ଯଦି ଆଧାର କାର୍ଡ ଅଛି ତେବେ ଅତି ଶୀଘ୍ର କରିନିଅନ୍ତୁ ଏହି କାମ, ନଚେତ ଖୁବ ଶୀଘ୍ର ହୋଇପାରେ ନିଷ୍କ୍ରିୟ

ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ କରିଦିଆ ଯାଇଛି | ଆଧାର କାର୍ଡ ଏକ ପରିଚୟ ପତ୍ର ଅଟେ, ଯାହାକୁ Unique Identification Authority of India ନାମରେ ମଧ୍ୟ ଜଣା ଯାଇଥାଏ | ଆଧାର କାର୍ଡ ଭାରତର ନାଗରିକ ହୋଇଥିବାର ପ୍ରମାଣ ଅଟେ | ବର୍ତ୍ତମାନ ସମୟରେ ମଧ୍ୟ ଏପରି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯାଇ ନାହିଁ, କିନ୍ତୁ ସରକାର ଆଧାର କାର୍ଡ ବନାଇବାର ପ୍ରକ୍ରିୟାକୁ ବହୁତ ତୀବ୍ରତାର ସହିତ ବଢାଇବାର ସୁବିଧା ଦେଉଛନ୍ତି | ଯଦି ଆପଣଙ୍କର ଆଧାର କାର୍ଡ ରହିଛି ତେବେ ଏହାର ଅପଡେସନ କରାଇ ନିଅନ୍ତୁ କାରଣ ଯଦି ଆପଣ ନିଜର ଆଧାର କାର୍ଡ଼ର ଅପଡେସନ ନକରୁଛନ୍ତି ତେବେ ଆପଣଙ୍କର ଆଧାର କାର୍ଡ ନିଷ୍କ୍ରିୟ ହୋଇଯାଇପାରେ |

ଏବିଷୟରେ ୟୁଆଇଡିଏଆଇ (UIDAI) ସେଣ୍ଟର ମ୍ୟାନେଜର ଇବରାର ଅହମଦନକାର କହିବା କଥା ଯେ, ପ୍ରାଧିକରଣର ରିଜନାଲ କାର୍ଯ୍ୟାଳୟ ଦିଲ୍ଲୀ ଦ୍ୱାରା ଆୟୁ ସମୂହର ଆଧାର ଉପରେ ବାୟୋମେଟ୍ରିକ ଅପଡେସନ ପାଇଁ କଲ କରାଯାଉଛି | ଯଦି ଆମେ ଭୋପାଳ ସହରର କଥା କହିବୁ ତେବେ ଏଠାରେ ଆଗାମୀ ଦିନରେ ପାଖାପଖି ୩୦୦୦ ଲୋକଙ୍କର ଆଧାର ନମ୍ବର ନିଷ୍କ୍ରିୟ ହୋଇଯାଇପାରେ, ଏହାର ମୁଖ୍ୟ କାରଣ ଏହା ଅଟେ ଯେ ଆଧାର ଏନରୋଲମେଣ୍ଟ କରାଇବା ପରେ ଅପଡେସନ କରାଯାଇ ନାହିଁ , ଏଥିପାଇଁ ଯଦି ଆପଣ ମଧ୍ୟ ଆଧାର ଅପଡେସନ କରାଇ ନାହାନ୍ତି ତେବେ ଏହାକୁ ଯେତେ ଶୀଘ୍ର ହୋଇପାରିବ କରାଇ ନିଅନ୍ତୁ |

ମାଗଣାରେ କରାଯିବ ଏହି ମାନଙ୍କ ଅପଡେସନ:

