ପବଜୀରେ ବନ୍ଧୁତା ପଡିଲା ମହଙ୍ଗା, ବ୍ଲାକମେଲିଙ୍ଗ କରି ନାବାଳିକାଙ୍କୁ ମାସେ କାଳ କରିଲେ ଗଣଦୁ-ଷ୍କର୍ମ

ଭାରତ ସରକାର ବର୍ତ୍ତମାନ ପବଜୀ ଗେମକୁ ବ୍ୟାନ କରିଛନ୍ତି| କିନ୍ତୁ ଏହି ପବଜି ଜରିଆରେ ବର୍ତ୍ତମାନ ମଧ୍ୟପ୍ରଦେଶରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି| ସେଠାରେ ଏକ ୧୪ ବର୍ଷୀୟ ଝିଅ ସହିତ ପବଜିରେ ବନ୍ଧୁତା କରିଥିବା ୩ ଜଣ କିଶୋର ଦୀର୍ଘ ମାସେ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି| ପବଜି ଗେମ ଖେଳୁଥିବା ଅବସରରେ ତିନିଜଣ କିଶୋର ଉକ୍ତ ଝିଅଟି ସହିତ କଥାବାର୍ତ୍ତା କରିଥିଲେ| କଥାବାର୍ତ୍ତା ଧୀରେ ଧୀରେ ବନ୍ଧୁତ୍ୱରେ ପରିବର୍ତ୍ତନ ହୋଇଥିଲା ମାତ୍ର ଏହାପରେ ସେମାନେ ନାବାଳିକାଙ୍କୁ ବ୍ଲାକମେଲିଙ୍ଗ କରି ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଗଣବଳାତ୍କାର କରିଥିବାର ସୂଚନା ମୁଲିଛି|

ଘଟଣାଟି ମଧ୍ୟପ୍ରଦେଶରୁ ବୁଧବାର ଦିନ ସାମ୍ନାକୁ ଆସିଥିବା ବେଳେ ପିଡୀତଙ୍କ ଘର ଅଶୋକ ଗାର୍ଡେନ ଅଂଚଳରେ ବୋଲି ଜଣାପଡିଛି| ଦୁଷ୍କର୍ମ ଦ୍ୱାରା ହୋଇଥିବା କଷ୍ଟକୁ ସହ୍ୟ ନକରିପାରି ନାବାଳିକା ଜଣକ ତାଙ୍କ ମାଆଙ୍କୁ ଏସବୁ ଜଣାଇଥିଲେ| ଏହାପରେ ତାଙ୍କ ମାଆ ଏସମ୍ପର୍କରେ ପୋଲିସକୁ ଜଣାଇବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏକ କେସ ଫାଇଲ କରାଇଥିଲେ| ତେବେ ଏହି ଜଘନ୍ୟ ଘଟଣା ଘଟାଇଥିବା ତିନି ଜଣ ଦୁଷ୍କର୍ମକାରୀ ହେଉଛନ୍ତି, ଫୁଜାଇଲ, ରିଜୱାନ ଖାନ ଏବଂ ଫରଆନ ଅହମଦ| ତେବେ କେସ ଫାଇଲ ହେବା ପରେ ଏମାନଙ୍କୁ ପୋଲିସ ଗିରଫ କରିଛି|

କରୋନା ସମୟରେ ତାଲାବନ୍ଦ ରହିଥିବା କାରଣରୁ ନାବାଳିକା ଜଣକ ନିୟମିତ ଭାବରେ ପବଜି କେଳି ଆସୁଥିଲେ| ଏହି ପବଜି ଗେମ ଖେଳୁଥିବା ସମୟରେ ସେ ୩ ଜଣ ଯୁବକଙ୍କର ସଂସ୍ପର୍ଶରରେ ଆସିଥିଲେ| ଧୀରେ ଧୀରେ ସେହି ତିନିଜଣ କିଶୋର ଝିଅଟି ସହିତ ଫୋନ କଲ ଏବଂ ମେସେଜରେ ମଧ୍ୟ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ|

ଝିଅଟି ଏହି ତିନିଜଣ ପୁଅଙ୍କୁ ଭେଟିବା ପାଇଁ ସେପ୍ଟେମ୍ବର ମାସରେ ଗୌତମ ନଗରରେ ଥିବା ରମ୍ଭା ନଗରର ଏକ ଫ୍ଲାଟକୁ ଯାଇଥିଲେ| ଏହି ଅବସରରେ ଲାଭ ଉଠାଇ ତିନିଜଣ ଝିଅଟିକୁ ଗଣ ଦୁଷ୍କର୍ମ କରିଥିଲେ| ଏହାଛଡ଼ ଏହି ସମୟର ଭିଡିଓ ଉତ୍ତୋଳନ କରି ଝିଅଟିକୁ ବ୍ଲାକମେଲ ମଧ୍ୟ କରୁଥିଲେ ଏବଂ ତାଙ୍କୁ ଡରାଇ ବାରମ୍ବାର ତାଙ୍କ ସହିତ ଗଣଦୁଷ୍କର୍ମ କେଉଁଥିବାର ଅଭିଯୋଗ ରହିଛି|

ଆଉ କାହାକୁ ଜଣାଇଲେ ଭିଡିଓ ଭାଇରଏଲ କରିଦେବରଫ ଧମକ ମଧ୍ୟ ଦେଇଥିଲେ| ତେବେ ଅତ୍ୟଧିକ ଯନ୍ତ୍ରଣା ସହ୍ୟ ନକରିପାରି ନାବାଳିକା ଜଣକ ଶେଷରେ ସମସ୍ତ କଥା ନିଜ ମାଆଙ୍କୁ ଜଣାଇ ଦେଇଥିଲେ| ତାଙ୍କ ମାଆଙ୍କର ଅଭିଯୋଗ ପରେ ପୋଲିସ ଏଥିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏହି ତିନିଜଣ କିଶୋରଙ୍କ ଗିରଫ କରି ନେଇଛି| ପୋଲିସ ପଚରାଉଚରା ସମୟରେ ଦୁଷ୍କର୍ମକାରୀମାନେ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛନ୍ତି|

ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *