ଆତ୍ମହ-ତ୍ୟା ପୂର୍ବରୁ କରିଲେ ଟସ, ପୁଅକୁ ମିଳିଲା ଜୀବନ, ଟ୍ରେନ ଆଗକୁ ଡେଇଁ ଜୀବନ ଦେଲେ ମାତାପିତା

ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଦମ୍ପତି ଟ୍ରେନ ଆଗକୁ ଡେଇଁ ଜୀବନ ନିଜର ଜୀବନ ଦେଇ ଦେଇଛନ୍ତି। ସେହିପରି ତାଙ୍କର ପୁଅ ଏସବୁ ଦୃଶ୍ୟ ନିଜ ଆଖି ଆଗରେ ଦେଖୁଥିଲା। ଯାହାପରେ ସେ ଘରେ ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ।

ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଦମ୍ପତି ଟ୍ରେନ ଆଗକୁ ଡେଇଁ ଜୀବନ ନିଜର ଜୀବନ ଦେଇ ଦେଇଛନ୍ତି। ପୁଅ ଯେମିତି ହିଁ ଆଗକୁ ବଢ଼ିଲା, ପ୍ରଥମେ ମାଆ ଟ୍ରେନ ଆଗକୁ ଡେଇଁଲେ, ତାହାର ଠିକ ପରେ ପିତା ଡେଇଁଦେଲେ। ପୁଅ ଏସବୁ ଦୃଶ୍ୟ ନିଜ ଆଖି ସାମ୍ନାରେ ଦେଖୁଥିଲେ। ପୁଣି ସେ ଘରର ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ।

ମୁଜାଫରପୁରର ସକଡ଼ା ଥାନା କ୍ଷେତ୍ରରେ ମୃତକ ଦମ୍ପତି ଦୀପକ ଶାହା ଏବଂ ପତ୍ନୀ ରିଙ୍କୁ ଦେବୀ ଚନ୍ଦନପଟି ଗାଁରେ ରହୁଥିଲେ। ଘରେ କିଛି ପାରିବାରିକ ବିବାଦ ଚାଲିଥିଲା। ଦୁଇଜଣ ଅଧିକାଂଶ ସମୟରେ ପରସ୍ପର ଭିତରେ ଲଢୁଥିଲେ। ୩୬ ବର୍ଷୀୟ ସନ୍ଦିପ ଏବଂ ୩୨ ବର୍ଷୀୟା ରିଙ୍କୁ ନିଷ୍ପତ୍ତି ନେଇଥିଲେ ଯେ ବର୍ତ୍ତମାନ ତାଙ୍କୁ ଜୀବିତ ରହିବାର ନାହିଁ।

ମାତାପିତା ଟ୍ରେନ ଆଗକୁ ଡେଇଁଲେ:

ମଙ୍ଗଳବାର ଦିନ ଦ୍ୱିପ୍ରହର ସମୟରେ ଢୋଲି ଏବଂ ଦୁବହା ରେଳ ଷ୍ଟେସନ ମଧ୍ୟରେ ମିଶ୍ରୋଲିୟା ଗୁମଟୀ ସଂଖ୍ୟା ୧୫୮-୨ ପାଖରେ ଉଭୟ ଏକ ମାଲବାହୀ ଗାଡି ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଉଭୟଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୀପକ ଏବଂ ରିଙ୍କୁଙ୍କର ଏକମାତ୍ର ପୁଅ କହିଥିଲ ଯେ, ଦ୍ୱିପ୍ରହର ସମୟରେ ଯେତେବେଳେ ଘରକୁ ଆସିଲି ସେତେବେଳେ ମାଆବାପା ଝଗଡା କରୁଥିଲେ। ମାରପିଟ ମଧ୍ୟ କରୁଥିଲେ। ପରେ ଉଭୟ ବାହାରକୁ ବହରିଲେ ଏବଂ କହିଲେ ଚାଲ ତୁମେ ଜୀବିତ ରହି ଆଉ କଣ କରିବ।

ମାଲବାହୀ ଆଗକୁ ଡେଇଁ କରିଲେ ଆତ୍ମହ-ତ୍ୟା:

ପୁଅ କହିଲା ଯେ ମୁଁ ମଧ୍ୟ ସାଙ୍ଗରେ ଚାଲି ଯାଇଥିଲି। ରେଳ ଧାରଣା ପାଖରେ ପହଞ୍ଚିବା ପରେ ଉଭୟ ଅନେକଥର ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇଥିଲେ। ପୁଣି କହିଲେ, ଟସ କରି ନିଅ। ଟସ ପରେ ମାଆ କହିଲେ ସେ ବଞ୍ଚିଗଲେ। ପୁଣି ମୋତେ କହିଲେ ଯେ ତୁମେ ଘରକୁ ଯାଅ, ଆମେ ଆସୁଛୁ। ମୁଁ ଯେମିତି ହିଁ ଘରକୁ ଯିବାକୁ ଲାଗିଲି ମାଆ ତୁରନ୍ତ ଟ୍ରେନ ଆଗକୁ ଡେଇଁ ପଡିଲେ। ଏହାପରେ ବାପା ମଧ୍ୟ ତୁରନ୍ତ ଦୌଡ଼ି ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ଏହାପରେ ପୁଅ ଘରର ଅନ୍ୟ ସଦସ୍ୟଙ୍କୁ ଏହାର ସୂଚନା ଦେଇଥିଲେ।

ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ:

ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଭୟଙ୍କର ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଥିଲେ। ସକଡ଼ା ଥାନାଧ୍ୟକ୍ଷ ରାମନାଥ ପ୍ରସାଦ ଏହି ସମ୍ପୂର୍ଣ୍ଣ ଘଟଣାକୁ ପାରିବାରିକ ବିବାଦ ବୋଲି କହିଛନ୍ତି। ପରିବାର ଲୋକମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାହା ଉପରେ କୌଣସି ଆରୋପ ଲଗାଇ ନାହାନ୍ତି।

Leave a Reply

Your email address will not be published. Required fields are marked *