ପାକିସ୍ତାନୀ ଲୋକଙ୍କ ପାଇଁ ହଇରାଣ ହେଉଛନ୍ତି ଟିକଟକ ଷ୍ଟାର, ସୋସିଆଲ ମିଡିଆରେ କଲେ ଦେଶ ଛାଡିବାର ଘୋଷଣା

ପାକିସ୍ତାନର ଟିକଟକ ଷ୍ଟାର ଜନ୍ନତ ମିର୍ଜା ପାକିସ୍ତାନରୁ ଜାପାନ ସିଫ୍ଟ ହୋଇ ସାରିଲେଣି | ୨୨ ବର୍ଷର ଜନ୍ନତ ଏପରି ଜଣେ ପ୍ରଥମ ପାକିସ୍ତାନୀ ବ୍ୟବହାରକାରୀ ଅଟନ୍ତି ଯାହାଙ୍କର ଟିକଟକରେ ୧୦ ମିଲିୟନରୁ ଅଧିକ ଅନୁସାରଣକାରୀ ଅଛନ୍ତି, ଏମିତିରେ ପ୍ରଶଂସକ ତାଙ୍କ ନିଷ୍ପତ୍ତିରେ ଚିନ୍ତିତ ଅଛନ୍ତି | ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ୧ ମିଲିୟନରୁ ମଧ୍ୟ ଅଧିକ ଅନୁସାରଣକାରୀ ଅଛନ୍ତି ଏବଂ ଅଧିକାଂଶ ସମୟରେ ତାଙ୍କ ଫୋଟୋ ପ୍ରଶଂସକ ମାନଙ୍କ ମଧ୍ୟରେ ଭାଇରାଲ ହୋଇଯାଇଥାଏ |

ଜନ୍ନତ ନିକଟରେ ହିଁ ସେୟାର କରିଥିଲେ ଯେ, ଯେତେବେଳେ ପାକିସ୍ତାନରେ ଟିକଟକ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା ସେତେବେଳେ ସେ ଜାପାନରେ ଥିଲେ | ଜନ୍ନତ ଏବେ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନିଷ୍ପତ୍ତି ନେଇଯାଇଛନ୍ତି ଯେ ସେ ଜାପାନରେ ରହିବେ |

ଜନ୍ନତ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫୋଟୋ ସେୟାର କରିଥିଲେ | ଯେଉଁଠାରେ ଅନେକ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ପୁଣି କେବେ ପାକିସ୍ତାନ ଫେରିବ | ମିର୍ଜା ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସେ ଜାପାନ ସିଫ୍ଟ ହୋଇଯାଇଛନ୍ତି |

ଜନ୍ନତ ଏହି ନିଷ୍ପତ୍ତିର କାରଣ କହିବାକୁ ଯାଇ କହିଥିଲେ ଯେ, ସେ ଏପରି ପାକିସ୍ତାନୀ ଲୋକଙ୍କର ଖରାପ ମାନସିକତାକୁ ବିଦାୟ ଜଣାଇ ଦେଇଛନ୍ତି | ଜନ୍ନତଙ୍କୁ ଜଣେ ପ୍ରଶଂସକ ପାକସହରିଥିଲେ ଯେ, ଆପଣ କାହିଁକି ପାକିସ୍ତାନ ଛାଡ଼ୁଛନ୍ତି ? ଏହାର ଉତ୍ତରରେ ଜନ୍ନତ କହିଥିଲେ ଯେ, କାରଣ ପାକିଆସ୍ଥାନ ବହୁତ ସୁନ୍ଦର ଅଟେ ଏବଂ ଭଲ ମଧ୍ୟ, କିନ୍ତୁ ପାକିସ୍ତାନର ଲୋକଙ୍କର ମାନସିକତା ଭଲ ନୁହେଁ |

ଏହାପୂର୍ବରୁ ଜନ୍ନତ ମିର୍ଜା ପାକିସ୍ତାନରେ ଟିକଟକ ବ୍ୟାନକୁ ସମର୍ଥନ କରିଥିଲେ | ସେ କହିଛନ୍ତି ଯେ, ମୁଁ ନିଜେ ପାକିସ୍ତାନରେ ଟିକଟକର ପ୍ରତିବନ୍ଧକ ଚାହୁଁଥିଲି କିନ୍ତୁ ଏହାକୁ ସବୁଦିନ ପାଇଁ ବ୍ୟାନ କରିଦେବା ଉଚିତ ନୁହେଁ | ସେ କହିଥିଲେ ଯେ, ମୋତେ ପାକିସ୍ତାନରେ ଟିକଟକ ବ୍ୟାନର ଖବର ମିଳିଛି କିନ୍ତୁ ବର୍ତ୍ତମାନ ମୁଁ ଜାପାନରେ ଅଛି |

ଜନ୍ନତ ଏହା ମଧ୍ୟ କହିଛନ୍ତି ଯେ, ଅନେକ ଲୋକଙ୍କୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏହି ଆପ୍ଲିକେସନର ବ୍ୟବହାର କରିଥାନ୍ତି ଏବଂ ଏହି ଆପ ଦ୍ୱାରା ଅନେକ ନୂତନ ଏବଂ ପ୍ରତିଭାଶାଳୀ ଲୋକଙ୍କ ବିଷୟରେ ଜଣାପଡ଼ିଥାଏ | ତେବେ ଏଥିରେ କିଛି ଭିଡିଓର ଗୁଣବତ୍ତା ବହୁତ ଖରାପ ମଧ୍ୟ ହୋଇଥାଏ |

ମିର୍ଜା କହିଛନ୍ତି ଯେ, ବର୍ତମାନ ଟିକଟକ ଉପରେ ପ୍ରତିବନ୍ଧ ଆବଶ୍ୟକ ରହିଛି କିନ୍ତୁ ଟିକଟକରେ କଟେଣ୍ଟକୁ ନେଇ ଏକ ମାନକ ସଂଚାଳନ ପ୍ରକ୍ରିୟାର ଗଠନ କରାଯିବା ଉଚିତ ଏବଂ ଏହି ଆପରେ ଆସୁଥିବା ଭିଡିଓ ଗୁଡିକୁ ନଜରରେ ରଖିବା ଆବଶ୍ୟକ ରହିଛି |

ମିର୍ଜା କହିଛନ୍ତି ଯେ, ଏହି ଆପ୍ଲିକେଶନକୁ ନେଇ କିଛି ଜରୁରୀ ପଦକ୍ଷେପ ଉଠାଇବା ପରେ ଟିକଟକ ବ୍ୟାନକୁ ହଟାଇ ଦିଆଯାଇ ପାରିବ | ସୂଚନାଯୋଗ୍ୟ ଯେ, ପାକିସ୍ତାନ ପୂର୍ବରୁ ଭାରତରେ ମଧ୍ୟ ଟିକଟକ ବ୍ୟାନ କରିଦିଆଯାଇଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *