ନୂଆଦିଲ୍ଲୀ: ଏବେଠାରୁ ଟ୍ରାଫିକ ପୁଲିସ ଙ୍କ ସହ ଦୁର୍ବ୍ୟବହାର କଲେ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇପାରେ। ଟ୍ରାଫିକ ପୁଲିସ ଙ୍କ ପ୍ରତି ବ୍ୟବହାରକୁ ନେଇ ମୋଟର ଯାନ ଅଧିନିୟମ ୧୯୮୮ରେ କିଛି ନୂତନ ନିୟମ କୁ ଯୋଡ଼ା ଦିଆଯାଇଛି। ନୂତନ ନିୟମ ଅନୁଯାୟୀ, ଟ୍ରାଫିକ ପୁଲିସଙ୍କ ପ୍ରତି ଦୁର୍ବ୍ୟବହାର କଲେ ବର୍ତ୍ତମାନ ଚାଳକଙ୍କୁ ଜୋରିମାନା ଦେବାକୁ ପଡିପାରେ। ସୂଚନାରୁ ଡ୍ୟୁଟି ରେ ଥିବା ଟ୍ରାଫିକ ପୁଲିସ କର୍ମଚାରୀ ଙ୍କୁ ହଇରାଣ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ।
ଏମିତି ପରିସ୍ଥିତିରେ ଦାୟିତ୍ଵରେ ଥିବା ଟ୍ରାଫିକ ପୁଲିସଙ୍କ ପ୍ରତି ଦୁର୍ବ୍ୟବହାର କୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ନିୟମ ପ୍ରଣୟନ କରିଛନ୍ତି। ଏହି ନୂତନ ନିୟମ ଅନୁଯାୟୀ, ପୁଲିସ ଙ୍କ ପ୍ରତି ଦୁର୍ବ୍ୟବହାର କଲେ ଏବଂ ଯାଞ୍ଚ ରେ ଟ୍ରାଫିକ କର୍ମଚାରୀ ଙ୍କୁ ସହଯୋଗ ନକଲେ ଜୋରିମାନା ଆଦାୟ କରାଯିବ। ଖାଲି ଏତିକି ନୁହେଁ ଦରକାର ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରାଯାଇପାରିବ।
ଯାନବାହନ ସମ୍ବନ୍ଧୀୟ ଡିଜିଟାଲ ଡକ୍ୟୁମେଣ୍ଟ କୁ ଅକ୍ଟୋବର ୧ ରୁ ମୋଟର ଯାନ ଅଧିନିୟମ ସଂଶୋଧନ ପରେ ଅନୁମୋଦନ କରାଯାଇଛି। ଏହି ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଡିଜି ଲକର କିମ୍ବା ଏମ-ଟ୍ରାନ୍ସପୋର୍ଟ ମୋବାଇଲ ଆପ ରେ ଡ୍ରାଇଭର ମାନେ ସେମାନଙ୍କର ଡକ୍ୟୁମେଣ୍ଟ ଦେଖାଇ ପାରିବେ। ଡିଜିଟାଲ ଯାଞ୍ଚ ହୋଇଥିବା ଡକ୍ୟୁମେଣ୍ଟ ଗୁଡିକ ବୈଧ ହେବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।