ଦଶ ହଜାର ସର୍ତ୍ତ ରେ ଯୁବକ ହାରିଲା ତାର ଜୀବନ। ଉଚ୍ଚା କୁ ଚଢେଇବାକୁ ଚାହୁଁ ଥିଲେ ଟ୍ରାକ୍ଟର।

ୟୁପି ର ସାମଲି ରେ ଦୁଇଟି ଅଲଗା ଅଲଗା ଟ୍ରାକ୍ଟର ର ଦୁଇ ଡ୍ରାଇଭର ମାଟିର ଉଚ୍ଚ ଜାଗାରେ ଚଢାଇବା ପାଇଁ ଦଶ ହଜାର ର ସର୍ତ୍ତ ଲଗାଇ ଥିଲେ। ମାଟିର ଉଚ୍ଚା ଏତେ ବଡ଼ ଥିଲା ଯେ କୌଣସି ବି, ଟ୍ରାକ୍ଟର ଏତେ ଉଚ୍ଚରେ ଚଢିବା ସମ୍ଭବ ପର ନ ଥିଲା। ଯେବେ ଟ୍ରାକ୍ଟର ଉଚ୍ଚରେ ଚଢ଼ିପାରିଲାନି ପାଖରେ ଥିବା ଲୋକ ମାନେ ହସିକି ମଜା ଉଡାଇଥିଲେ। ତେବେ ସର୍ତ୍ତ ଏବଂ ଲୋକ ମାନଙ୍କର ଥଟା ମଜା ଯୁବକର ଜୀବନ ନେଇ ଯିବ କେହି ଭାବିନଥିଲେ, କାରଣ ଦଶ ହଜାର ସର୍ତ୍ତ ଜିତିବା ପାଇଁ ଚାହୁଁ ଥିଲେ। ପ୍ରକୃତରେ ଏହି ଘଟଣାଟି ଥାନା ଭବନ କ୍ଷେତ୍ରରେ ଚିତରସି ଗାଁ ରେ ଗୌରବ ଶର୍ମା ଏବଂ ଚନ୍ଦ୍ରପାଲ ସୈନିକ ମଧ୍ୟରେ ଗାଆଁ ର କିଛି ଦୂରରେ କୃଷ୍ଣ ନଦୀର ପୋଲ ପାଖରେ ଗୋଟେ ଉଚ୍ଚା ଜାଗାରେ ଟ୍ରାକ୍ଟର ଚଢ଼ାଇବା ପାଇଁ ସର୍ତ୍ତ ଲାଗିଥିଲା।

ଏହା ପରେ ଗୌରବ ଏବଂ ଚନ୍ଦ୍ରପାଲ ସୈନିକଙ୍କ ମଧ୍ୟରେ ଦଶ ହଜାର ର ସର୍ତ୍ତ ଜିତିବା ପାଇଁ ନିଜ ନିଜ ଟ୍ରାକ୍ଟର ଉଚ୍ଚା ଜାଗାକୁ ଚଢ଼େଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ତ ଚନ୍ଦ୍ରପାଲ ମାଟି ଉପରେ ଚଢ଼ାଇବ ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ସଫଳ ହୋଇ ନ ଥିଲେ।

ଯେବେ ଗୌରବ ଶର୍ମା ନିଜର ଟ୍ରାକ୍ଟର ଉଚ୍ଚା ଜାଗାରେ ଚଢାଇବା ପାଇଁ ଚେଷ୍ଟା କରୁଥିଲା। ତେବେ ଅଚାନକ ଗୌରବ ଶର୍ମା ଟ୍ରାକ୍ଟର ନିୟନ୍ତ୍ରଣ ହରେଇ ବସିଥିଲେ। ଏବଂ ପଛକୁ ଖସି ଆସି ଥିଲେ। ପାଖରେ ଥିବା ଲୋକ ହସିଥିଲେ ଏବଂ ମଜାକ୍ ଉଡ଼ାଇଥିଲେ। ଗୌରବ ସର୍ତ୍ତ ଜିତିବା ପାଇଁ ଜିଦି ଏବଂ ଲୋକ ମାନଙ୍କର  ଥଟା ମଜା ତାକୁ ମରଣର ମୁଖକୁ ଟାଣିନେଲା । ମାଟିର ଉଚ୍ଚା ଜାଗାରେ ଟ୍ରାକ୍ଟର ପଛପଟୁ ପଲଟି ଯାଇଥିଲା। ଏହା ପରେ ଗୌରବ ଦଶ ହଜାର ସର୍ତ୍ତ ହାରିବା ପରେ ନିଜ ଜୀବନ ମଧ୍ୟ ହାରି ଦେଇଥିଲେ।

ପୁଣି ଟ୍ରାକ୍ଟର ପଲଟିବା ପରେ ପାଖରେ ଛିଡ଼ା ହୋଇ ଭିଡିଓ ବନାଉ ଥିବା ଯୁବକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଟ୍ରାକ୍ଟର ପଲଟିବା ପରେ ଯେତେବେଳେ ସେଠାକୁ ଯାଇ ଗୌରବ କୁ ଦେଖିଲେ ସେତେବେଳେ ତାର ମୃତ୍ୟୁ ହୋଇ ଯାଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *