ହାପୁଡ଼ ରେ ଉପର ଜିଲ୍ଲା ଜଜ ବିନା ନାରାୟଣ ର ଅଦାଲତ ରେ ଗୋଟେ ଛଅ ବର୍ଷର ଛୋଟ ଝିଅ ସହ ନିଷ୍ଠୁରତା କରିଥିବା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଗଲା। ମାତ୍ର ଦୁଇ ମାସ ଟ୍ରାୟଲ ପରେ ସୋମବାର ଦିନ ଏହି ବଳାତ୍କାର ବିଷୟରେ ବିଚାରପତି ବହୁତ ବଡ଼ ଦଣ୍ଡର ଶୁଣାଣି ଦେଇଛନ୍ତି। ଆପଣଙ୍କୁ କୁହାଯାଉଛି କି ସ୍ଵତନ୍ତ୍ର ବିଚାରପତି ବିନା ନାରାୟଣ ବଳାତ୍କାର ପରେ ହତ୍ୟାର ଗୋଟେ ଘଟଣା ରେ ୧୫ ଅକ୍ଟୋବର ୨୦୨୦ ରେ ଦୁଇଜଣ ଅଭିଯୁକ୍ତ କୁ ଫାଶୀ ଦଣ୍ଡର ଶୁଣାଣି କରିଥିଲେ।
ଛୋଟ ପିଲା ସହ ବଳାତ୍କାର ର ଏହି ଘଟଣା ୬ ଅଗଷ୍ଟ ୨୦୨୦ ର ସନ୍ଧ୍ୟାରେ ହାପୁଡ଼ ଗଡ଼ ର ଥାନାକ୍ଷେତ୍ର ଜଣା ପଡିଥିଲା। ଏହି ସାଇକୋ ପ୍ରକାରର ଅଭିଯୁକ୍ତ ଦଳପତ କୁ ବହୁତ କଷ୍ଟରେ ଏସପି ସଞ୍ଜିବ ସୁମନ ଗିରଫ କରିଥିଲେ। ପାଖାପାଖି ୧୦ ଦିନ ଯାଏ ଏହି ଅଭିଯୁକ୍ତ ବଡ଼ ନାଟକର ଢଙ୍ଗରେ ହଇରାଣ କରିଥିଲା ଓ ଶେଷରେ ପୁଲିସ ତାକୁ ଧରିବାରେ ସଫଳ ହୋଇଥିଲେ।
ଏହି ଘଟଣା ହାପୁଡ ର ଉପର ଜିଲ୍ଲା ଜଜ ଓ ସ୍ଵତନ୍ତ୍ର ବିଚାରପତି ବିନା ନାରାୟଣ ଙ୍କ ଅଦାଲତ ରେ ଚାଲୁଥିଲା। କୋର୍ଟ ଜଣେ ଛଅ ବର୍ଷର ଛୋଟ ଝିଅ ସହ ବଳାତ୍କାର ର ଘଟଣା ରେ ସୋମବାର ଦିନ ଐତିହାସିକ ଶୁଣାଣି ଶୁଣାଇଥିଲା, ଯେଉଁଥିରେ ଅଭିଯୁକ୍ତ କୁ ମୃତ୍ୟୁ ଯାଏ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି।
ନିଷ୍ପତ୍ତି ବିଷୟରେ ହାପୁଡ ଜିଲ୍ଲା ର ଡ଼ିଜିସି କ୍ରାଇମ କୃଷ୍ଣକାନ୍ତ ଗୁପ୍ତା କହିଲେ କି ଥାନାଗଢ଼ କ୍ଷେତ୍ରରେ ୬ ଅଗଷ୍ଟ ୨୦୨୦ ରେ ଛଅ ବର୍ଷର ଝିଅ ନିଜ ଘର ବାହାରେ ଖେଳୁ ଥିଲା ଓ ଅଭିଯୁକ୍ତ ଦଳପତ ବାଇକ ରେ ବସାଇ ପିଲାକୁ ଅପହରଣ କରି ନେଇଗଲା ଓ ରାତି ସାରା ଗୋଟେ କ୍ଷେତରେ ତାସହ ବଳାତ୍କାର କରୁଥିଲା। ପୁଲିସ ଓ ଘରଲୋକ ରାତିସାରା ପିଲାକୁ ଖୋଜୁଥିଲେ। ସକାଳେ ପିଲାଟି ଗୋଟେ କ୍ଷେତରେ ଚେତା ହରାଇ ପଡିଥିବାର ମିଳିଲା। ପିଲାଟି ସହିତ ଗୁରୁତର ଭାବରେ ବଳାତ୍କାର କରାଯାଇଥିଲା। ଏହି ଘଟଣାରେ ବିଚାରପତି ମୃତ୍ୟୁ ହେବା ଯାଏ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କଲେ।
କୁହାଯାଉଛି କି ଅଗଷ୍ଟ ରେ ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଦଳପତ କାନୁନ କୁ ଚକମା ଦେବାପାଇଁ ନିଜ ମୃତ୍ୟୁ ର ନୋଟ ଓ କପଡ଼ା ସବୁ ଗଙ୍ଗା ନଦୀ କଡ଼ରେ ଛାଡି ଦେଇଥିଲା। ଯେଉଁଥିରେ ସେ ଲେଖିଥିଲା କି ସେ ପୁଲିସ ପାଖରୁ ବଞ୍ଚିବା ପାଇଁ ଗଙ୍ଗା ନଦୀ କୁ ଡେଇଁ ଆତ୍ମହତ୍ୟା କରୁଛି। କିନ୍ତୁ ଏସପି ହାପୁଡ ସଞ୍ଜିବ ସୁମନ ଅଭିଯୁକ୍ତ ର ସୁଇସାଇଡ ନୋଟ ଉପରେ ବିଶ୍ୱାସ ନକରି ତଲାସ ଜାରୀ ରଖିଲେ ଓ ଅଭିଯୁକ୍ତ ଦଳପତ ଉପରେ ୨.୫ ଲକ୍ଷ ଟଙ୍କା ପୁରସ୍କାର ର ଘୋଷଣା କରିଦେଲେ। ଏହାପରେ ୧୫ ଅଗଷ୍ଟ ରେ ପୁଲିସ ଅଭିଯୁକ୍ତ ଦଳପତ କୁ ଗିରଫ କରିଦେଲା।
ଏବେ ଏହି ଘଟଣାରେ ପାଖାପାଖି ୫୦ ଦିନର ଶୁଣାଣି ପରେ ଦୋଷୀ ଦଳପତ କୁ ମୃତ୍ୟୁ ହେବା ଯାଏ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଗଲା।