ଘଟଣାଟି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଅଟେ। ଜିଲ୍ଲାଧିକାରୀ ଆଜ୍ନନେୟ କୁମାର ସିଂହ ୧୦ ଅକ୍ଟୋବର ଦିନ ସାର୍ଟ ପିନ୍ଧି, ମୁହଁରେ ଗାମୁଛା ବାନ୍ଧି ଏବଂ ପାଦରେ ଏକ ଚପଲ ପିନ୍ଧି ଧାନ କିଣାଯାଉଥିବା କେନ୍ଦ୍ର ପହଞ୍ଚି ଯାଇଥିଲେ। କୃଷକଙ୍କର ବେଶଭୂଷାରେ ଦେଖି ଡିଏମ ଆଜ୍ନନେୟ ସିଂହଙ୍କୁ କେହି ଚିହ୍ନି ପାରି ନଥିଲେ। ଏହି ଅବସରରେ ସେ କୃଷକ ହୋଇ ହିଁ ନିଜର ଧାନ ବିକ୍ରି କରିବାର କଥା କହିଥିଲେ। ଏମିତିକି ସେଠାରେ ବୁଲୁଥିବା ଜଣେ ବ୍ରୋକର ସହିତ ମଧ୍ୟ ତାଙ୍କର ସାମ୍ନା ହୋଇଥିଲା। କିଛି ସମୟରେ ହିଁ ସମସ୍ତ ଗଡ଼ବଡ଼ ତାଙ୍କ ସାମ୍ନାକୁ ଆସି ଯାଇଥିଲା।
ଅଭିଯୋଗ ଗୁଡିକର ସତ ଜାଣିବା କୃଷକ ହୋଇ ପହଞ୍ଚିଲେ କେନ୍ଦ୍ର:
ବାସ୍ତବରେ ଜିଲ୍ଲାଧିକାରୀ ଆଜ୍ନନେୟ କୁମାର ସିଂହଙ୍କୁ ଗତ ବହୁତ ଦିନ ହେବ କୃଷକଙ୍କ ପକ୍ଷରୁ ଅଭିଯୋଗ ମିଳୁଥିଲା। ଏହି କଥାର ସତ ଜାଣିବା ପାଇଁ ଡିଏମ ଜଣେ ସାଧାରଣ ବ୍ୟକ୍ତିଙ୍କର ବେଶ ଧାରଣ କରି ଧାନ କିଣା ଯାଉଥିବା କେନ୍ଦ୍ର ପହଞ୍ଚିଥିଲେ। ସୂଚନାଯୋଗ୍ୟ ଯେ, ବିଳାସପୁରର ମଣ୍ଡି ପରିସରରେ ବହୁତ ପୂର୍ବରୁ ତାଙ୍କର କନଭେନ ଅଟକି ଯାଇଥିଲା। ସେ ବାଇକରେ ମଣ୍ଡି ପହଞ୍ଚିଥିଲେ। ଏହି ଅବସରରେ ଡିଏମ ଜଣେ କୃଷକ ଭାବରେ ଅନେକ ଲୋକଙ୍କ ସହିତ ଧାନ ବିକିବାକୁ ନେଇ କଥା ହୋଇଥିଲେ। ଯାହାପରେ ଡିଏମ ବିଲସପୁର ସ୍ଥିତ ଏନସିସିଏଫର କ୍ରୟ କେନ୍ଦ୍ରରେ ଅତ୍ୟଧିକ ଅନିୟମିତତାକୁ ନେଇ କେନ୍ଦ୍ର ପ୍ରଭାରୀଙ୍କ ବିରୋଧରେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଧାନ କିଣିବାର ନିର୍ଦ୍ଦେଶ ଗୁଡିକ ପ୍ରତି ଅବହେଳା କରିବାକୁ ନେଇ FIR ଫାଇଲ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଧାନ କିଣା ହୋଇଯାଇଛି ଆରମ୍ଭ:
ଡିଏମ ଆଜ୍ନନେୟ କୁମାର ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଧାନ ବିକ୍ରି ଆରମ୍ଭ ହୋଇଯାଇଛି ଏବଂ ଆମର ସମସ୍ତ କେନ୍ଦ୍ର ଅନଲାଇନ ହୋଇ ଯାଇଛି। କିଛି ଅଭିଯୋଗ ଆସୁଥିଲା ଯେଉଁଥିରେ ମଣ୍ଡି ବାହାରେ ଯେଉଁ ବିକ୍ରି ହେଉଥିଲା ତାହା ଉପରେ ଜରିମାନା ଲଗାଗଲା ଏବଂ ସେସବୁକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ସେହିପରି ଆହୁରି ଅଭିଯୋଗ ମିଳିଥିଲା ଯେ ୧୧୦୦ ଠାରୁ ଆରମ୍ଭ କରି ୧୪୦୦ ପର୍ଯ୍ୟନ୍ତ କ୍ରୟ କରାଯାଉଛି। ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଧାନ କିଣା କେନ୍ଦ୍ରକୁ ନିରୀକ୍ଷଣ କରିବାକୁ ଯାଇଥିଲେ ଡିଏମ।
୪୦୦ରୁ ୫୦୦ ଟଙ୍କାରେ କିଣି ନିଅନ୍ତି ଧାନ:
ଡିଏମ କହିଲେ ଯେ, କେନ୍ଦ୍ର ଭିତରେ ଘରୋଇ ବ୍ୟାପାରୀ ମାନେ କୃଷକଙ୍କୁ ବୁଝାଇ ସୁଝାଇ ବିଭିନ୍ନ ମୂଲ୍ୟରେ କୃଷକଙ୍କ ତଗରୁ ଧାନ କିଣି ନେଇଥାନ୍ତି ଏବଂ ମୂଲ୍ୟ ୪୦୦ରୁ ୫୦୦ ଟଙ୍କା କମ ହୋଇଥାଏ। ଡିଏମ କହିଲେ ଯେ ସେ ନିଜେ ବୁଲିବା ସଙ୍ଗେ ସଙ୍ଗେ ଲୋକଙ୍କ ସହିତ କଥାବାର୍ତ୍ତା କରି ସବୁକିଛିର ସନ୍ଧାନ କରିଛି। ଆଜି ନିଜର ସମସ୍ତ ଅଧିକାରୀଙ୍କୁ ଏହି ମାମଲାରେ ଡକାଇଛି। ଏଥିସହିତ ସେ କହିଛନ୍ତି ଯେ, ଯଦି କେହି କମ ମୂଲ୍ୟରେ କୃଷକଙ୍କ ଠାରୁ ଧାନ କିଣିବ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୁଇଟି କେନ୍ଦ୍ର ଉପରେ ଗ୍ରହଣ କରାଗଲା କାର୍ଯ୍ୟାନୁଷ୍ଠାନ:
◆ धान खरीद ◆
धान खरीद प्रक्रिया में किसी भी प्रकार की गड़बड़ी करने वाले तथा क्रय केंद्र के बाहर किसानों से कम मूल्य पर धान खरीदने की कोशिश करने वाले किसी भी व्यक्ति के विरुद्ध सख्त कार्रवाई की जायेगी।#RampurTrove pic.twitter.com/uDc5gv0xmo
— DM Rampur (@DeoRampur) October 10, 2020
ଡିଏମ ଆଜ୍ନନେୟ କୁମାର ସିଂହ କହିଛନ୍ତି ଯେ ଆଜି ଆମେ ଦୁଇଟି କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ମିଲକରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଇଛୁ। ଏଥିସହିତ ଏହି ବ୍ୟବସ୍ଥା ମଧ୍ୟ କରାଯାଉଛି ଯେ କୃଷକଙ୍କୁ ସହଜରେ ଧାନ କିଣା କେନ୍ଦ୍ର ଦେଖୁ। ଏହାଛଡା କୃଷକ ସିଧାସଳଖ ଏଠାରେ ଏଣ୍ଟ୍ରି ପାଇପାରୁ ