୧୭ ଅକ୍ଟୋବର ନବରାତ୍ରିର ପବିତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି| ନବରାତ୍ରି ପୂଜା ୧୭ରୁ ୨୪ ପର୍ଯ୍ୟନ୍ତ ଚାଲିବ| ନବରାତ୍ରି ପୂଜାରେ ମାଆଙ୍କର ୯ ଗୋଟି ରୂପରେ ପୂଜା କରାଯାଇଥାଏ| ଏହି ଅବସରରେ କୌଣସି ଶୁଭ କାର୍ଯ୍ୟ କରାଯିବା ଶୁଭ ରହିଥାଏ| ଏହି ସମୟରେ ଲୋକମାନେ ଭୂମି ପୂଜନ, ଗୃହ ପ୍ରବେଶ ଇତ୍ୟାଦି ଶୁଭ କାର୍ଯ୍ୟ କରିଥାନ୍ତି|
ନବରାତ୍ରୀରେ ସମସ୍ତ ପ୍ରକାରର ଶୁଭକାର୍ଯ୍ୟ କରାଯାଇଥାଏ, କିନ୍ତୁ ଏହି ଅବସରରେ କାହାର ମଧ୍ୟ ବିବାହ ହୋଇନଥାଏ| ଯଦି ଶୁଭ କାମ ବିଷୟରେ କହିବାକୁ ଯିବା ତାହେଲେ ବିବାହ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଥାଏ| ଏମିତିରେ ଶେଷ ନବରାତ୍ରୀରେ ବିବାହକୁ ଲୋକମାନେ କାହିଁକି ଶୁଭ ମାନି ନଥାନ୍ତି? ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ|
ନବରାତ୍ରୀରେ ଏହି କାରଣରୁ ହୋଇନଥାଏ ବିବାହ:
ନବରାତ୍ରୀରେ ମାଆଙ୍କର ପୂଜା କରିବା ସହିତ ଲୋକମାନେ ଶାରୀରିକ ଏବଂ ମାନସିକ ଶୁଦ୍ଧତା ପାଇଁ ବ୍ରତ ମଧ୍ୟ ରଖିଥାନ୍ତି| ବିବାହର ମୁଖ୍ୟ ଉଦ୍ଦେଶ୍ୟ ସନ୍ତାନଙ୍କ ଦ୍ୱାରା ବଂଶକୁ ଆଗକୁ ବଢାଇବା ହୋଇଥାଏ| ଧାର୍ମିକ ମାନ୍ୟତା ଅନୁସାରେ ନାବରାତ୍ରୀର ପବିତ୍ର ଦିନରେ ସ୍ତ୍ରୀଙ୍କ ସହିତ ସହବାସ କରିବା ପାପ କୁହାଯାଇଥାଏ| ଏହି ସମୟରେ ମହିଳା ମାନଙ୍କ ପବିତ୍ରତାର ମହତ୍ତ୍ୱ ବଢ଼ିଯାଇଥାଏ| ଏହା କାରଣ ଅଟେ ଯେ ନବରାତ୍ରି ସମୟରେ ବିବାହ କରାଯାଏ ନାହିଁ|
ନବରାତ୍ରି ସମୟରେ ଏହିସବୁ ଜିନିଷ ଉପରେ ରଖିବା ଉଚିତ ଧ୍ୟାନ:
ଦିନରେ ଶୁଆନ୍ତୁ ନାହିଁ:
ନବରାତ୍ରି ସମୟରେ କିଛି କଥାକୁ ନେଇ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ| ବିଷ୍ଣୁ ପୁରାଣ ଅନୁଯାୟୀ କେହି ଯଦି ନବରାତ୍ରି ବ୍ରତ ରଖିଛି ତେବେ ତାକୁ ସେଦିନ ଦିନରେ ଶୋଇବା ଉଚିତ ନୁହେଁ| ଯେଉଁ ଲୋକମାନେ ଦିନରେ ଶୋଇ ଯାଇଥାନ୍ତି ସେମାନେ ବ୍ରତରେ ମିଳିବାକୁ ଥିବା ଫଳକୁ ନେଇ ଚିନ୍ତିତ ହୋଇଯାଇଥାନ୍ତି| ନବରାତ୍ରିରେ ମାଆଙ୍କର ପୂଜାର୍ଚ୍ଚନା କରନ୍ତୁ, ତାହେଲେ ଯାଇ ଫଳର ପ୍ରାପ୍ତ ହେବ|
କରନ୍ତୁ ନାହିଁ ମଦ ଏବଂ ତବାକୁ ସେବନ:
ନାବରାତ୍ରୀର ସମ୍ପୂର୍ଣ୍ଣ ଦିନ ବହୁତ ପବିତ୍ର ବୋଲି କୁହାଯିଥାଏ| ଏହି ଦିନରେ ନିଶାସକ୍ତ ପଦାର୍ଥରୁ ଦୁରେଇ ରହିବା ଉଚିତ| ଏହିଦିନରେ ଭୁଲରେ ମଧ୍ୟ ବ୍ୟକ୍ତିକୁ ମଦ କିମ୍ବା ତବାକୁର ସେବନ କରିବା ଉଚିତ ନୁହେଁ| ଏମିତିରେ ମଧ୍ୟ ନିଶାସକ୍ତ ପଦାର୍ଥରର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ କୁହାଯିଥାଏ| ଏଥିପାଇଁ ବର୍ତ୍ତମାନ ସମୟରେ ମଦ ଏବଂ ତବାକୁ ଠାରୁ ଦୁରେଇ ରହିବା ଉଚିତ|
ଗ୍ରହଣ କରନ୍ତୁ ସାତ୍ଵିକ ଖାଦ୍ୟ:
ନବରାତ୍ରି ଦିନ ସାତ୍ଵିକ ଭୋଜନକୁ ସବୁଠୁ ଅଧିକ ଭଲ ବୋଲି କୁହାଯାଇଛି| ଏହିଦିନରେ ମଦିରା ମାଂସର ସେବନ କରିବା ଠାରୁ ଦୁରେଇ ରହିବା ଉଚିତ| ନାବରାତ୍ରୀର ୯ ଦିନରେ ମାଆଙ୍କର ୯ ଗୋଟି ରୂପରେ ପୂଜା କରିବାର ବିଧାନ ରହିଥାଏ| ଏହି ଦିନରେ ବ୍ରହ୍ମଚାର୍ଯ୍ୟର ପାଳନ କରିବା ଉଚିତ|
ଲୋକମାନେ କାହିଁକି କରିଥାନ୍ତି ପିଆଜ ରସୁଣର ତ୍ୟାଗ:
ଆପଣ ଦେଖିଥିବେ ଯେ ନବରାତ୍ରି ଦିନରେ କିଛିଲୋକ ପିଆଜ ଏବଂ ରସୁଣ ତ୍ୟାଗ କରେଇଥାନ୍ତି| ସେ ନିଜର ଖାଦ୍ୟରେ ଏଗୁଡ଼ିକୁ ଶାମିଲ କରି ନଥାନ୍ତି, କାରଣ ଶାସ୍ତ୍ରରେ ଏହାକୁ ସାତ୍ଵିକ ଖାଦ୍ୟ ଭାବରେ ଗ୍ରହଣ କରାଯାଇ ନଥାଏ| ଶାସ୍ତ୍ରରେ କୁହାଯାଇଛି ଯେ, ରସୁଣ ପିଆଜ ସେବନ କରିବା ଦ୍ୱାରା ମଣିଷକୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ ଏବଂ ସେ ଅସୁର ପ୍ରବୃତ୍ତିରେ ହୋଇଯାଇଥାଏ| ଏଥିପାଇଁ ନବରାତ୍ରୀରେ କିଛି ଲୋକ ନିଜର ଭୋଜନରେ ରସୁଣ ଏବଂ ପିଆଜ ବ୍ୟବହାର କରି ନଥାନ୍ତି|
ମା ଦୁର୍ଗାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ଦୁର୍ଗତି ନାଶିନୀ “