ଉତ୍ତର କୋରିଆ ର ଆଇନ କାନୁନ ବ୍ୟବସ୍ଥା ଏତେ କଠୋର ତାହା ସୋମବାର ଆସିଥିବା ଏକ ରିପୋର୍ଟ ରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ଆଇନ ପ୍ରକ୍ରିୟା ଦେଇ ଯେଉଁ ବ୍ୟକ୍ତି ଯାଇଛନ୍ତି ତାଙ୍କର ସ୍ଥିତି ବହୁତ ଦୟନୀୟ ହୋଇଯାଇଛି। ସେଠାରେ ଖୋଲା ଖୋଲି ଭାବରେ ମାନବ ଅଧିକାର ଆଇନ ଉଲ୍ଲଂଘନ ହୋଇଥାଏ। ଏ ପର୍ଯ୍ୟନ୍ତ ମଧ୍ୟ ଅପାର୍ଦର୍ଶି ଆଇନ ପ୍ରକ୍ରିୟା ଦ୍ୱାରା ଜେଲ ରେ ବନ୍ଦୀ ଥିବା ଲୋକ ମାନଙ୍କୁ ଦୁର୍ବ୍ୟବହାର ଏବଂ ପୀଡ଼ା ଦିଆଯାଇଥାଏ।
ଏହି ରିପୋର୍ଟ ଅନୁସାରେ ବନ୍ଦୀ କରି ରଖାଯାଇଥିବା ଲୋକ ମାନଙ୍କୁ ଅତ୍ୟାଚାର,ଅପମାନ ଏବଂ ଜବରଦସ୍ତି ନିଜର ଦୋଷ ମାନିବା ପାଇଁ କୁହାଯାଇଥାଏ। ରେପୋର୍ଟ ରେ କୁହାଯାଇଛି କି ଏହି ସ୍ଥିତି ଏତେ ଭୟାନକ ହୋଇଥାଏ କି ଏହି ବନ୍ଦୀ ମାନଙ୍କୁ ଗୋଟେ ପଶୁ ଠାରୁ ବି ଖରାପ ବ୍ୟବହାର କରାଯାଇଥାଏ।
ଏହି ରେପୋର୍ଟ ଆମେରିକାର ହ୍ୟୁମାନ ରାଇଟସ ବ୍ରାଞ୍ଚ ଦେଇଛି। ଏଥିରେ ଉତ୍ତର କୋରିଆ ର ପୂର୍ବ ବନ୍ଦୀ ଏବଂ ଅଧିକାରୀ ମାନଙ୍କ ସାକ୍ଷାତକାର ମଧ୍ୟମରେ ଖୁଲାସା କରାଯାଇଛି। ଏଥିରେ କୁହାଯାଇଛି କି ବନ୍ଦୀ ସମୟରେ ସାମ୍ନା କୁ ଆସୁଥିବା ଅମାନବୀୟ ସ୍ଥିତି କୁ ସଦାବେଳେ ଅତ୍ୟାଚାର ର ରୂପ ଦିଆଯାଇଥାଏ।
କହିଦବାକୁ ଚାହୁଁଛୁ କି ଉତ୍ତର କୋରିଆ ଏକ ‘ ବନ୍ଦ ‘ ଅର୍ଥ ବ୍ୟବସ୍ଥା ଦେଶ। ଏହାର ଅପରାଧୀ ଙ୍କ ନ୍ୟାୟ ପ୍ରଣାଳୀ ବାବଦରେ ବହୁତ କମ ତଥ୍ୟ ଉପଲବ୍ଧ ଅଛି। ଏହି କାରଣରୁ ସଂଯୁକ୍ତ ରାଷ୍ଟ୍ର ଏବଂ ଅନ୍ୟ ଆଲୋଚକ ଦେଶ ଉତ୍ତର କୋରିଆ ଉପରେ ବ୍ୟାପକ ମାନବ ଅଧିକାର ଆଇନ ଲଗାଇଛି।
ସାକ୍ଷାତକାର ଦେଇଥିବା ବ୍ୟକ୍ତି ମାନେ କହିଛନ୍ତି କି କିଛି ସମୟ ବନ୍ଦୀ କରି ରଖିଲା ପରେ ଲୋକ ମାନଙ୍କୁ ରଡ ରେ ବାଡେଇବା ଏବଂ ଗୋଇଠା ମାରିବା ଆରମ୍ଭ ହୋଇ ଯାଇଥାଏ। ଏକ ପୂର୍ବ ପୋଲିସ ଅଧିକାରୀ କହିଛନ୍ତି, ନିୟମ ଅନୁସାରେ କୌଣସି ବି ମାଡ଼ଗୋଳ ହେବା ଉଚିତ ନୁହେଁ, କିନ୍ତୁ ଆମକୁ ପ୍ରାଥମିକ ସ୍ତରରେ ଅରୋପି ନିଜେ ଦୋଷ ମାନିବାକୁ ଆବଶ୍ୟକତା ହୋଇଥାଏ। ଏମିତି ସ୍ବୀକାର କରିବା ପାଇଁ ତାଙ୍କୁ ମାରିବାକୁ ପଡ଼ିଥାଏ।
ପୂର୍ବ ବନ୍ଦୀ ମାନେ କହିଛନ୍ତି କି ତାଙ୍କୁ ଚଟାଣରେ ଆଣ୍ଠେଇ କିମ୍ବା ଗୋଟିଏ ଗୋଡ଼ ଉପରେ ଆଉ ଗୋଟେ ଗୋଡ଼ ରଖି ବସିବା ପାଇଁ କହିଥାନ୍ତି ଏମିତି ଗୋଟେ ଦିନ ରେ ୧୬ ଘଣ୍ଟା କରିବାକୁ ପଡ଼ିଥାଏ। ଏବଂ କିଛି ବି ହଲଚଲ ହେଲେ ତାର ଶାସ୍ତି ଦିଆଯାଇଥାଏ।ଏଠାରେ ଶାସ୍ତି ମାଡ଼ ରୂପରେ ସ୍ବୀକାର କରିବାକୁ ପଡ଼ିଥାଏ।ପୂର୍ବ ବନ୍ଦୀ ମାନେ କହିଛନ୍ତି କି ହାତ,ଲାଠି କିମ୍ବା ଚମଡା ର ବେଲଟ୍ ରେ ବାଡେଇ ଶାସ୍ତି ଦିଆଯାଇଥାଏ।ଏ ପର୍ଯ୍ୟନ୍ତ କି ଜଣକୁ ଗୋଟେ ଥର ଏକ ହଜାର ୟାଡର ଦୌଡିବା ପାଇଁ ଶାସ୍ତି ଦିଆଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।