ଚୀନ ପାଇଁ ବଡ ଝଟକା, ଲଦାଖରେ ଚୀନ ସୈନିକମାନେ ପୋକ ମାଛି ପରି ମରୁଛନ୍ତି

ଆଦିଲ୍ଲୀ: ଲଦାଖରେ ଚୀନ ଦୀର୍ଘ ଦିନ ଧରି ଚାଲିଆସୁଥିବା ଉତ୍ତେଜନା ମଧ୍ୟରେ ନିଜର ସୈନିକମାନଙ୍କୁ ଥଣ୍ଡାରେ ରକ୍ଷା କରିବା ପାଇଁ ସେମାନଙ୍କ ରହିବାର ବ୍ୟବସ୍ଥାକୁ ନେଇ ବଡ଼ ବଡ଼ କଥା ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲା । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଚୀନ୍ ସେନା ସେଠାରେ ଥଣ୍ଡା ପାଗ ସହ୍ୟ କରି ପାରୁନାହାଁନ୍ତି ଏବଂ ଚୀନର ସୈନିକମାନେ ଅସୁସ୍ଥ ହୋଇ ପଡୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚୀନର ସୈନିକମାନେ ଥଣ୍ଡା କାରଣରୁ ସେଠାରେ ମୃତ୍ୟୁ ବରଣ କରୁଛନ୍ତି ।

କୁହା ଯାଉଛି ଚୀନର ପିପୁଲ୍ସ  ଲିବରେସନ୍ ଆର୍ମି (ପିଏଲ୍ଏ) ପୌଙ୍ଗୋଙ୍ଗ ସୋର ଉତ୍ତର ବ୍ୟାଙ୍କ ଅଞ୍ଚଳରେ ଆହତ ହେଉଥିବା ସଂଖ୍ୟା ସାମ୍ନାକୁ ଆସୁଛି । ଗତ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଅଭିଯୋଗ ହେଉଛି ସୈନିକମାନଙ୍କୁ ଏକ ଷ୍ଟ୍ରେଚର ଦ୍ୱାରା ନିଆଯାଇଥିଲା । ଯଦିଓ ଭାରତୀୟ ସୈନିକମାନେ ମାଇନସ୍ ତାପମାତ୍ରାରେ ରହିବାର ଅଭିଜ୍ଞତା ଅଛି, କାରଣ ଆମର ସୌନିକମାନେ ଦୀର୍ଘ ଦିନ ଧରି ଚୀନ୍ ବଡରେ ରହିଆସିଛନ୍ତି,  ଯାହାକି ଚୀନ୍ ସୈନିକମାନଙ୍କର ଏପରି କୌଣସି ଅଭିଜ୍ଞତା ନାହିଁ ।

ଲଦାଖ ଅଞ୍ଚଳରେ ରାତିରେ ପାଗ ଅତ୍ୟଧିକ ଥଣ୍ଡା ହୋଇଯାଏ ଏବଂ ତାପମାତ୍ରା ମାଇନସ୍ ରେ ପହଞ୍ଚି ଯାଇଥାଏ । କୁହା ଯାଇଥାଏ ଚୀନ୍ ସୈନିକମାନେ ଏପରି ପାଗରେ ରହିବାର କୌଣସି ଅଭିଜ୍ଞତା ନାହିଁ ଏବଂ ଆଗାମୀ ଦିନ ଗୁଡ଼ିକରେ ପିଏଲ୍ଏ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ପ୍ରାୟ ୧୫,୦୦୦ ଚୀନ୍ ସୈନିକ ୧୫,୦୦୦-୧୬,୦୦୦ ଫୁଟ ଉଚ୍ଚରେ ଏହି ଶିଖର ଦଖଲ କରିଛନ୍ତି ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ପ୍ରକାଶ କରିଛନ୍ତି ଚୀନ୍ ଭାରତ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LAC) ରେ ୬୦,୦୦୦ ହଜାର ସୈନ୍ୟ ମୁତୟନ କରିଛି । ଏହାପୂର୍ବରୁ ଚୀନ୍ ଗଣମାଧ୍ୟମରେ ଦାବି କରିଥିଲା ଲଦାଖରେ ଥଣ୍ଡାର ମୁକାବିଲା ପାଇଁ ଚୀନ୍ ସୈନିକମାନେ ପ୍ରସ୍ତୁତ ହେଉଛନ୍ତି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅତ୍ୟାଧୁନିକ ବ୍ୟାରେକ ମଧ୍ୟ ନିର୍ମାଣ କରାଯାଇଛି ।

ଯୁଦ୍ଧ ପାଇଁ ପ୍ରସ୍ତୁତ ଚୀନ ?

ଗଣମାଧ୍ୟମ ଦାବି କରିଛି ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଚୀନ୍ ସେନା ପାଇଁ ବ୍ୟାରେକ ନିର୍ମାଣ କରାଯାଇଛି । ଭାରତ ସହିତ ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରାଯାଉଛି । ଅତ୍ୟାଧୁନିକ ବ୍ୟାରେକ ମଧ୍ୟ ନିର୍ମାଣ କରାଯାଇଛି । ଏଥିରେ କିଛି ବଡ ଅଟ୍ଟାଳିକା ଏବଂ ବନ୍ଧୁକ ଲୁଚାଇବା ଜାଗା ରହିଛି ।

Leave a Reply

Your email address will not be published. Required fields are marked *