ଯେତେବେଳେ ଭାରତରେ କେହି ପ୍ରେମ ବିବାହ କରିଥାନ୍ତି ତେବେ ଅଧିକାଂଶ କ୍ଷେତ୍ରରେ ଦେଖାଯାଇଥାଏ ଯେ ଦମ୍ପତିଙ୍କ ମାତାପିତା ତାଙ୍କ ନିଷ୍ପତ୍ତିରେ ଖୁସି ହୋଇ ନଥାନ୍ତି | ଯେଉଁଠାରେ ଗୋଟିଏ ପକ୍ଷରର କିଛି ଲୋକ ଏହି ପ୍ରେମ ବିବାହକୁ ଧୀରେ ଧୀରେ ସ୍ୱୀକାର କରିନେଇଥାନ୍ତି ସେହିପରି ଅନ୍ୟପକ୍ଷରେ ଆଉ କିଛି ଲୋକ ବିବାହ ପରେ ତାଙ୍କର ବ୍ୟକ୍ତିଗତ ଜୀବନରେ ଦଖଲ ଦେଇଥାନ୍ତି |
ଉଦାହରଣ ସ୍ୱରୂପ ଜଣେ ଝିଅପୁଅ ନିଜ ଖୁସିରେ ଘରୁ ପଳାଇଯାଇ ବିବାହ କରି ନେଇଛନ୍ତି | ବର୍ତ୍ତମାନ ତାଙ୍କ ଘରଲୋକ ଏହି ବିବାହକୁ ନେଇ ସନ୍ତୁଷ୍ଟ ନାହାନ୍ତି | ଏମିତିରେ ଝିଅପୁଅ ଅନ୍ୟ କେଉଁଠାରେ ଯାଇ ରହିବାକୁ ଲାଗିଯାଇଥିଲେ ଏବଂ ଯଦି ମାତାପିତା ସେଠାକୁ ଯାଇ ମଧ୍ୟ ତାଙ୍କୁ ହଇରାଣ କରିଥାନ୍ତି କିମ୍ବା ବିବାହ ଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ତେବେ କଣ ଏହା ଆଇନ ଦୃଷ୍ଟିରୁ ଏହା ସଠିକ ହୋଇଥାଏ? ଏହାର ଉତ୍ତର ହେଉଛି ନାଁ |
ବାସ୍ତବରେ, ନିକଟରେ ହିଁ ଉତ୍ତରପ୍ରଦେଶରେ ପ୍ରୟାଗରାଜ ସହରରେ ଆଲାହାବାଦ ହାଇକୋର୍ଟ ଘରୁ ପଳାଇଆସି ବିବାହ କରିଥିବା ସାବାଳକ ଯୋଡିଙ୍କୁ ନିଜର ନିଷ୍ପତ୍ତି ଶୁଣାଇଥିଲେ | ସେ ଏହି ଯୋଡିଙ୍କୁ ଉତ୍ପୀଡ଼ନରୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ଅଦାଲତ ସୁପ୍ରିମକୋର୍ଟର ନିର୍ଣ୍ଣୟ ଦେଇ କହିଛନ୍ତି ଯେ,”ଯଦି ଝିଅ ଏବଂ ପୁଅ ଉଭୟ ପ୍ରାପ୍ତ ବୟସର ଏବଂ ନିଜ ଇଚ୍ଛାରେ ସାଙ୍ଗରେ ରହୁଛନ୍ତି ତେବେ ଏଥିରେ ମାତାପିତାଙ୍କ ତାଙ୍କ ବୈବାହିକ ଜୀବନରେ ଦଖଲ ଦେବାର କୌଣସି ଅଧିକାର ନାହିଁ |
କହି ରଖୁଛୁ ଯେ, ଏହି ନିର୍ଦ୍ଦେଶ ଡାକ୍ତର କେ ଜେ ଠାକର ଦେଇଥିଲେ | ତାଙ୍କର ଏହି ନିର୍ଣ୍ଣୟ କାନପୁର ନଗରର ପ୍ରିୟା ବର୍ମା ଏବଂ ଅନ୍ୟ ମାନଙ୍କ ଯାଚିକା ଉପରେ ଆସିଥିଲା | କୁହାଯାଉଛି ଯେ, ଯୋଡି ଉପରେ ଯେତେବେଳେ ଏଫଆଇଆର ଫାଇଲ କରାଯାଇଥିଲା ସେତେବେଳେ ସେ ଦୁଇଜଣ ନାବାଳକ ଏବଂ ନାବାଳିକା ଥିଲେ | ତେବେ କୋର୍ଟ ସ୍ପଷ୍ଟ କରିଦେଇଥିଲା ଯେ, ବର୍ତ୍ତମାନ ଉଭୟ ସାବାଳକ, ଏମିତିରେ ଏଫଆଇଆରର ଏମାନଙ୍କର ବୈବାହିକ ଜୀବନରେ କୌଣସି ଫରକ ପଡିବା ଉଚିତ ନୁହେଁ | କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୦୧୮ ପୋସ୍କ ଆକ୍ଟ ଅନ୍ତର୍ଗତ ଯେଉଁ ମକଦ୍ଦମା ଫାଇଲ କରାଯାଇଥିଲା ସେସବୁର ନିର୍ଣ୍ଣୟ ଆଇନ ପ୍ରକ୍ରିୟା ଅନ୍ତର୍ଗତ ନିଆଯିବ |
ସେହିପରି କୋର୍ଟ ନିବେଦନକାରୀଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି ଯେ, ଯଦି କେହି ତାଙ୍କୁ ହଇରାଣ କରୁଛନ୍ତି ତେବେ ସେ ପୋଲିସ ଠାରୁ ସୁରକ୍ଷା ମାଗି ପାରିବେ | ଏହି ମାମଲାରେ ଯଦି ପରିବାର ଲୋକଙ୍କୁ ସନ୍ଦେହ ରହିଛି ଯେ ଉକ୍ତ ଆଦେଶ ନକଲି ଦସ୍ତାବିଜରୁ ନିଆଯାଇଛି ତେବେ ସେ ପୁନଃ ଆଦେଶର ଆବେଦନ ମଧ୍ୟ କରିପାରିବେ |
ଏହି ମାମଲାରେ ଏହା ସ୍ପଷ୍ଟ ହୋଇଯାଇଥଏ ଯେ ଯଦି କେହି ସାବାଳକ ପୁଅ ଏବଂ ଝିଅ ନିଜର ଇଚ୍ଛାରେ ବିବାହ କରି ସାଙ୍ଗରେ ରହୁଛନ୍ତି ତେବେ ତାଙ୍କର ବୈବାହିକ ଜୀବନରେ ଦଖଲ ଦେବାର ଅଧିକାର ପରିବାର ଲୋକଙ୍କ ପାଖରେ ରହି ନଥାଏ | ଏହି କାରଣରୁ ଯଦି କେହି ଆପଣଙ୍କୁ ହଇରାଣ ମଧ୍ୟ କରୁଛନ୍ତି ତେବେ ଆପଣ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରି ପାରିବେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।