ବହୁତ ଚାଲାକ ଥିଲା ପୂଜାରୀ, ନିଜ ଉପରେ ହିଁ ଚଳାଇଥିଲେ ଗୁଳି, ଆକ୍ରମଣ ପାଇଁ ଡକାଇଥିଲେ ସ୍ୱତନ୍ତ୍ର ଶୁଟର

ଉତ୍ତରପ୍ରଦେଶ ସ୍ଥିତ ଗୋଂଡ଼ାର ପୂଜାରୀ ଉପରେ ହୋଇଥିବା ଗୁଳି ବର୍ଷଣ ମାମଲାରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟର ଖୁଲାସା କରିଛନ୍ତି | ପୋଲିସ ମୁତାବକ ପୂଜାରୀ ନିଜର ସାଥି ମାନଙ୍କ ସହିତ ମିଶି ନିଜ ଉପରେ ଚଳାଇଥିଲେ | ଯାହାଦ୍ୱାରା ଏହି ଲୋକମାନେ ତିର୍ରେରମନୋରମଙ୍କ ପୂର୍ବ ଗ୍ରାମ ପ୍ରଧାନ ଆମର ସିଂହଙ୍କୁ ଫସାଇ ପାରିବେ | ପୋଲିସଙ୍କ ମୁତାବକ ଯେତେବେଳେ ତାଙ୍କ ପାଖକୁ ଏହି ମାମଲା ଆସିଥିଲା ସେତେବେଳେ ସେମାନେ ସମସ୍ତ ଦୃଷ୍ଟି କୋଣରୁ ଯାଞ୍ଚ କରିଥିଲେ | ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଥିଲେ ଯେ ରାମଜାନକୀ ମନ୍ଦିରର ମହନ୍ତ ସେଠାକାର ଗ୍ରାମର ପ୍ରଧାନଙ୍କ ସହିତ ମିଶି ପୂଜାରୀଙ୍କ ଉପରେ ଗୁଳି ଚାଲିବାର ଷଡଯନ୍ତ୍ର ରଚାଇଥିଲେ | ଆକ୍ରମଣରେ ଆହତ ହୋଇଥିବା ପୂଜାରୀ ମଧ୍ୟ ଏଥିରେ ଶାମିଲ ରହିଥିଲେ |

ପୋଲିସ ଦ୍ୱାରା ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ମହନ୍ତ, ଗ୍ରାମ ପ୍ରଧାନ ତାଙ୍କ ପୁଅଙ୍କ ସମେତ ୭ ଜଣ ଲୋକ ଏହି ମାମଲାରେ ଗିରଫ ହୋଇଛନ୍ତି | କେବଳ ଏତିକି ନୁହେଁ ଧରାପଡିଥିବା ଅଭିଯୁକ୍ତ ପୋଲିସଙ୍କୁ ତିନୋଟି ବ୍ରାଉନିଂ, ତିନୋଟି ଲାଇଭ କାର୍ତିଜ, ଗୋଟିଏ କିଓସ୍କ କାର୍ତିଜ ଏବଂ ଚାରୋଟି ମୋବାଇଲ ଜବତ କରିଛି |

କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ତିର୍ରେମନୋରମରେ ରାମଜାନକୀ ମନ୍ଦିରର ପୂଜାରୀ ଅତୁଳ ତ୍ରିପାଠୀ ଓରଫ ସମ୍ରାଟ ଦାସଙ୍କୁ ମନ୍ଦିର ଭିତରେ ଗୁଳି ମାରିଦିଆ ଯାଇଥିଲା | ଏହି ଘଟଣା ୧୦ ଅକ୍ଟୋବରର ମଧ୍ୟ ରାତ୍ରିକୁ ହୋଇଥିଲା | ମନ୍ଦିରର ମହନ୍ତ ଵୃନ୍ଦଶରଣ ତ୍ରିପାଠୀ ଓରଫ ସୀତାରାମ ଦାସ ଏହି ଆକ୍ରମଣକୁ ନେଇ ବୟାନ ଦେଇଥିଲେ | ସେ କହିଥିଲେ ଯେ ତିର୍ରେମନୋରମର ପୂର୍ବତନ ଗ୍ରାମ ପ୍ରଧାନ ଅମର ସିଂହ ଏହି ଆକ୍ରମଣ କରାଇଛନ୍ତି | ମହନ୍ତ ଅମର ସିଂହ ସମେତ ଚାରିଜଣ ଲୋକଙ୍କ ବିରୋଧରେ ଥାନା ଇଟିୟାଥୋକରେ ପ୍ରାଣଘାତି ଆକ୍ରମଣର ରିପୋର୍ଟ ଫାଇଲ କରାଇଥିଲେ | ଯାହାପରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଯାଇଥିଲା |

ଏସପି ଶୈଳେଶ କୁମାର ପାଣ୍ଡେ କହିଛନ୍ତି ଯେ, ସାକ୍ଷୀ ମାନଙ୍କର ବୟାନ ଏବଂ ଯାଂଚରେ ଜାଣିବାକୁ ମିଳିଛି ଯେ ଏହି ଆକ୍ରମଣ ଷଡଯନ୍ତ୍ରର ସହିତ ହୋଇଛି | ପୋଲିସ ଏହି ମାମଲାରେ ଶୁକ୍ରବାର ରାତିରେ ଅଭିଯୁକ୍ତ ସୀତାରାମ ଦାସ, ବିପିନ ଦ୍ବିବେଦୀ ଓରଫ ଛୋଟୁ, ବିନୟ କୁମାର ସିଂହ, ତାଙ୍କ ପୁଅ ନୀରଜ ସିଂହ, ମୁନ୍ନା ସିଂହ, ସୋନୁ ସିଂହ ଏବଂ ଶିବ ଶଙ୍କର ସିଂହଙ୍କୁ ଗିରଫ କରିଛି | ଏସପି କହିଛନ୍ତି ଯେ, ଧାରା ପଡିଥିବା ଲୋକଙ୍କ ପାଖରେ ୩୧୫ ବୁରାରେ ତିନୋଟି ବ୍ରାଉନିଂ, ତିନୋଟି ଲାଇଭ କାର୍ତିଜ, ଗୋଟିଏ କିଓସ୍କ କାର୍ତିଜ ଏବଂ ଚାରୋଟି ମୋବାଇଲ ମିଳିଛି |

ଭୂମି ବିବାଦକୁ ନେଇ କରାଯାଇଥିଲା ଷଡଯନ୍ତ୍ର:

ଧରାପଡିଥିବା ଅଭିଯୁକ୍ତ ସୀତାରାମ ଦାସ କହିଛନ୍ତି ଯେ, ଅମର ସିଂହଙ୍କ ସହିତ ମନ୍ଦିରର ୧୨୦ ବୀଘା ଭୂମିକୁ ନେଇ ବିବାଦ ଚାଲିଥିଲା | ଏଥିପାଇଁ ଗ୍ରାମ ପ୍ରଧାନ ବିନୟ ସିଂହ ଏବଂ ପୂଜାରୀ ସମ୍ରାଟ ଦାସଙ୍କ ସହିତ ମିଶି ଏହି ଷଡଯନ୍ତ୍ର କରାଯାଇଥିଲା | ଯାହାଦ୍ୱାରା ଅମର ସିଂହଙ୍କୁ ଫସାଯାଇ ପାରିବ | ପୂଜାରୀ ଉପରେ ଗୁଳି ଚଳାଇବା ପାଇଁ ମଧ୍ୟପ୍ରଦେଶରୁ ଶୁଟର ଡକାଯାଇଥିଲା |

ପୂଜାରୀଙ୍କୁ ମଧ୍ୟ କରାଯିବ ଗିରଫ:

ଏହି ମାମଲାରେ ଆହତ ହୋଇଥିବା ପୂଜାରୀଙ୍କର ଚିକିତ୍ସା ବର୍ତ୍ତମାନ ଲକ୍ଷ୍ନୌର ହସ୍ପିଟାଲରେ ଚାଲିଛି | ପୋଲିସ ମୁତାବକ ପୂଜାରୀର ସୁସ୍ଥ ହେବା ମାତ୍ରେ ତାଙ୍କୁ ମଧ୍ୟ ଗିରଫ କରାଯିବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *