ଆସୁଛି ବଡ଼ ଭୟଙ୍କର ବର୍ଷା, ଓଡିଶା ସାରା ହାଇ ଆର୍ଲଟ ଜାରି କରିବ ବଡ କ୍ଷତି

କେନ୍ଦ୍ରୀୟ ବଙ୍ଗୋସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ବର୍ଷିବ। ଆଜିଠାରୁ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ତେବେ ସେପଟେ ବର୍ଷା ଯୋଗୁଁ ସମ୍ଭବତଃ ବନ୍ୟା ସ୍ଥିତି ର ସମୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି।

ଦକ୍ଷିଣ ଉପକୂଳ ବଙ୍ଗୋପ ସାଗରରେ ଦାନା ବାନ୍ଧୁ ଥିବା ଲଘୁଚାପ ଚବିଶ ଘଣ୍ଟା ମଧ୍ୟରେ ସକ୍ରିୟ ହେବ। ଏହା ଅବପାତରେ ପରିଣତ ହେବା ର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଆଜି ଠାରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଅଭେତ୍ୟରିଣ ଓଡ଼ିଶା ରେ ୧୬ଟି ଜିଲ୍ଲାରେ ଘଡଘଡି ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ଢେଙ୍କାନାଳ,ମାଲକାନଗିରି, ରାଏଗଡା, କୋରାପୁଟ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୧ତାରିଖରେ ମାଲକାନଗିରି,କୋରାପୁଟ, ରାଏଗଡ ଓ ପୁରୀ ଜିଲ୍ଲାକୁ ଏବଂ ୨୨ରୁ୨୩ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ କଳାହାଣ୍ଡି ଓ କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି।ଏହି ସବୁ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରାଯାଇଛି।

ଗତ ସପ୍ତାହରେ ଗଞ୍ଜାମରେ ତିନି ଦିନ ଧରି ବର୍ଷା ହୋଇ ଥିଲା। ଏହା ପ୍ରଭାବରେ ଚାଷୀ ଅଧିକ କ୍ଷତି ଗ୍ରସ୍ତ ହୋଇ ଥିଲେ। ଜମିରେ ପାଣି ଜମି ଏକର ଏକର ଫସଲ ନଷ୍ଟ ହୋଇ ଯାଇଛି। ତେବେ ଏବେ ବର୍ଷା ର ଆଶଙ୍କା ଚାଷୀଙ୍କ ମନରେ ଭୟ ସୃଷ୍ଟି କରିଛି।

ସେପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ କାଳୀନ ବୈଠକରେ ସବୁ ବିଧାୟକଙ୍କୁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆ ଯାଇଛି।, ଗଜପତି, ମାଲକାନଗିରି, ଗଞ୍ଜାମ ଜିଲ୍ଲାରେ ଅଧିକ ଫୋକୋସ ରଖାଯାଇଛି। ଏହି ସବୁ ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ବଂଶଧରା ,ଋଷିକୁଲ୍ୟା,ନାଗବନ୍ଦୀ ନଦୀରେ ଥିବା ଜଳସ୍ତର କୁ ୮୦ ରୁ କମାଯାଇ ୭୦ରୁ୬୫ ରେ ରଖାଯାଇଛି। ଯେଉଁଠି ଦୁର୍ବଳ ନଦୀବନ୍ଧ ଅଛି ସେଠାରେ ବାଲିବସ୍ତା ରଖାଯାଇଛି। ତେଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ଜଳସମ୍ପଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ରହିଛି କିନ୍ତୁ ବନ୍ୟା ପାଇଁ ପ୍ରସ୍ତୁତ ରହିବା ଲାଗି ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଧେଶ ଦିଆଯାଇଛି। ଏବଂ ଆସୁଥିବା ଲଘୁଚାପ କୁ ଦୃଷ୍ଟିରେ ରଖି ଆପଣ ସର୍ବଦା ସତର୍କ ଏବଂ ସଜାଗ ରୁହନ୍ତୁ।

Leave a Reply

Your email address will not be published. Required fields are marked *