ଭୟାନକ ପଦକ୍ଷେପ ଉଠାଇଲେ ଡାକ୍ତର ମହାଶୟ, ବିବାହିତା ପ୍ରେମିକାଙ୍କୁ ଲଗାଇଲେ ବିଷ ଇଞ୍ଜେକ୍ସନ

ଗାଜିଆବାଦରେ ପୋଲିସ ଡାସନା ଅଞ୍ଚଳରେ ୭ ସେପ୍ଟେମ୍ବରକୁ ନିଖୋଜ ହୋଇଯାଇଥିବା ମହିଳାଙ୍କର ହତ୍ୟାର ରହସ୍ୟକୁ ନେଇ ଖୁଲାସା ହୋଇ ସାରିଛି | ଖୁଲାସରେ ଜଣା ପଡିଛି ଯେ, ଡାକ୍ତର ପ୍ରେମୀ ମହିଳା ଜଣଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ ତାହା ପୂର୍ବରୁ ନୋଇଡା ନେଇଯାଇଥିଲେ ଏବଂ ତାଙ୍କୁ ଚଣ୍ଡୀଗଡ଼ ନେଇଯାଉଥିବା ବେଳେ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରି ଦେଇଥିଲେ | ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିନିଆଯାଇଛି | ଅଭିଯୁକ୍ତ ଜଣକ ନିଜେ ମଧ୍ୟ ବିବାହିତା ଅଟନ୍ତି | ମାମଲାଟି ଗାଜିଆବାଦର ମସୁରୀ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି |

ଗାଜିଆବାଦରେ ଜଣେ ଡାକ୍ତର ନିଜର ବିବାହିତା ପ୍ରେମିକାଙ୍କ ଠାରୁ ମୁକ୍ତି ପାଇବା ପାଇଁ ତାକୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରି ଦେଇଥିଲେ| ଗତ ୭ ସେପ୍ଟେମ୍ବରକୁ ଗାଜିଆବାଦର ମସୁରୀ ଅଞ୍ଚଳରେ ଜଣେ ୩୧ ବର୍ଷୀୟା ମହିଳା ଶବାନା ପତ୍ନୀ ୟାମୀନ ସନ୍ଦିଗ୍ଧ ଅବସ୍ଥାରେ ଗାୟବ ହୋଇଯାଇଥିଲେ |

ମହିଳାଙ୍କର ନିଖୋଜ ହେବାର ରିପୋର୍ଟ ମସୁରୀ ଥାନାରେ ଫାଇଲ କରାଯାଇଥିଲା, ପୋଲିସ ଅନେକ ଖୋଜଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖବର ମିଳି ନଥିଲା | ନିକଟରେ ପୋଲିସକୁ ଖବର ମିଳିଲା ଯେ ମହିଳା ଜଣକ ସେହି ଅଞ୍ଚଳରେ ରହୁଥିବା ଡାକ୍ତର ଇସ୍ମାଇଲଙ୍କ ସହିତ ସମ୍ପର୍କରେ ରହିଥିଲେ |

ପୋଲିସ ସମସ୍ତ କଡ଼ିକୁ ଯୋଡିବା ପରେ ଜଣା ପଡିଲା ଯେ ଡାକ୍ତର ଇସ୍ମାଇଲ କିଛିଦିନ ପୂର୍ବରୁ ନିଜର ନମ୍ବର ବଦଳାଇ ଦେଇଥିଲେ| ପୋଲିସ ଡାକ୍ତରଙ୍କର ପୁରୁଣା ନମ୍ବର ଖୋଜିଲେ ଏବଂ ସେହି ନମ୍ବରର ଲୋକେଶନ ଆଧାରରେ ଅଭିଯୁକ୍ତ ଇସ୍ମାଇଲଙ୍କୁ ଗିରଫ କରି ନେଇ ଯାଇଥିଲେ |

ଶକ୍ତ ହୋଇ ପଚରାଉଚରା କରିବା ପରେ ଡାକ୍ତର ଇସ୍ମାଇଲ ନିଜର ଅପରାଧ ସ୍ୱୀକାର କରି ନେଇଥିଲେ | ଅଭିଯୁକ୍ତ ଜଣକ ପୋଲିସକୁ କହିଛନ୍ତି ଯେ, ମହିଳାଙ୍କୁ ସେ ବହନ କରି ହରିୟାଣା ନେଇ ଯାଇଥିଲେ | ଯେଉଁଠାରେ ବିଷ ଇଞ୍ଜେକ୍ସନ ଲଗାଇ ମହିଳାଙ୍କର ହତ୍ୟା କରି ଦେଇଥିଲେ | ଏହାପରେ ମହିଳାଙ୍କର ଶବକୁ କୁରୁକ୍ଷେତ୍ର ଅଞ୍ଚଳରେ ପକାଇ ଦେଇଥିଲେ |

ସେହିପରି ମହିଳାଙ୍କର ସ୍ୱାମୀଙ୍କ କହିବା ମୁତାବକ ମହିଳା ଜଣକ ଘରୁ କିଛି ସୁନା ଗହଣା ଏବଂ ପାଖାପାଖି ୧ ଲକ୍ଷ ୯୦ ହଜାର ଟଙ୍କା ନେଇଯାଇଥିଲେ | ଡାକ୍ତର ତାଙ୍କର ସମସ୍ତ ଟଙ୍କା ଏବଂ ଗହଣା ହଡପ କରି ନେଇଛନ୍ତି ଏବଂ ତାଙ୍କର ହତ୍ୟା କରି ଦେଇଥିଲେ |

ଏହି ସମୟରେ ସିଓ ମହୀପାଳ ସିଂହ କହିଛନ୍ତି ଯେ ଫେରି ଆସିବା ପରେ ଅଭିଯୁକ୍ତ ନିଜର ମୋବାଇଲ ନମ୍ବର ମଧ୍ୟ ବଦଳି ଦିଆଯାଇଥିଲା | ଏହି କାରଣରୁ ପୋଲିସକୁ ଏହି ମାମଲାର ଖୁଲାସା କରିବାକୁ ପାଖାପାଖି ୪୦ ଦିନର ସମୟ ଲାଗି ଗଲା | ତେବେ ପୋଲିସ ଅଭିଯୁକ୍ତଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ଅଧିକ ପଚରାଉଚରାରେ ଲାଗି ଯାଇଥିଲେ |

ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *