ରେଗ୍ରେଟର ନୋଏଡାରେ ଶନିବାର ଦିନ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଯେତେବେଳେ ଆକାଶରେ ଏକ ଅଜବ ପ୍ରକାରର ଜିନିଷକୁ ଉଡ଼ୁଥିବାର ଦେଖାଯାଇଥିଲା | କିଛିଲୋକ ଏହାକୁ ଏଲିୟନ କହୁଥିଲେ, ଯାହାପରେ ପୋଲିସକୁ ମଧ୍ୟ ଏହାର ସୂଚନା ଦିଆଯାଇଥିଲା | ଘଟଣାର ଗମ୍ଭୀରତାକୁ ନଜରରେ ରଖି ଉତ୍ତରପ୍ରଦେଶ ପୋଲିସ ମଧ୍ୟ ସକ୍ରିୟ ହୋଇଥିଲା ଏବଂ ସନ୍ଦିଗ୍ଧ ଜିନିଷର ପିଛା କରିଥିଲା | କିନ୍ତୁ ପରେ ଯେତେବେଳେ ସେହି ଜିନିଷର ସତ ସାମ୍ନାକୁ ଆସିଲା ସମସ୍ତଙ୍କର ହସ ଅଟକିଲା ନାହିଁ |
ଗ୍ରେଟର ନୋଏଡ଼ାରେ ଏକ ଅଜବ ଜିନିଷ ଉଡ଼ୁଥିବାର ନଜର ଆସିଲା, ବୁଦାରେ ଖସିବା ପରେ ମଧ୍ୟ ହଲାଉଥିଲା ମୁଣ୍ଡ:
ବୁଦାରେ ଯାଇ ପଡିଲା “ଏଲିୟନ”:
ବାସ୍ତବରେ ଗ୍ରେଟର ନୋଏଡାର ଭଟ୍ଟା-ପାରସୌଲ ଗାଁରେ ଲୋକମାନଙ୍କୁ ଏକ ଏଲିୟନ ପରି ଜିନିଷ ଉଡ଼ୁଥିବାର ନଜର ଆସିଥିଲା | ଏହି କଥା ଅଂଚଳରେ ନିଆଁ ପରି ଖେଳି ଯାଇଥିଲା ଏବଂ ବଡ ସଂଖ୍ୟାରେ ଲୋକମାନେ ଏହାକୁ ଦେଖିବା ପାଇଁ ଠୁଳ ହୋଇଗଲେ | ପରେ ସେହି ଜିନିଷଟି ଯାଇ ବୁଦାରେ ପଡିଥିଲା | ଏହି ସମୟରେ ସେହି ଜିନିଷଟିର ପାଖକୁ ଯିବା ପାଇଁ କାହାରି ପାଖରେ ସାହସ ହିଁ ନଥିଲା | ସେହିପରି କିଛି ଲୋକ ଫୋନ କରି ଏହି ସୂଚନା ପୋଲିସକୁ ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ସେହି ଅଜବ ପ୍ରକାରର ଜିନିଷ ପାଖକୁ ଯିବା ପାଇଁ ସମସ୍ତେ ଭୟ କରୁଥିଲେ | କିନ୍ତୁ ପରେ ଯେତେବେଳେ ଲୋକମାନେ ସେଠାକୁ ଯାଇ ଦେଖିଲେ ଯେ ସେମାନେ ଯାହାକୁ ଏଲିୟନ ଭାବି ଭୟ କରୁଥିଲେ ତାହା ଏକ ବେଲୁନ ଥିଲା |
“ଆଇରନ ମ୍ୟାନ” ଆକୃତିରେ ହୋଇଥିଲା ବେଲୁନ:
ପୋଲିସ ମୁତାବକ ଆଇରନ ମ୍ୟାନ ଆକୃତିର ବେଲୁନ କେହି ଜଣେ ଉଡାଇ ଦେଇଥିଲେ | ଯାହା ଭଲ ଲମ୍ବା ଥିଲା | ପବନ ସହିତ ବେଲୁନଟି ଭଟ୍ଟା-ପାରସୌଲ ଗାଁରେ ଯାଇ ପହଞ୍ଚିଥିଲା | ଲାଲ ରଙ୍ଗର ମଣିଷ ପରି ଦେଖାଯାଉଥିବା ବେଲୁନକୁ ଦୂରରୁ ଦେଖି କେହି କିଛି ବୁଝିପାରି ନଥିଲେ | ଏହି ଅବସରରେ କେହି ଜଣେ ଗୁଜବ ପ୍ରଚାର କରିଦେଲା ଯେ, ଅଞ୍ଚଳରେ ଏଲିୟନ ନଜର ଆସୁଛନ୍ତି | ଯାହା ଶୁଣିବା ପରେ ସମସ୍ତେ ଏକାଠି ହୋଇଯାଇଥିଲେ | ପରେ ବେଲୁନଟି ସ୍ୱତଃ ବୁଦାରେ ପଡିଯାଇଥିଲା | ଯେତେବେଳେ ପୋଲିସ ଟିମ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା ସେତେବେଳେ ଯାଇ ଲୋକମାନେ ଶାନ୍ତିର ନିଶ୍ୱାସ ନେଇଥିଲେ |