ଅନେକ ଲୋକଙ୍କର ମନରେ ଆଧାର କାର୍ଡ ଅପଡେସନକୁ ନେଇ ବିଭିନ୍ନ ପ୍ରକାରର ବିଚାର ଉତ୍ପନ୍ନ ହୋଇଥାଏ, ଯେମିତିକି କେଉଁ ଲୋକ ମାନଙ୍କର ମାଗଣାରେ ଅପଡେସନ ହେବ ଏବଂ କେଉଁ ଲୋକଙ୍କର ହେବ ନାହିଁ ? ଯଦି ଆପଣଙ୍କ ମନରେ ଏପରି କିଛି ବିଚାର ଆସୁଛି ତେବେ ଆପଣଙ୍କର ସୂଚନା ପାଇଁ କହି ରଖୁଛୁ ଯେ, ବର୍ତ୍ତମାନ ୫ ବର୍ଷରୁ ନେଇ ୭ ବର୍ଷ ପର୍ଯ୍ୟନ୍ତ ଏବଂ ୧୫ ବର୍ଷରୁ ୧୭ ବର୍ଷ ଆୟୁ ମଧ୍ୟରେ ଥିବା ପିଲା ମାନଙ୍କୁ ଏବଂ କିଶୋର କିଶୋରୀ ମାନଙ୍କର ଆଧାର ଅପଡେସନ ମାଗଣାରେ କରାଯିବ, ଏହି କାର୍ଯ୍ୟ ପାଇଁ ଏମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ଅର୍ଥାତ ଏଥିପାଇଁ କୌଣସି ପ୍ରକାରର ଟଙ୍କା ଚାର୍ଜ କରାଯିବ ନାହିଁ | ଏହି ସମସ୍ତ ଲୋକଙ୍କର ଆଧାର କାର୍ଡରେ ବାୟୋମେଟ୍ରିକ ଡାଟା ଅର୍ଥାତ ଫିଙ୍ଗରପ୍ରିଣ୍ଟ ଏବଂ ଆଇରୀଶ ସ୍କାନିଂ ସମେତ ନାମ, ଜନ୍ମ ତାରିଖ, ଠିକଣା, ଇ-ମେଲ ଆଇଡି, ମାତାପିତାଙ୍କ ନାମର ସ୍ପେଲିଂ ଅଥବା ଆଧାରରେ କୌଣସି ମଧ୍ୟ ଭୁଲ ରହିଛି ତେବେ ଆପଣଙ୍କର ଏସବୁ ଭୁଲ ମାଗଣାରେ ସଂଶୋଧନ କରାଯାଇ ପାରିବ |

ବିନା କୌଣସି କାଗଜପତ୍ରରେ କରିପାରିବେ ଅପଡେଟ :

ଯଦି ଆପଣ ଆଧାର କାର୍ଡ ବନାଇ ନେଇଛନ୍ତି ଏବଂ ସେଥିରେ କୌଣସି ପ୍ରକାରର ସୂଚନା ସଠିକ ନାହିଁ ତେବେ ଆପଣ ଏହାକୁ ମଧ୍ୟ ଅପଡେଟ କରାଇ ପାରିବେ | ଆଗରୁ ଲୋକଙ୍କୁ ଆଧାର କାର୍ଡରେ କୌଣସି ପ୍ରକାରର ଭୁଲର ସଂଶୋଧନ ପାଇଁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଆଧାରରେ ନାମ ଏବଂ ଠିକଣା ଅପଡେଟ କରାଇବା ପାଇଁ ପ୍ରକ୍ରିୟା ଆହୁରି ସହଜ କରିଦିଆ ଯାଇଛି କିନ୍ତୁ ଜନ୍ମ ତାରିଖରେ ଯଦି ଆପଣଙ୍କୁ କିଛି ଅପଡେଟ କରାଇବାର ଅଛି ତେବେ ଏଥିପାଇଁ କେବଳ କ୍ଲାସ-୧ ଅଫିସରଙ୍କର ସତ୍ୟପତି ଫର୍ମାଟ ହିଁ ମାନ୍ୟ ହେବ |

ଯଦି ଆପଣଙ୍କର ଆଧାର କାର୍ଡରେ ନାମ ଏବଂ ଠିକଣାରେ କୌଣସି ପ୍ରକାରର ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି ଏବଂ ଏହାକୁ ନେଇ ଆପଣଙ୍କ ପାଖରେ କୌଣସି ପ୍ରକାରର କାଗଜ ପତ୍ର ନାହିଁ ତେବେ ଏପରି ସ୍ଥିତିରେ ଚିନ୍ତିତ ହୁଅନ୍ତୁ ନାହିଁ | ଯଦି ଆପଣଙ୍କ ପାଖରେ ନାମ ଏବଂ ଠିକଣା ବଦଳାଇବା ପାଇଁ କୌଣସି ଦସ୍ତାବିଜ ନାହିଁ ତେବେ ଆପଣ କ୍ଲାସ-୧ କର୍ମଚାରୀ, କ୍ଲାସ-୨ କର୍ମଚାରୀ, ସାଂସଦ, ବିଧାୟକ ଏବଂ କାଉନ୍ସିଲରଙ୍କ ଦ୍ୱାରା ସ୍ତିର ଫର୍ମାଟ ସତ୍ୟାପାତି କରାଇ ନିଅନ୍ତୁ, ତାହାପରେ ଆପଣଙ୍କର ଆଧାର କାର୍ଡ ଅପଡେଟ କରାଇ ଦିଆଯିବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *