ବୈଜ୍ଞାନିକ କଲେ କମାଲ, ମଣିଷର ଶରୀରରେ ମିଳିଲା ନୂଆ ଅଙ୍ଗ

ବୈଜ୍ଞାନିକ ମାନେ ମଣିଷର ଶରୀରରେ ଏକ ନୂଆ ଅଙ୍ଗ ଖୋଜି ଛନ୍ତି। ନେଦରଲ୍ୟାଣ୍ଡ ର ବୈଜ୍ଞାନିକ ଏକ ନୂଆ “କ୍ୟାନସର ସ୍କାନ” ଯାଞ୍ଚ କରିଥିବା ସମୟରେ ଗଳାରେ ନୂଆ ଅଙ୍ଗ ପତା ଲଗାଇଛନ୍ତି। ରିସର୍ଚ୍ଚର ମାନେ ଗଳାରେ ଉପରି ଭାଗରେ ଏକ ଗ୍ରନ୍ଥିୟା ଖୋଜିଛନ୍ତି। ଯାହା ପୂର୍ବରୁ ଜଣା ନ ଥିଲା।

ବୈଜ୍ଞାନିକ ମାନେ ଏହି ନୂଆ ଅଙ୍ଗର “Tubarial Salivary Gland” ନାମ ଦେଲେ  | ବୈଜ୍ଞାନିକ ମାନିବା ଅନୁଯାୟୀ ଏହି ଅଙ୍ଗ ନାକର ଲୁବ୍ରିକେଶନ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

“Radio Therapy Oncology ” ଜର୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବୈଜ୍ଞାନିକ କହିବା ଅନୁସାରେ ଏହାକୁ ରେଡିଏସନ୍ ଟ୍ରିଟମେଣ୍ଟ କରୁଥିବା ସମୟରେ ଯଦି ଏହା ପ୍ରଭାବିତ ନ ହେବ ତେବେ ଏହା ମଣିଷକୁ ଲାଭ ହୋଇପାରେ।

ନେଦରଲ୍ୟାଣ୍ଡ ର ଏମ୍ସମ୍ ଟଡ୍ରମ କ୍ୟାନସର ଇନଷ୍ଟିଚୁୟଟ ର ବୈଜ୍ଞାନିକ ପ୍ରୋଟେଷ୍ଟ କ୍ୟାନସର ଯାଞ୍ଚ ସମୟରେ PSMA PET-CT ନାମକ ଏକ ସ୍କାନ କୁ ପରୀକ୍ଷଣ କରିଛନ୍ତି। ଏହି ସମୟରେ ରେଡ଼ିଓ ଆକ୍ଟିଭ ପ୍ରେସର୍ କୁ ରୋଗୀର ଶରୀରରେ ଇଯେକ୍ଟ୍ କରିଥିଲେ। ରେଡ଼ିଓ ଆକ୍ଟିଭ ଯୋଗୁଁ ହିଁ ଏହି ନୂଆ ଅଙ୍ଗ ଥିବା ର ଜଣା ପଡିଛି।

ବୈଜ୍ଞାନିକ କହିବା ଅନୁସାରେ ଗ୍ରନ୍ଥିଆ ସମୂହ ରୁ ଜଣା ପଡିଛି କି ଏହା ୧.୫ ଇଞ୍ଚ ଲମ୍ବା ଅଟେ।ଏହା ସାଲିଭାରି ଗ୍ଲାଣ୍ଡ ପରି ଅଟେ। ପରୀକ୍ଷଣ ସମୟରେ ଯେଉଁ ୧୦୦ ଜଣ ରୋଗୀ ଙ୍କ ପରୀକ୍ଷଣ କରାଯାଇଥିଲା। ସମସ୍ତ ଙ୍କ ଦେହରେ ଏହି ଅଙ୍ଗ ଥିବାର ଦେଖା ଯାଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *