ନୂଆଦିଲ୍ଲୀ: ହାତରସ ମାମଲାରେ ସିବିଆଇ ଗୁରୁବାର ଚାରି ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ । ଏହି ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଆଲିଗଡ ଜେଲରେ ରଖାଯାଇଛି । କହି ଦେଉଛୁ ସିବିଆଇ ହାତରସରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ କରିଛି । ବୁଧବାର ସେଠାରେ ପୀଡିତାଙ୍କ ଦୁଇ ଭାଇ ଓ ବାପାଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା । ସିବିଆଇର ୧୫ ଜଣିଆ ଟିମ୍ ପୀଡିତାଙ୍କ ଗାଁକୁ ପଠା ଯାଇଥିଲା, ଯେଉଁଠାରେ କ୍ରାଇମ ହୋଇଥିଲା ସେହି ସ୍ଥାନର ସମୀକ୍ଷା କରାଯାଇଥିଲା ।
ହାତରସ ମାମଲାରେ ପୀଡିତାଙ୍କ ପରିବାର ଏବଂ ସାକ୍ଷୀଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା, ସେହି ଆବେଦନକୁ ଆଧାର କରି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ବୁଧବାର ଉତ୍ତରପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାର ଏବଂ ସାକ୍ଷୀମାନଙ୍କୁ କିପରି ସୁରକ୍ଷା ଦେଉଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିଥିଲେ ।
ୟୁପି ସରକାର କହିଛନ୍ତି ପୀଡିତାଙ୍କ ପରିବାର ଏବଂ ସାକ୍ଷୀଙ୍କ ସୁରକ୍ଷା ପାଇଁ ତିନୋଟି ସ୍ତର ସୁରକ୍ଷା ଦିଆଯାଇଛି । ମୃତକଙ୍କ ପରିବାରର ସୁରକ୍ଷା ପାଇଁ ଗାଁରେ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହାଫଳରେ ଏହି ପରିବାରକୁ ଦେଖା କରିବା ପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ତଦାରଖ କରାଯାଇପାରିବ । ରାଜ୍ୟ ସରକାର କହିଛନ୍ତି ଗାଁରେ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି, ଯେଉଁଥିରେ ଅନେକ ମହିଳା ପୋଲିସ ମଧ୍ୟ ଅଛନ୍ତି ।
ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ର ଏକ ଟିମ୍ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପାଇଁ ବୁଲଗାଡି ଗ୍ରାମରେ ପହଞ୍ଚିଥିଲେ।
ହାତରସ ମାମଲାର ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହେବ । ପ୍ରକୃତରେ ଏହି ମାମଲାରେ ଏକ ଆବେଦନ କରାଯାଇଥିଲା ଯେଉଁଥିରେ ପୀଡିତାଙ୍କ ପରିବାର ଏବଂ ଏହି ମାମଲା ସହ ଜଡିତ ସାକ୍ଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।
ଜିଲ୍ଲା ଡାକ୍ତରଖାନାରୁ ନିଖୋଜ ହେଲା ସିସିଟିଭି ଫୁଟେଜ ।
ହାତରସ ମାମଲାରେ ପୋଲିସ ଏବଂ ଡାକ୍ତରଖାନାର ବଡ଼ ଅବହେଳା ସାମ୍ନାକୁ ଆସିଛି । ପ୍ରକୃତରେ ଯେଉଁ ଡାକ୍ତଖାନାରେ ପୀଡିତାଙ୍କ ପ୍ରଥମ ଥର ଚିକିତ୍ସା ଆରମ୍ଭ ହୋଇଥିଲା, ସେଠାର ୧୪ ସେପ୍ଟେମ୍ବରର ସିସିଟିଭି ଫୁଟେଜ ନିଖୋଜ ଅଛି । ସେଠାରେ କୌଣସି ବ୍ୟାକଅପ୍ ମଧ୍ୟ ନାହିଁ । ଏହି କଥାର ପ୍ରକାଶ ସେତେବେଳେ ହେଲା ଯେବେ ସିବିଆଇ ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଡାକ୍ତରଖାନାରେ ପହଞ୍ଚି ଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ପଚରାଯାଇଥିଲା ପୋଲିସ ଏହା ପୂର୍ବରୁ ସିସିଟିଭି ଫୁଟେଜ ବିଷୟରେ ପଚରାଉଚରା କାହିଁକି କରିନଥିଲା, ଜଣେ ପୋଲିସ ଅଧିକାରୀ କହିଲେ ଅପରାଧ ସହ ଜଡ଼ିତ ମାମଲାରେ ଡାକ୍ତଖାନାର କୌଣସି ଅର୍ଥ ନାହିଁ । ଯେପର୍ଯ୍ୟନ୍ତ ଡାକ୍ତରଖାନାରେ କୌଣସି ଅପରାଧ ହୋଇ ନାହିଁ କିମ୍ବା କୌଣସି ଅବହେଳା ହୋଇନାହିଁ, ଏହା ଅପରାଧ ତଦନ୍ତ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଏହା ସହିତ କୌଣସି ସମ୍ବନ୍ଧ ନାହିଁ ।
୨୯ ଦିନ ପରେ, ୟୁପି ପୋଲିସ୍ କ୍ରାଇମ ହୋଇଥିବ ସ୍ଥାନରେ ଘେରବନ୍ଦି କରିଛି ।
ହାତରସ୍ ମାମଲାରେ ସିବିଆଇ ଟିମ୍ ମଙ୍ଗଳବାର ପୀଡିତାଙ୍କ ଗାଁରେ ପହଞ୍ଚି ଥିଲେ । ସିବିଆଇ ଗାଁରେ ପହଞ୍ଚିବା ପୂର୍ବରୁ ୟୁପି ପୋଲିସର କ୍ରାଇମ ହୋଇଥିବ ସ୍ଥାନକୁ ଘେରବନ୍ଦି କରିଥିଲା । ଆପଣକୁ କହି ଦେଉଛୁ ୨୯ ଦିନ ପର୍ଯ୍ୟନ୍ତ ପୋଲିସ ଏହା ଆବଶ୍ୟକ ମନେ କରୁ ନଥିଲେ କ୍ରାଇମ ହୋଇଥିବ ସ୍ଥାନରେ ଛେଡଛାଡ ହୋଇପାରେ । ସେହି ସ୍ଥାନକୁ ଘେରାବନ୍ଦି କରିଥିଲେ । ୨୯ ଦିନ ପରେ ଯେତେବେଳେ ସିବିଆଇ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ତେବେ ଏହା ପୂର୍ବରୁ ପୋଲିସ ଘେରବନ୍ଦି କାମ କରିଥିଲା ।