ଲକଡାଉନରେ ଶେଷ ହେଲା ଆଦିତ୍ୟ ନାରାୟଣଙ୍କ ସଞ୍ଚୟ, କାମ ନମିଳିବାରୁ ବିକିବାକୁ ପଡିବ ବାଇକ!

ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ଆଦିତ୍ୟ ନାରାୟଣ କହିଛନ୍ତି ଯେ, ତାଲାବନ୍ଦ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି| ତାଙ୍କର ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେ ବ୍ୟାଙ୍କ କରପ୍ଟ ହେବାକୁ ଯାଉଛନ୍ତି|

କରୋନା ସମୟରେ ଅନେକ ବ୍ୟବସାୟ ବନ୍ଦ ଠପ ହୋଇଯାଇଛି ଏବଂ ଅନେକ ଲୋକଙ୍କୁ ନିଜର ଚାକିରୀ ହରାଇବାକୁ ପଡିଛି| ବର୍ତ୍ତମାନ କହିବାକୁ ଗଲେ ସ୍ଥିତି ଆଗ ଠାରୁ ଉନ୍ନତ ଦେଖିବାକୁ ମିଳୁଛି, କିନ୍ତୁ ଜୀବନକୁ ପୁଣି ସେହି ଧରାରେ ଆଣିବାକୁ ହେଲେ ବହୁତ ସମୟ ଲାଗିବ| ସଂଗୀତକାର ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି| ଏମିତିରେ ବର୍ତ୍ତମାନ ସମୟରେ ସେ ନିଜର ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି|

ଆର୍ଥିକ ଅଭାବ ସହିତ  ଲଢ଼ୁଛନ୍ତି ଆଦିତ୍ୟ:

ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ଆଦିତ୍ୟ ନାରାୟଣ କହିଛନ୍ତି ଯେ, ତାଲାବନ୍ଦ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି| ତାଙ୍କର ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେ ବ୍ୟାଙ୍କ କରପ୍ଟ ହେବାକୁ ଯାଉଛନ୍ତି| ଏବିଷୟରେ ଆଦିତ୍ୟ କହିଛନ୍ତି ଯେ, ମୋର ନିଜର ସଞ୍ଚୟ ସରିଯାଇଛି| ମ୍ୟୁଚୁଆଲ ଫଣ୍ଡରେ ଯେତିକି ଟଙ୍କା ଥିଲା ମୁଁ ସବୁକିଛି ବାହାର କରି ଆଣିସାରିଛି| ବର୍ତ୍ତମାନ ଆଉ କୌଣସି ରାସ୍ତା ନାହିଁ| କେବଳ ୧୮୦୦୦ ଟଙ୍କା ରହି ଯାଇଛି| ଅକ୍ଟୋବରରେ ମଧ୍ୟ କାମ ନକରିଲେ ଟଙ୍କାଟିଏ ବାଲିବ ନାହିଁ| ମୋତେ ମୋ ବାଇକ ମଧ୍ୟ ବିକ୍ରି କରିବାକୁ ପଡ଼ିଯିବ| ଏହା ବହୁତ କଠିନ ସମୟ ଅଟେ|

ଇଣ୍ଡିଆନ ଆଇଡୋଲ ଦେବ କାମ:

ବର୍ତ୍ତମାନ ଆଦିତ୍ୟ ନାରାୟଣଙ୍କ କହିବା କଥା ଯେ, ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି,  ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି| ଯେଉଁ ଆଦିତ୍ୟ ନାରାୟଣଙ୍କୁ ସବୁବେଳେ ବିଳାସବ୍ୟାସନ ଜୀବନ ବଞ୍ଚୁଥିବାର ଦେଖା ଯାଇଛି, ବର୍ତ୍ତମାନ ତାଙ୍କୁ ଏପରି ସ୍ଥିତିରେ ପଡିବା ଚିନ୍ତିତ କରାଇଛି| ଗୋଟିଏ ପକ୍ଷରେ ଆଦିତ୍ୟଙ୍କର ବିବାହ ଶ୍ଵେତା ଅଗ୍ରୱାଲଙ୍କ ସହିତ ହେବାକୁ ଯାଉଛି, ସେହିପରି ଅନ୍ୟ ପକ୍ଷରେ ତାଙ୍କର ବ୍ୟକ୍ତିଗତ ଜୀବନରେ ସମସ୍ୟାର ଶୁଅ ଛୁଟୁଛି| ସେ ଏହି ସମୟରେ ଏପରି ସ୍ଥିତି ଦେଇ ଗତି କରୁଛନ୍ତି ଯେଉଁଠାରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟ ତାଙ୍କୁ ଅନେକ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡୁଛି|

ସୂଚନାଯୋଗ୍ୟ ଯେ, ଆଦିତ୍ୟ ନାରାୟଣ ଜଣେ ହୋଷ୍ଟ ଭାବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି| ସୋନିରେ ଇଣ୍ଡିଆନ ଆଇଡୋଲର ନୂତନ ସିଜିନ ମଧ୍ୟ ଆସିବାକୁ ଯାଉଛି| ଏମିତିରେ ବର୍ତ୍ତମାନ ସେହି ଶୋ’ରେ ପୁଣି ଆଦିତ୍ୟ ହୋଷ୍ଟ ହୋଇଥିବାର ଦେଖାଯିବେ କି ନାହିଁ, ଏହା ଦେଖିବାର କଥା ହେବ|

Leave a Reply

Your email address will not be published. Required fields are marked *