ସାଧାରଣତଃ ଏପରି ମାନ୍ୟତା ରହିଥାଏ ଯେ, ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇଥାଏ| ଏମିତିକି ଲୋକମାନେ ଛିଙ୍କିବାକୁ ମଧ୍ୟ ଅନ୍ଧବିଶ୍ୱାସର ଶ୍ରେଣୀରେ ରଖାଯାଇଥାଏ| ତେବେ ଏସବୁ ଅନ୍ଧବିଶ୍ୱାସ ବହୁତ ସାଧାରଣ ଅଟେ| ଆଜି ଆମେ ଆପଣଙ୍କୁ ଏପରି ଏକ ହୃଦୟ ଥରାଇଦେବା ପରି ଅନ୍ଧବିଶ୍ୱାସ ବିଷୟରେ କହିବୁ, ଯେଉଁଥିପାଇଁ ଆମେରିକା ପାଖରେ ସ୍ଥିତ ଗୁଆନାର ଜୋସଟାଉନରେ ଏକା ସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିନେଇଥିଲେ |
ସୂଚନାଯୋଗ୍ୟ ଯେ, ଏହି ଘଟଣାକୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଆତ୍ମହତ୍ୟା ଘଟଣା ମଧ୍ୟରେ ଏକ ଭିନ ବୋଲି ଗ୍ରହଣ କରାଯାଏ| ୧୮ ସେପ୍ଟେମ୍ବର ୧୯୭୮କୁ ଘଟିଥିବା ଏହି ଘଟଣା ବିଷୟରେ ଯିଏ ମଧ୍ୟ ଶୁଣୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ଚକିତ ରହିଯାଉଛନ୍ତି| ବାସ୍ତବରେ ଏହି ଘଟଣା ପଛରେ ଜିମ ଜୋନ୍ସ ନାମକ ଜଣେ ଧର୍ମଗୁରୁଙ୍କର ହାତ ରହିଥିଲା| ସେ ନିଜକୁ ଭଗବାନଙ୍କର ଅବତାର ବୋଲି କହୁଥିଲେ| ଜିମ ଜୋନ୍ସ ଲୋକଙ୍କ ମଧ୍ୟରେ ନିଜର ପ୍ରଭାବ ବଢାଇବା ପାଇଁ ଆବଶ୍ୟକ ଥିବା ଲୋକଙ୍କର ସାହାଯ୍ୟ ନାଁରେ ୧୯୫୬ ମସିହାରେ “ପିପଲ୍ସ ଟେମ୍ପଲ ନାମକ ଏକ ଚର୍ଚ୍ଚ ବନାଇଥିଲେ ଏବଂ ନିଜର ଧାର୍ମିକ କଥା ଓ ଅନ୍ଧବିଶ୍ୱାସ ବଳରେ ସେ ହଜାର ହଜାର ଲୋକଙ୍କୁ ନିଜର ଅନୁଚର ବନାଇ ନେଇଥିଲେ |
ଜିମ ଜୋନ୍ସ କମ୍ୟୁନିଟି ବିଚାରଧାରାର ଥିଲା ଏବଂ ତାଙ୍କ ବିଚାର ଆମେରିକା ସରକାରଙ୍କ ଠାରୁ ଭିନ୍ନ ରହିଥିଲା| ଏହି କାରଣରୁ ସେ ନିଜର ଅନୁଚରଙ୍କ ସହିତ ସହରରୁ ଦୂରରେ ଗୁଆନା ଜଙ୍ଗଲକୁ ଚାଲି ଯାଇଥିଲେ ଏବଂ ସେଠାରେ ସେ ଏକ ଛୋଟ ଗାଁ ସ୍ଥାପନ କରିଥିଲେ| କିନ୍ତୁ କିଛି ଦିନ ପରେ ଲୋକଙ୍କ ସାମ୍ନାକୁ ତାଙ୍କର ପ୍ରକୃତ ଚେହେରା ଆସିବାକୁ ଲାଗିଥିଲା| ସେ ନିଜର ସମସ୍ତ ମହିଳା ଏବଂ ପୁରୁଷ ଅନୁଚରମାନଙ୍କୁ ଦିନସାରା କାମ କରୁଥିଲା ଏବଂ ରାତିକୁ ଯେତେବେଳେ ସେମାନେ ଥକି ଶୋଇବାକୁ ଯାଉଥିଲେ ସେତେବେଳେ ମଧ୍ୟ ତାଙ୍କୁ ଶୋଇବାକୁ ଦିଆଯାଉନଥିଲା, ସେ ନିଜର ଭାଷଣ ଆରମ୍ଭ କରିଦେଉଥିଲା| ଏହି ସମୟରେ ତାଙ୍କ ସିପାହୀ ଯାଇ ଯାଞ୍ଚ କରୁଥିଲେ ଯେପରି କୌଣସି ଘରେ କେହି ଶୋଇ ଯାଇଛି କି?
କେବଳ ଏତିକି ନୁହେଁ ଯଦି କୌଣସି କେହି ଶୋଇଥିବା ଅବସ୍ଥାରେ ମିଳନ୍ତି ତେବେ ତାଙ୍କୁ କୋଠର ଦଣ୍ଡ ଦିଆଯାଉଥିଲା| ଜିମ ଜୋନ୍ସ ନିଜର ଅନୁଚର ମାନଙ୍କୁ ଗାଁରୁ ବାହାରରେ ମଧ୍ୟ ଯିବାକୁ ଦେଉନଥିଲେ| ପୁରୁଷ ଏବଂ ମହିଳା ଯେତେବେଳେ କାମ କରୁଥିଲେ ସେତେବେଳେ ତାଙ୍କ ପିଲା ମାନଙ୍କୁ ଏକ କମ୍ୟୁନିଟି ହଲରେ ରଖାଯାଉଥିଲା| ତାଙ୍କ ସିପାହୀ ଗାଁର ଚତୁର୍ପାର୍ଶ୍ୱରେ ଦିନରାତି ପ୍ରହରା ଦେଉଥିଲେ, ସେମାନେ ସୁନିଶ୍ଚିତ କରୁଥିଲେ ଯେ ଯେପରି ସେଠାରୁ କେହି ପଳାଇଯାଇ ନପାରୁ |
ଜିମ ଜୋନ୍ସଙ୍କ ଅନ୍ଧବିଶ୍ୱାସର ଜାଲ ଏତେ ଖେଳି ଯାଇଥିଲା ଯେ, ସେ ତାଙ୍କ ଅନୁଚର ମାନଙ୍କୁ କିଛି ବି କହିଲେ ମଧ୍ୟ ଲୋକ ସେକଥାକୁ ମାନି ନେଉଥିଲେ| ଏଥିମଧ୍ୟରେ ଆମେରିକା ସରକାରଙ୍କୁ ସେଠାରେ ହେଉଥିବା ଗତିବିଧି ବିଷୟରେ ଜଣାପଡିଥିଲା| ସରକାର ଜିମ ଜୋନ୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଭାବିଲେ କିନ୍ତୁ ଏହାର ଖବର ଜିମ ଜୋନ୍ସଙ୍କୁ ମିଳିଯାଇଥିଲା ଏବଂ ସେ ନିଜର ଅନୁଚର ମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ କହିଲେ |
ଜିମ ଜୋନ୍ସ ଏକାଠି ହୋଇଥିବା ଲୋକଙ୍କୁ କହିଲେ ଯେ, “ଆମେରିକା ସରକାର ଆମ ସମସ୍ତଙ୍କୁ ମାରିବାକୁ ଆସୁଛନ୍ତି| ସେମାନେ ଆମକୁ ମାରିବା ପୂର୍ବରୁ ଆମ ସମସ୍ତଙ୍କୁ ପବିତ୍ର ଜଳ ପିଇ ନେବା ଉଚିତ| ଏମିତି କରିବା ଦ୍ୱାରା ଆମେ ଗୁଳିର ଯନ୍ତ୍ରଣାରୁ ବଞ୍ଚିଯିବା|” ଯଦି ଆମେମାନେ ଏହି ପବିତ୍ର ଜଳକୁ ପିଇବା ନାହିଁ ତେବେ ସେ ଆମକୁ ବୋମା ସାହାଯ୍ୟରେ ଉଡାଇଦେବେ ଏବଂ ଯେଉଁମାନେ ବଞ୍ଚିଯିବେ ସେମାନଙ୍କ ସହିତ ପଶୁ ପରି ବ୍ୟବହାର କରାଯିବ| ମହିଳାଙ୍କ ସହିତ ବଳାତ୍କାର କରାଯିବ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଦିଆଯିବ| ଏଥିପାଇଁ ଆମମାନଙ୍କୁ ନିଜେ ସେଥିରୁ ବଞ୍ଚିବା ପାଇଁ ପବିତ୍ର ଜଳ ପିଇବାକୁ ପଡିବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।