ରକ୍ଷକ ସାଜିଲେ ଭକ୍ଷକ, ଥାନା ଲକଅପ ଭିତରେ ୨୦ ବର୍ଷୀୟା ମହିଳାଙ୍କୁ ଦୀର୍ଘ ୫ ଦିନ ଧରି ଗଣଦୁ-ଷ୍କର୍ମ କଲେ ପୋଲିସକର୍ମୀ

ମଧ୍ୟପ୍ରଦେଶର ରେୱା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି | ସାଧାରଣ ଜନତାଙ୍କର ରକ୍ଷା କରିବା ପାଇଁ ନିଯୁକ୍ତ ପୋଲିସ ହିଁ ଅମାନବିକତାର ସମସ୍ତ ସୀମା ଡେଇଁ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି | ମହିଳାଙ୍କ ସମ୍ମାନକୁ ସୁରକ୍ଷା ଦେବା ପୋଲିସଙ୍କର କାର୍ଯ୍ୟ ହୋଇଥିବା ବେଳେ ସେହି ପୋଲିସ ବର୍ତ୍ତମାନ ମହିଳାଙ୍କ ସହିତ ଦୁଷ୍କର୍ମ କରୁଛନ୍ତି | ରେୱା ଜିଲ୍ଲାର ମଙ୍ଗୱାନ ଥାନାର ଲକଅପ ଭିତରେ ଥିବା ଜଣେ ୨୦ ବର୍ଷୀୟା ମହିଳାଙ୍କୁ ପୋଲିସ କର୍ମୀ ମାନେ ଦୀର୍ଘ ୫ ଦିନ ଧରି ଗଣଦୁ-ଷ୍କର୍ମ କରିଥିବାର ଅଭିଯୋଗ ଆସିଛି | ମିଳିଥିବା ଅଭିଯୋଗ ମୁତାବକ ଉକ୍ତ ଘଟଣାଟି ମଇ ମାସ ୯ ତାରିଖରୁ ୨୧ ତାରିଖ ମଧ୍ୟରେ ଘଟିତ ହୋଇଥିଲେ ହେଁ ଅକ୍ଟୋବର ୧୦ ତାରିଖରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଓକିଲ ଦଳଙ୍କ ଦ୍ୱାରା ଜେଲକୁ ଯାଇ ଯାଞ୍ଚ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା |

ଏକ ନ୍ୟାସନାଲ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଥାନା ଲକଅପରେ ଥିବା ମହିଳା ଜଣକ ହତ୍ୟା ଘଟଣାର ଅଭିଯୁକ୍ତ ଥିଲେ | ତେବେ ଲକଅପ ଭିତରେ ତାଙ୍କ ସହିତ ହୋଇଥିବା ଦୁଷ୍କର୍ମକୁ ନେଇ ମହିଳା ଜଣକ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରେ ପୋଲିସ ବିରୋଧରେ ଅଭିଯୋଗ କରିଥିଲେ | ମହିଳାଙ୍କ ଠାରୁ ତାଙ୍କ ସହିତ ହୋଇଥିବା ଅମାନୁଷିକତାର ଘଟଣା ଶୁଣିବା ପରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ |

ମହିଳା ଜଣକ ନିଜ ଅଭିଯୋଗରେ କହିଥିଲେ ଯେ, ଜଣେ ମହିଳା କନେଷ୍ଟବଳ ଦୁ-ଷ୍କର୍ମ କରିବାକୁ ଆସିଥିବା ପୋଲିସକର୍ମୀଙ୍କୁ ଅଟକାଇଥିଲେ ମଧ୍ୟ ସେମାନେ ତାଙ୍କ କଥା ନଶୁଣି ଓଲଟା ତାଙ୍କୁ ଧମକାଇ ଥିଲେ | ସେହିପରି ଅନ୍ୟପକ୍ଷରେ ପୋଲିସ କର୍ମଚାରୀ ମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ମହିଳା ଜଣକ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଉଛନ୍ତି କାରଣ ସେ ଏହି ଘଟଣା ମେ ୯ରୁ ୨୧ ଭିତରେ ହୋଇଥିବାର କଥା କହୁଥିବା ବେଳେ ତାଙ୍କୁ ମେ ୨୧ ତାରିଖରେ ହିଁ ଗିରଫ କରାଯାଇଥିଲା | ଅର୍ଥାତ ଯେଉଁ ସମୟରେ ଏସବୁ ହୋଇଛି ବୋଲି ମହିଳା ଜଣକ ଦାବି କରୁଛନ୍ତି ବାସ୍ତବରେ ସେତେବେଳକୁ ତାଙ୍କୁ ଗିରଫ ହିଁ କରାଯାଇ ନଥିଲା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *