ମଧ୍ଯ ପ୍ରଦେଶର ବାଲାଘାଟ ରେ ଜଣେ ଯୁବକ ର ସାହସ ଯୋଗୁ ଏକ ବଡ଼ ଦୁର୍ଘଟଣା ରକ୍ଷା ପାଇଲା। ପ୍ରାୟତଃ ବାଲାଘାଟ ର ଗୋଟେ ରିହାୟଶି ଇଲାକାରେ ପେଟ୍ରୋଲ ପମ୍ପ ନିକଟରେ ଗୋଟେ ଗାଡ଼ିରେ ଡିଜେଲ ଭରିବାରୁ ଭୟାନକ ନିଆଁ ଲାଗିଗଲା।
ପେଟ୍ରୋଲ ପମ୍ପ ରେ ନିଆଁ ଲାଗିବା କାରଣରୁ ସେଠି ଆଉ ଆଖପାଖ ଇଲାକାରେ ବହୁତ ବଡ଼ ଅଘଟଣ ହୋଇପାରିଥାନ୍ତା। ପେଟ୍ରୋଲ ପମ୍ପ ପାଖରେ କାମ କରୁଥିବା ଜଣେ ଯୁବକ ଯେମିତି ଗାଡ଼ିରେ ନିଆଁ ଲାଗିବାର ଦେଖିଲା ଓ ସେ ସେଠି ଯାଇ ପହଂଚିଲା ଏବଂ ନିଜ ଜୀବନକୁ ଖାତିର ନକରି ଗାଡ଼ିକୁ ଧକ୍କା ମାରି ମାରି ପେଟ୍ରୋଲ ପମ୍ପ ରୁ ଦୂରକୁ ନେଇଗଲା। କାରଣ ସେଠି ଚାରିଆଡ଼େ ନିଆଁ ନ ଲାଗୁ ବୋଲି।
ଆଖପାଖର ଲୋକ ଯେଉଁଠି ଘଟଣାର ଫଟୋ ଉଠାଉଥିଲେ ଓ ଭିଡିଓ କରୁଥିଲେ ସେଠି ମୁକେଶ କଟରେ ନାମକ ଜଣେ ଯୁବକ ଦୌଡ଼ି ଆସିଲା ଓ କାର କୁ ଧକ୍କା ମାରି ପେଟ୍ରୋଲ ପମ୍ପ ରୁ କିଛି ଦୂରକୁ ନେଇଗଲା। ଏଥିରେ ଏକ ବଡ଼ ଦୁର୍ଘଟଣା ଏଡାଇ ଗଲା।
ଏବେ ଯୁବକ ର ଏହି ସାହସିକତା ର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଲୋକଙ୍କ ଜୀବନ ବଞ୍ଚାଇଥିବା ମୁକେଶ କଟରେ କହିଲା କି ଏହି ପାଖରେ ତାର ଦୋକାନ ଅଛି ଓ ସେ କାର କୁ ଜଳୁଥିବାର ଦେଖିଦେଲା।
ମୁକେଶ ଦୌଡ଼ି ଦୌଡ଼ି କାର ପାଖକୁ ଗଲା ଓ ସେଠି ଷ୍ଟେୟରିଙ୍ଗ ର ଚାବି ବୁଲାଇ ଜଳୁଥିବା କାର କୁ କିଛି ଦୂର ଯାଏ ଧକ୍କା ମାରିଲା କାରଣ ପେଟ୍ରୋଲ ପମ୍ପ ରେ ନିଆଁ ନ ଲାଗୁ ବୋଲି।