କାଙ୍ଗାଳ ପରିସ୍ଥିତିରେ ମଧ୍ୟ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି ପାକିସ୍ତାନ, ସୀମାରେ ପ୍ରବେଶ ପାଇଁ ପ୍ରସ୍ତୁତି

ପୁଣିଥରେ ଭାରତ ବିରୋଧରେ ଷଡଯନ୍ତ୍ର କରିବାରେ ଲାଗି ପଡିଛି ପାକିସ୍ତାନ | ଏଲଏସିରେ ଚୀନ ନିଜ ହିଂସାତ୍ମକ କାର୍ଯ୍ୟ ବନ୍ଦ କରୁନଥିବା ବେଳେ ଅନ୍ୟପକ୍ଷରେ ତା’ର ବନ୍ଧୁ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ଭାରତୀୟ ସୀମାକୁ ପଠାଇବାକୁ ଚାହୁଁଛି, ଯାହାଦ୍ୱାରା ସେ ଘାଟିର ଶାନ୍ତିକୁ ନଷ୍ଟ କରି ପାରିବ | କିନ୍ତୁ ପାକିସ୍ତାନର ଏହି ଷଡଯନ୍ତ୍ରର ସମସ୍ତ ସତ୍ୟ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିଯାଇଛି |

ପାକିସ୍ତାନ ହୁଏତ କାଙ୍ଗାଳ ସ୍ଥିତି ସହିତ ଲଢ଼ୁଛି କିନ୍ତୁ ସେ ପୁଣିଥରେ ଭାରତ ବିରୋଧରେ ଷଡଯନ୍ତ୍ର କରୁଛି | ସେ ଘାଟିରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ରହିଛି | ଭାରତରେ ପଶିବା ପାଇଁ ଆତଙ୍କବାଦୀମାନେ ସୀମାରେ ସେପଟେ ଥିବା ଲଞ୍ଚୀଙ୍ଗ ପେଡରେ ଏକାଠି ହୋଇଛନ୍ତି | ସୂଚନା ମିଳିଛି ଯେ ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ପାକିସ୍ତାନ ସେନାର ସମର୍ଥନ ମିଳୁଛି |

ଆଉଥରେ ପୁଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ପ୍ରସ୍ତୁତି କରି ସାରିଛି | ସେ ପାଳିଥିବା ଆତଙ୍କବାଦୀମାନେ ବିଭିନ୍ନ ହତିଆରରେ ନିଜକୁ ସଶସ୍ତ୍ର କରିସାରିଲେଣି | ତାଙ୍କ ମୁଣ୍ଡରେ ଆତଙ୍କବାଦୀଙ୍କର ମୁଖ୍ୟ ବିଷ ଭରି ଦେଇଛନ୍ତି | ପାକିସ୍ତାନୀ ସେନା ତାଙ୍କ ମସ୍ତିଷ୍କରେ ଭାରତ ବିରୋଧରେ ଷଡ଼ଯନ୍ତ୍ରର ମଞ୍ଜି ବୁଣି ଦେଇଛନ୍ତି |

ତେବେ ଶୀତ ଆରମ୍ଭ ହେବାକୁ ଯାଉଛି | ତାହା ପୂର୍ବରୁ ପାକିସ୍ତାନ ଏହି ଉଦ୍ଦେଶ୍ୟରେ ରହିଛି ଯେ, କୌଣସି ପ୍ରକାରରେ ଆତଙ୍କବାଦୀମାନଙ୍କୁ ଭାରତର ସୀମାରେ ପ୍ରବେଶ କରାଯାଇ ପାରିବ | ଏହି ଖରାପ ଉଦ୍ଦେଶ୍ୟକୁ ସଫଳ କରାଇବା ପାଇଁ ଭୀରୁ ପାକିସ୍ତାନ ସେନା BATକୁ କମାଣ୍ଡ ଦେଇ ଦେଇଛନ୍ତି | ପାକିସ୍ତାନର ଏହି ବ୍ୟାଟ ଟିମ ଏଲଓସିରେ ମୁତୟନ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ଚାହୁଁଛି | ପାକିସ୍ତାନ ସେନା କହିଛି ଯେ, ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରି ଆତଙ୍କବାଦୀ ମାନଙ୍କୁ ଭାରତୀୟ ସୀମାକୁ ପଠାଇ ଦିଆଯିବ |

ଏପରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ଗୁଇନ୍ଦା ଏଜେନ୍ସି ପକ୍ଷରୁ କରାଯାଇଛି | ପ୍ରତ୍ୟେକଥର ପିଠି ଦେଖାଉଥିବା ପାକିସ୍ତାନ ସେନାର BAT ଟିମରେ ପାକିସ୍ତାନ ସେନାର ମୁଜାହିଦ୍ଦିନ ଏବଂ ସ୍ୱତନ୍ତ୍ର ସର୍ଭିସେସ ଦଳର କମାଣ୍ଡୋ ଶାମିଲ ରହିଛନ୍ତି | ଏହି ଦୁଇଜଣଙ୍କ ସହିତ ଅନେକ ଆତଙ୍କବାଦୀ ମଧ୍ୟ ସେହି ଟିମର ଅଂଶ ଅଟନ୍ତି |

ଏହି ଅଞ୍ଚଳ ଗୁଡିକରେ ପ୍ରବେଶ କରିବାକୁ ଚାହୁଁଛନ୍ତି ପାକିସ୍ତାନ ଆତଙ୍କବାଦୀ :

କେରନ ସେକ୍ଟରର ଅନ୍ୟ ପକ୍ଷରେ ପାକିସ୍ତାନର ଭୂମିରେ ୮୦ ଜଣ ଆତଙ୍କବାଦୀ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ବସିଛନ୍ତି | ତଙ୍ଗାଧର ସେକ୍ଟରର ଅନ୍ୟ ପକ୍ଷରେ ମଧ୍ୟ ଲଞ୍ଚ ପେଡରେ ଜେସ-ଲଶ୍କରର ୧୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ବସିଛନ୍ତି | ପୁଂଛର ସେପଟେ ଥିବା ଲଞ୍ଚ ପେଡରେ ୪୦ ଜଣ ଆତଙ୍କବାଦୀ ପ୍ରବେଶ କରିବାର ଉଦ୍ଦେଶ୍ୟରେ ରହିଛନ୍ତି | ସେହିପରି ୨୦ ଜଣ ଆତଙ୍କବାଦୀ କୃଷ୍ଣା ଘାଟିର ଅନ୍ୟ ପାର୍ଶ୍ବରେ ପାକିସ୍ତାନ ଭୂମିରେ ଅପେକ୍ଷା କରୁଛନ୍ତି | ୩୫ ଜଣ ଆତଙ୍କବାଦୀ ଭିମ୍ବର ଗଳି ସାମ୍ନାରେ ପାକିସ୍ତାନୀ କ୍ୟାମ୍ପରେ ରହିଛନ୍ତି | ରାଜୌରୀର ଡାକଖାନା ଅଞ୍ଚଳ ସାମ୍ନାରେ ସେପଟେ ୨୫ ଆତଙ୍କବାଦୀ ସମୂହ ରହିଛନ୍ତି | ସେହିପରି ନୌସେରା ସେକ୍ଟରର ଅନ୍ୟ ପାର୍ଶ୍ବରେ ୩୫ ଜଣ ଆତଙ୍କବାଦୀ ପ୍ରବେଶ କରିବାର ଉଦ୍ଦେଶ୍ୟରେ ରହିଛନ୍ତି |

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଇଏସଆଇ ଏବଂ ପାକିସ୍ତାନ ସେନା ଏହି ମିଳିତ ମିଶନରେ ଆତଙ୍କବାଦୀମାନଙ୍କ ଇନଭେଷ୍ଟମେଣ୍ଟ ମଧ୍ୟ ହୋଇସାରିଛି | ୭ ଗୋଟି ଲୋକେଶନରେ ଆତଙ୍କବାଦୀ ଏକାଠି ହୋଇଛନ୍ତି | ଲାଗୁଛି ଯେ ପାକିସ୍ତାନ ୨୦୧୯ର ୱାଲାକୋଟ ଏୟାରଷ୍ଟ୍ରାଇକ ଏବଂ ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଭୁଲି ଯାଇଛି | ସେଥିପାଇଁ ବୋଧହୁଏ ଭାରତରେ ପ୍ରବେଶ କରିବାର ଷଡଯନ୍ତ୍ର କରିବାରେ ଲାଗି ପଡିଛି |

ପାକିସ୍ତାନ ବର୍ତ୍ତମାନ ସମୟରେ ଅସ୍ଥିର ରହିଛି | ଭାରତୀୟ ସେନାଙ୍କ କିଲ୍ଲାବନ୍ଦୀ ଏତେ ଶକ୍ତିଶାଳୀ ରହିଛି ଯେ, ପାକିସ୍ତାନକୁ କୌଣସି ଉପାୟ ଦେଖାଯାଉ ନାହିଁ | ପାକିସ୍ତାନ ଲଗାତାର ଭାବରେ ଚେଷ୍ଟା କରୁଛି | ବର୍ତ୍ତମାନ ୧୪ ଅକ୍ଟୋବର ଦିନ ହିଁ ତଙ୍ଗାଧର ଅଞ୍ଚଳରେ ପାକିସ୍ତାନର BAT ଦୁଃସାହସ କରିଥିଲା | କିନ୍ତୁ ଭାରତୀୟ ସେନା ଏହି ଖରାପ ଉଦ୍ଦେଶ୍ୟକୁ ଜାଣି ପାରିଥିଲା ଏବଂ ଆତଙ୍କବାଦୀମାନଙ୍କୁ ପ୍ରବେଶ କରିବାର ଚେଷ୍ଟାକୁ ବିଫଳ କରିଦେଇଥିଲେ | ପାକିସ୍ତାନକୁ ଏକଥା ମାନେ ରଖିବା ଉଚିତ ଯେ ତାଙ୍କର କୌଣସି ଚାଲାକି କାମ ଆସିବ ନାହିଁ | ପ୍ରତ୍ୟେକଥର ସେ ଭାରତ ଠାରୁ ପରାସ୍ତ ହେବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *