ନିକଟରେ ଦିଲ୍ଲୀରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ କାର ଟ୍ରାଫିକ ପୋଲିସଙ୍କୁ ନିଜ ବୋନେଟ ଉପରେ ନେଇ ଚାଲିଯାଉଛି । ବାସ୍ତବରେ, ଫ୍ୟାନ୍ସି ନମ୍ବର ପ୍ଲେଟ ହେବା କାରଣରୁ ପୋଲିସ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ କାର ଚାଳକ କାରଟିକୁ ପୋଲିସ ଉପରେ ଚଢାଇ ଦେଇଥିଲା ।
ଏହି ପୋଲିସ କର୍ମଚାରୀ ଏହି କାରକୁ ଅଟକାଇବା ପାଇଁ ନିଜ ଜୀବନ ସହିତ ଖେଳି ଯାଇଥିଲେ । ଆସନ୍ତୁ ଆପଣଙ୍କୁ କହି ଦେଉଛୁ ଏହି ଘଟଣା ଅକ୍ଟୋବର ୧୨ ରେ ଦିଲ୍ଲୀର କ୍ୟାଣ୍ଟ ନିକଟ ତିଲକ ନାଗରରୁ ଧୌଲା କୁଆ ରାସ୍ତାରେ ଘଟିଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପରେ କାର ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ସାମ୍ନାକୁ ଆସିଥିବା ଫୋଟଗୁଡ଼ିକରେ ସ୍ପୋଷ୍ଟ ଦେଖା ଯାଉଛି ଧଳା ରଙ୍ଗର ହୁଣ୍ଡାଇ କାରର ବୋନେଟ ଉପରେ ଜଣେ ଟ୍ରାଫିକ୍ ପୋଲିସ ଅଟକି ରହିଛନ୍ତି, ଏହା ସତ୍ତେ କାର ଡ୍ରାଇଭର କାର ଚଳାଉଥିଲା । କାର ଡ୍ରାଇଭର କାରକୁ ଅନେକ ଥର ଧିରେ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ କିନ୍ତୁ ଏହା ସତ୍ତେ ପୋଲିସ ଜଣକ କାର ଉପରୁ ଉଲ୍ଲାଇ ନଥିଲେ ।
ଏହା ପରେ କାର ଡ୍ରାଇଭର କାରକୁ ଜର ଚଲାଇ ଥିଲା ଏବଂ ଏଭଳି ପରିସ୍ଥିତିରେ ଟ୍ରାଫିକ ପୋଲିସ କାରରୁ ତଳକୁ ଖସି ପଡ଼ି ରାସ୍ତା କଡ଼କୁ ଚାଲି ଯାଇଥିଲେ । ଏହା ପରେ କାରକୁ ବହୁ ପୋଲିସ ଓ ସ୍ଥାନୀୟ ଲୋକ ଗୋଡ଼ାଇ ଗୋଡ଼ାଇ କାରକୁ ଅଟକାଇ ଥିଲେ । ଅନେକ ଲୋକ ଏହି ଘଟଣାର ଭିଡିଓ ମଧ୍ୟ କରିଥିଲେ ।
ଏହି ଘଟଣାରେ ଟ୍ରାଫିକ ପୋଲିସ ମହିପାଲ ସିଂ ଆହତ ମଧ୍ୟ ହୋଇଥିଲେ, ସେ ସୋମବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିଲେ । ମହିପାଲ ସିଂ କହିଛନ୍ତି ଯେତେବେଳେ ସେ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ ଥିବା ଏକ କାର ଦେଖିଲେ, ସେତେବେଳେ ସେ ଏହାକୁ ଅଟକାଇବା ପାଇଁ ହାତ ଦେଖାଇଥିଲେ ।
କିନ୍ତୁ ସେ ଯେତେବେଳେ ସେହି କାରର କାଗଜପତ୍ର (ଡକ୍ୟୁମେଣ୍ଟ) ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ସେହି କାର ଡ୍ରାଇଭର ହଠାତ୍ କାରର ଗତି ବଢାଇ ଦେଇଥିଲା, ଏହି ସମୟରେ ମହିପାଲ ସିଂ କାରର ବୋନେଟ ଉପରେ ଚଢ଼ି କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଟ୍ରାଫିକ ପୋଲିସକୁ କାରରୁ ତଳକୁ ଖସାଇବା ପାଇଁ କାର ଡ୍ରାଇଭର ଅନେକ ଥର ଚେଷ୍ଟା କରିଥିଲା, କିନ୍ତୁ ସେ କାରର ବାଇପର୍ ଧରି ଅଟକି ରହିଥିଲେ ।
ଏଭଳି ପରିସ୍ଥିତିରେ, ଗୋଟିଏ ପଟେ ଏହାକୁ ଟ୍ରାଫିକ ପୋଲିସଙ୍କ ସାହସିକତା ମଧ୍ୟ କୁହାଯାଇପାରେ, କିନ୍ତୁ ଏଥି ସହିତ ପ୍ରଶ୍ନ ଉଠୁଛି କ’ଣ ଟ୍ରାଫିକ ପୋଲିସ୍ ଏପରି କାର୍ଯ୍ୟ କରିବା ଆବଶ୍ୟକ କି ଯାହା ତାଙ୍କର ଜୀବନ ପ୍ରତି ବିପଦ ଆସିପାରେ । ଏଭଳି ପରିସ୍ଥିତିରେ କାର୍ ନମ୍ବର ଲେଖି ରଖାଯାଇ ପାରିଥାନ୍ତା ଏବଂ ପରେ ଚାଲାଣ ସିଧାସଳଖ ପଠାଯାଇ ପାରିଥାନ୍ତା ।
ଏହା ଉପରେ କିଛି ପୋଲିସ ଅଧିକାରୀ କହିଛନ୍ତି ଅନେକ ଥର କାର ଡ୍ରାଇଭର ଅଟକି ଯାଇଥାନ୍ତି, କିନ୍ତୁ କେତେକ କ୍ଷେତ୍ରରେ ଏପରି କୌଶଳ ଗ୍ରହଣ କରିବାକୁ ପଡ଼ିଥାଏ । ତେବେ ପରେ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି କେବଳ କାର ନମ୍ବର ଲେଖି ରଖିବେ ଯାହାଦ୍ୱାରା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।