ତଳେ ପଡିବା ପରେ ମଧ୍ୟ ହଲାଉଥିଲା ମୁଣ୍ଡ:
ग्रेटर नोएडा के दनकौर इलाके में आसमान में एलियन जैसा कुछ उड़ने से मचा हड़कम्प…
पुलिस ने जांच की, तो निकला #ironman का बैलून #Noida #UttarPradesh pic.twitter.com/YER1j5sGAn
— Mukund Bihari Kaushal (@mukundbkaushal) October 17, 2020
ଏହି ଅବସରରେ ଆଉ ଏକ ମଜାଦାର ଘଟଣା ଘଟିଥିଲା | ଆଇରନ ମ୍ୟାନର ବେଲୁନ ସ୍ୱତଃ ଯାଇ ବୁଦାରେ ପଡିଥିଲା | ଯାହାପରେ ଦୂରରୁ ଲୋକମାନେ ଦେଖିଥିଲେ ଯେ ଏହାର ମୁଣଡ ହଲୁଥିଲା ତେବେ ପବନ ଦ୍ୱାରା ହେଉଥିଲା | ଏହାକୁ ଦେଖିବା ପରେ ଲୋକଙ୍କର ସ୍ଥିତି ଆହୁରି ଅଧିକ ଖରାପ ହୋଇଯାଇଥିଲା | ଯେଉଁ କାରଣରୁ ବହୁତ ସମୟ ପର୍ଯ୍ୟନ୍ତ କେହି ହେଲେ ଏହି ବେଲୁନ ପାଖକୁ ଯାଇ ନଥିଲେ | ପରେ ପୋଲିସ ଟିମ ସମସ୍ତ କଥାକୁ ସମସ୍ତଙ୍କର ସାମ୍ନାରେ ସ୍ପଷ୍ଟ କରିଥିଲେ | ଏଥିମଧ୍ୟରେ ଲୋକମାନେ ବେଲୁନର ଭିଡିଓ ମଧ୍ୟ ବନାଇଥିଲେ ଏବଂ ଫୋଟୋ ମଧ୍ୟ ଉଠାଇଥିଲେ | ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |
୨୦୧୮ରେ ମଧ୍ୟ ପ୍ରଚାର ହୋଇଥିଲା ଏପରି ଏକ ଗୁଜବ :
ଆପଣଙ୍କୁ କହି ରଖୁଛୁ ଯେ, ଉତ୍ତରପ୍ରଦେଶରେ ଏଲିୟନ ଦେଖିବାର ଗୁଜବ ପ୍ରଚାର ହେବ କୌଣସି ପ୍ରଥମ କଥା ନୁହେଁ | ଏହାପୂର୍ବରୁ ୨୦୧୮ ମସିହାରେ ଦାବି କରାଯାଇଥିଲା ଯେ ଉତ୍ତରପ୍ରଦେଶ ଚନଦୌଲିରେ ଏଲିୟନ ଦେଖାଯାଇଥିଲା | ଭାଇରଲ ମେସେଜରେ କୁହାଯାଥିଲେ ଯେ ଏଲିୟନ ମନ୍ତ୍ରୀ ଫାର୍ମହାଉସରେ ଦେଖା ଯାଇଥିଲା | ମେସେଜ ସହିତ ଏକ ଅଜବ ଜୀବର ଫୋଟୋ ମଧ୍ୟ ରହିଥିଲା |
ବାହାରିଲା ଆଉକିଛି “ସତ୍ୟ”:
ସେହି ସମୟରେ ତଦନ୍ତ କରିବା ଦ୍ୱାରା ଜଣାପଡିଥିଲା ଯେ ଇଟାଲୀର ରହୁଥିବା ୨୯ ବର୍ଷୀୟା ମହିଳା ମୂର୍ତ୍ତିକାର ସିଲିକନ ସାହାଯ୍ୟରେ ଏପରି ଏକ ମୂର୍ତ୍ତି ବନାଇଥିଲେ ଯେପରି ଫୋଟୋରେ ଦେଖୁଛନ୍ତି | ଯଦି ଆପଣ ଏହାର ସତ ଜାଣିନଥାନ୍ତେ ତେବେ ଆପଣ ମଧ୍ୟ ଏହାକୁ ଏଲିୟନ ଭାବି ନେଇଥାନ୍ତେ | ଏହାକୁ ସିଲିକନ ଆର୍ଟ ମଧ୍ୟ କୁହାଯାଇଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।