍ୟ ରହିଥିଲେ ଏବଂ ସେ ଅକ୍ଟୋବର ୧୯୯୯ ରୁ ଅଗଷ୍ଟ ୨୦୦୦ ପର୍ଯ୍ୟନ୍ତ ଟିମର କୋଚ ଥିଲେ । ସେ ମ୍ୟାଚ ଫିକ୍ସିଂ ଅଭିଯୋଗ ପାଇଁ ଇସ୍ତଫା ଦେଇ ଦେଇଥିଲେ ।
ତାଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ।
କପିଲ ଦେବଙ୍କ ଜୀବନ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଥିରେ ରଣବୀର ସିଂ ତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ରିଲିଜ କରୋନା ଭାଇରସ କାରଣରୁ ସ୍ଥଗିତ ରଖାଯାଇଥିଲା । ଏବେ ଆଶା କରାଯାଉଛି ଆସନ୍ତା ବର୍ଷ ଏହି ଫିଲ୍ମ ରିଲିଜ କରା ଯାଇପାରେ ।