ବିହାରରେ ଜଣେ କଳିଯୁଗର ମାମୁଁ ନିଜ ଭାଣିଜୀ ସହିତ ହିଁ କରିଛନ୍ତି ଦୁଷ୍କର୍ମ | ସେ ଝିଅଟିକୁ କୁରକୁରେର ଲୋଭ ଦେଖାଇ ଖେତ ଆଡକୁ ନେଇ ଯାଇଥିଲେ | ଯାହା ପରେ ସେ ଏହି ପାଶବିକ କାର୍ଯ୍ୟ କରିଥିଲେ | ପରିବାର ଲୋକ ରାତି ସାରା ଝିଅଟିକୁ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କୁ ପାଇନଥିଲେ | ସକାଳୁ ଗ୍ରାମବାସୀ ଝିଅଟିର ଶବ କ୍ଷେତରେ ମିଳିଥିବାର ସୂଚନା ଦେଇଥିଲେ |
ଘଟଣାଟି ମୁଜାଫରପୁରର ସେୟା ଥାନା ଅନ୍ତର୍ଗତ ଏକ ଗାଁରେ ସାମ୍ନାକୁ ଆସିଥିଲା | ଯେଉଁଠାରେ ୧୧ ବର୍ଷର ଗୋଟିଏ ଝିଅ ସନ୍ଧ୍ୟା ସମୟରେ ଅନ୍ୟ ପିଲାଙ୍କ ସହିତ ଖେଳୁଥିଲେ | ସେହି ସମୟରେ ତାଙ୍କ ମାମୁଁ ତାଙ୍କୁ କୁରକୁରେର ଲୋଭ ଦେଖାଇ ଖେତ ଆଡକୁ ନେଇ ଯାଇଥିଲେ | ଯେଉଁଠାରେ ସେ ଝିଅଟି ସହିତ ଦୁଷ୍କର୍ମ କରିଥିଲେ କିନ୍ତୁ ସେତିକିରେ ମଧ୍ୟ ତାଙ୍କ ମନ ଶାନ୍ତ ହୋଇ ନଥିଲା ଯେ ସେ ଝିଅଟିର ହତ୍ୟା କରି ଦେଇଥିଲେ | ତେବେ ପରିବାର ଲୋକ ଝିଅ ଘରକୁ ନଫେରିବାରୁ ତାକୁ ରାତି ସାରା ଖୋଜାଖୋଜି କରିଥିଲେ ହେଲେ ଝିଅ ମିଳି ନଥିଲା | ଦିନରେ ଗ୍ରାମବାସୀ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ, କ୍ଷେତରେ ଝିଅଟିର ଶବ ପଡିଛି | ଏହାପରେ ପରିବାର ଲୋକ ପୋଲିସକୁ ସୂଚନା ଦେଇଥିଲେ | ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଥିଲେ | ସେହିପରି ମୃତକ ଝିଅଟିର ମାମୁଁଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବା ପରେ ସେ ନିଜର ଅପରାଧ ସ୍ୱୀକାର କରିଥିଲେ |
ଝିଅଟିକୁ ନେଇଯାଉଥିବା ସମୟରେ ଦେଖିଥିବା ପଡୋଶୀ କପିଲଦେବ ରାୟ କହିଛନ୍ତି ଯେ, ସୋମବାର ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଝିଅଟି ଅନ୍ୟ ପିଲାଙ୍କ ସହିତ ଘର ପାଖରେ ହିଁ ଖେଳୁଥିଲା | ସେହି ସମୟରେ ତାଙ୍କ ମାମୁଁ ବିଜୟ ଶର୍ମା ଆସିଥିଲେ ଏବଂ କୁରକୁରେର ଲୋଭ ଦେଖାଇ ତାଙ୍କୁ ନେଇ ଯାଉଥିଲେ | ଝିଅଟିକୁ ନେଇଯିବା ସମୟରେ ଗ୍ରାମବାସୀ ଜଣକ ତାଙ୍କୁ ବିରୋଧ ମଧ୍ୟ କରିଥିଲେ କିନ୍ତୁ ସେ ତାଙ୍କ କଥା ଶୁଣି ନଥିଲେ ଏବଂ ଝିଅଟିକୁ ନିଜ ସହିତ ନେଇ ଚାଲି ଯାଇଥିଲେ | ଏହି ସମସ୍ତ କଥା କପିଲଦେବ ରାୟ ଯେତେବେଳେ ଏସଏସପିଙ୍କୁ କହିଥିଲେ ସେତେବେଳେ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରି ପୋଲିସ ପଚରାଉଚରା କରିଥିଲା |ପଚରାଉଚରା ସମୟରେ ସେ ଏସବୁ ଘଟଣାକୁ ସ୍ୱୀକାର କରିଥିଲେ |
ସେହିପରି ଘଟଣାସ୍ଥଳରେ ଝିଅର କପଡା ଏବଂ କୁରକୁରେର ପ୍ୟାକେଟ ଜବତ କରାଯାଇଥିଲା | ଏସଏସପି ଜୟନ୍ତ କାନ୍ତ କହିଛନ୍ତି ଯେ, ଜଣେ ନାବାଳିକା ଝିଅ ସହିତ ଦୁଷ୍କର୍ମ ଘଟଣା ଘଟିତ ହୋଇଛି | ଯେଉଁଥିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସ୍ଥାନୀୟ ଲୋକଙ୍କର ବୟାନ ନେଇଥିଲେ | ତା’ପରେ ଝିଅର ମାମୁଁଙ୍କୁ ଗିରଫ କରାଯାଇଥିଲା | ଗିରଫ କରାଯିବା ପରେ ସେ ଘଟଣାକୁ ସ୍ୱୀକାର କରି ନେଇଥିଲେ | ଏଥିରେ ଏଫଏସଏଲର ଟିମ ଆସିଛି ଏବଂ ଘଟଣାର ତଦନ୍ତ କରୁଛି |
ଏହି ଭଳି ଅମାନସିକ ଲୋକଙ୍କୁ କେଉଁ ଶାସ୍ତି ମିଳିଲେ ଏମାନେ ସୁଧୁରିବେ? ଆପଣଙ୍କ ମତା ମତ ଆମକୁ କମେନ୍ଟରେ ନିଶ୍ଚିନ୍ତ ଜଣାନ୍ତୁ |