ମିଥୁନ ଚକ୍ରବର୍ତ୍ତୀ ଙ୍କ ପୁଅଙ୍କ ବିରୁଦ୍ଧ ରେ ବଳା-ତ୍କାର ମାମଲା, ପତ୍ନୀ ଙ୍କ ଉପରେ ଲାଗିଲା ଧମକେଇବା ଆରୋପ

ମହାକ୍ଷୟ ଚକ୍ରବର୍ତ୍ତୀ ଙ୍କ ବିରୁଦ୍ଧରେ ଦିଆଯାଇଥିବା FIR ରେ ବଳାତ୍କାରର ଆରୋପ ଲଗାଯାଇଛି, ଏହା ମଧ୍ୟ କୁହାଯାଉଛି କି ମହାକ୍ଷୟ ପୀଡ଼ିତା ଙ୍କୁ ଜବରଦସ୍ତ ଅବୋର୍ସନ୍ କରେଇ ଦେଇଛନ୍ତି।

ମିଥୁନ ଚକ୍ରବର୍ତ୍ତୀ ଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ଙ୍କ ବିରୁଦ୍ଧରେ ବଳାତ୍କାର ଏବଂ ଜବରଦସ୍ତି ଅବୋର୍ସନ କରିବାର ଆରୋପ ଲଗା ଯାଇଛି।ଏକ ୩୮ ବର୍ଷୀୟା ମହିଳା ତରଫରୁ ମିଥୁନ ଙ୍କ ପୁଅ ବିରୁଦ୍ଧରେ ଓସିବାରା ପୋଲିସ ଷ୍ଟେସନରେ ଗୁରୁବାର ରାତିରେ FIR ଦେଇଛନ୍ତି। FIR ରେ ମିଥୁନ ଙ୍କ ପତ୍ନୀ ୟୋଗିତା ବାଲି ଙ୍କ ମଧ୍ୟ ଚର୍ଚ୍ଚା କରାଯାଉଛି। ତାଙ୍କ ଉପରେ ପୀଡ଼ିତା ଙ୍କୁ ଧମାକେଇବା ର ଆରୋପ ଲଗାଯାଇଛି।ଏହି ମାମଲା ବାହାରକୁ ଆସିବା ପରେ ସୋସିଆଲ ମିଡ଼ିଆ ରେ ଆତଙ୍କ ଖେଳି ଯାଇଛି।

ମିଥୁନ ଙ୍କ ପୁଅ ଉପରେ ବଳାତ୍କାର ର ଆରୋପ ।

ଦିଆଯାଇଥିବା FIR ରେ ମହାକ୍ଷୟ ଚକ୍ରବର୍ତ୍ତୀ ଙ୍କ ବିରୁଦ୍ଧରେ ବଳାତ୍କାର ର ଆରୋପ ଲଗାଯାଇଛି। ପୀଡ଼ିତା ଙ୍କ କହିବା ଅନୁସାରେ ସେ ୨୦୧୫ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ମହାକ୍ଷୟ ଙ୍କ ସହ ସମ୍ପର୍କ ରେ ଥିଲେ। ତାଙ୍କ କହିବା ମୁତାବକ ସେ ଯେବେ ୧୫ ମସିହାରେ ମହାକ୍ଷୟ ଙ୍କ ସହିତ ଅନ୍ଧାରୀ ବାଲି ଘର ଦେଖିବାକୁ ଯାଇଥିଲେ।ସେବେ ତାଙ୍କ ଥଣ୍ଡା ରେ କିଛି ମିଶାଇ ନିଆଯାଇଥିଲା ଏବଂ ତାଙ୍କ ସହିତ ଜବରଦସ୍ତି ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୀଡ଼ିତା ଗର୍ଭବତୀ ହୋଇଥଲେ ଏବଂ ମହାକ୍ଷାୟ ତାଙ୍କୁ ଆବୋର୍ସନ୍ କରିବାକୁ କହିଥିଲେ।। ପୀଡ଼ିତା ଙ୍କ କହିବା ମୁତାବକ ତାଙ୍କୁ ଅଜାଣତରେ କିଛି ମେଡିସିନ ଦେଇ ତାଙ୍କ ଆବୋର୍ଶନ କରାଇ ଦେଇଥିଲେ।

ପତ୍ନୀ ୟୋଗିତା ମଧ୍ୟ ଫସିଲେ।

FIR ରେ କୁହାଯାଇଛି କି ଏହି ଘଟଣା ପରେ ପୀଡ଼ିତା ଏବଂ ମହାକ୍ଷୟ ଙ୍କ ଭିତରେ ଦୂରତା  ବଢ଼ିଯାଇଥିଲା।କିନ୍ତୁ ଏ ବାବଦରେ ଯେବେ ପୀଡ଼ିତା ମହାକ୍ଷୟ ଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ତେବେ ମିଥୁନ ଙ୍କ ପତ୍ନୀ ଧମକ ଦେଇଥିଲେ। FIR ରେ ମିଥୁନ ଚକ୍ରବର୍ତ୍ତୀ ଙ୍କ ପତ୍ନୀ ୟୋଗିତା ବାଲି ଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଯାଇଛି।ପୀଡ଼ିତା ଙ୍କ କହିବା ଅନୁସାରେ ୟୋଗିତା ତାଙ୍କୁ ଧମକାଇଥିଲେ ଏବଂ ଏ ମାମଲାକୁ ଶେଷ କରିବାକୁ କହିଥିଲେ।ଏହା ପରେ ପୀଡ଼ିତା ତାଙ୍କ ଭାଇ ଙ୍କ ସହ ଦିଲ୍ଲୀ ଚାଲି ଯାଇଥିଲେ। ସେଠାରେ ସେ ବେଗମ ପୁର ପୋଲିସ ଷ୍ଟେସନରେ FIR ଦେଇଥିଲେ। ପୋଲିସ ଷ୍ଟସନରେ ମହାକ୍ଷୟ ଏବଂ ତାଙ୍କ ମାଆ ଙ୍କ ବିରୁଦ୍ଧରେ ୩୭୬ ଏବଂ ୩୧୩ ଧାରା ଲଗା ଯାଇଥିଲା।ଏହାପରେ ଏହି ମାମଲାକୁ କ୍ରାଇମବ୍ରାଞ୍ଚ୍ କୁ ଦିଆଯାଇଥିଲା।କିନ୍ତୁ ସେ ସମୟରେ ଦିଲ୍ଲୀ କୋର୍ଟ ତରଫରୁ ମହାକ୍ଷୟ ଏବଂ ତାଙ୍କ ମାଆ ଙ୍କୁ ଅଗ୍ରୀମ ଜାମିନ ମିଳିଯାଇଥିଲା।

ଏହାପରେ ଏହି ବର୍ଷ ମାର୍ଚ୍ଚ ମାସ ରେ କୋର୍ଟ ତରଫରୁ ପୀଡ଼ିତା ଙ୍କୁ ସେହି ଜାଗାରେ FIR ଦେବାକୁ କୁହାଯାଇଥିଲା ଯେଉଁଠି ଏହି ଘଟଣା ଘଟିଥିଲା।ପୀଡ଼ିତା ଏହି ଜୁଲାଇ ମାସରେ ଓସିବାରା ପୋଲିସ ଷ୍ଟେସନରେ FIR ଦେଇଥିଲେ। ସେହି FIR ଆଧାରରେ IPC ର ଧାରା ୩୭୬,୩୭୬(୨),୩୨୮,୪୧୭,୫୦୬ ଏବଂ ୩୪ ରେ ମାମଲା ଦିଆଯାଇଥିଲା। ବଳାତ୍କାର ଠାରୁ ଆରମ୍ଭ କରି ଧମକାଇବା ପର୍ଯ୍ୟନ୍ତ ମହାକ୍ଷୟ ଙ୍କ ଉପରେ ବହୁ ପ୍ରକାର ଆରୋପ ଲଗାଯାଇଛି।

Leave a Reply

Your email address will not be published. Required fields are marked *