ନାସା ପାଖାପାଖି ୧୪ ଗୋଟି କମ୍ପାନୀକୁ ଚନ୍ଦ୍ର ପୃଷ୍ଠରେ ୪G LTE କନେକ୍ଟିଭିଟି ଇନଫ୍ରାଷ୍ଟ୍ରକ୍ଚର ପାଇଁ କଣ୍ଟ୍ରାକ୍ଟ ଦେଇଛି | ନୋକିଆ ପାଖରେ ୪G ଲଗାଇବାର ଦାୟିତ୍ୱ ରହିବ |
ଆମେରିକା ସ୍ପେସ ଏଜେନ୍ସି ନାସା ଏବଂ ନୋକିଆ ମିଳିତ ଭାବରେ ଚନ୍ଦ୍ର ପୃଷ୍ଠରେ ୪G LTE କନେକ୍ଟିଭିଟି ପହଞ୍ଚାଇବେ | ନାସା ଘୋଷଣା କରିଛି ଯେ, ଚନ୍ଦ୍ର ପୃଷ୍ଠରେ ପ୍ରଥମ ସେଲ୍ୟୁଲାର କନେକ୍ଟିଭିଟି ପାଇଁ ନୋକିଆକୁ କଣ୍ଟ୍ରାକ୍ଟ ଦିଆଯାଉଛି |
ନୋକିଆ ନିଜର ଏକ ଷ୍ଟେଟମେଣ୍ଟରେ କହିଛି ଯେ, ୪G / LTE ଟେକ୍ନୋଲୋଜି ଏବଂ ଉଚ୍ଚ ଡାଟା ହାର ଦେଇ ଚନ୍ଦ୍ର ପୃଷ୍ଠରେ କ୍ରାନ୍ତି ଆଣିପାରିବ |
ସୂଚନାଯୋଗ୍ୟ ଯେ, NASA Artemin Program ଅଧୀନରେ ୨୦୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଠକୁ ମାଣ୍ଡ ମେସିନ ପଠାଇବାର ପ୍ରସ୍ତୁତିରେ ରହିଛି | ନୋକିଆ କହିଛି ଯେ, NASA Artemin ସମୟରେ କମ୍ୟୁନିକେଶନ ବହୁତ ବଡ ଭୂମିକା ଗ୍ରହଣ କରିବ |
ନୋକିଆ ମୁତାବକ Nokia Bell Labs ୨୦୨୨ର ଶେଷ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ଲୋ ପାୱାର, ସ୍ପେସ ହାର୍ଡେଣ୍ଡ ଏବଂ ଏଣ୍ଡ ଟୁ ଏଣ୍ଡ LTE ସଲ୍ୟୁସନ ଲଗାଇବେ |
ନାସା ନୋକିଆ ସହିତ ଅନେକ କମ୍ପାନୀ ଗୁଡିକର ମୋଟ ୩୭୦ ମିଲିୟନ ଡଲାର ( ପାଖାପାଖି ୨୭.୧୩ ଆରବ ଟଙ୍କା) ଦେବ ଯାହାଦ୍ୱାରା ଚନ୍ଦ୍ର ପୃଷ୍ଠରେ ୪G LTE ନେଟୱାର୍କ ଲଗାଯାଇ ପାରିବ |
ଏହି କମ୍ପାନୀ ଗୁଡିକ ଚନ୍ଦ୍ର ପୃଷ୍ଠର ପାୱାର ଜେନେରେସନ, କ୍ରାୟୋଜୋନିକ ଫ୍ରୀଜିଙ୍ଗ ଏବଂ ରୋବୋଟିକ୍ସ ଟେକ୍ନୋଲୋଜି ମଧ୍ୟ ଲଗାଯିବ | ଏସବୁ ଆଧାରରେ ପୁଣି ଚନ୍ଦ୍ର ପୃଷ୍ଠରେ ୪G ନେଟୱାର୍କ ଲଗାଇବାର ଯୋଜନା ରହିଛି |
ସୂଚନା ରହିଛି ଯେ Nokia Bell Labsକୁ ୧୪ ମିଲିୟନ ଡଲାର (ପାଖାପାଖି ୧.୦୩ ଆରବ ଟଙ୍କା)ର କଣ୍ଟ୍ରାକ୍ଟ ଦିଆଯାଇଛି | ଚନ୍ଦ୍ର ପୃଷ୍ଠରେ ୪G ଲଗାଇବା ପାଇଁ Nokia Bell Labs ସ୍ପେସ ଫ୍ଲାଇଟ ଇଞ୍ଜିନିୟରିଙ୍ଗ କମ୍ପାନୀ ଗୁଡିକ ସହିତ ଭାଗିଦାରୀ କରିବ |
ସ୍ପେସ ଏଜେନ୍ସି ନାସା ମୋଟ ୧୪ ଆମେରିକୀୟ କମ୍ପାନୀକୁ ଚୟନ କରିଛି ଯେଉଁମାନେ ଚନ୍ଦ୍ର ପୃଷ୍ଠରେ ୪G ନେଟୱାର୍କ ପାଇଁ ବେସିକ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରିବେ | ଏହି ମିଶନ ପାଇଁ ଆରବ ଆରବ ଟଙ୍କାର ପାଣ୍ଠି ରଖାଯାଇଛି |
ସୂଚନାଯୋଗ୍ୟ ଯେ ଏହି କମ୍ପାନୀ ଗୁଡିକ ମୁଖ୍ୟତଃ ସ୍ପେସ X, ନିକିଆ, Lockheed Martin, Sierra, ULA ଏବଂ SSL ରୋବୋଟିକ୍ସ ଶାମିଲ ରହିଛନ୍ତି | ଏସବୁ ଆମେରିକାର ହିଁ କମ୍ପାନୀ ଅଟନ୍ତି |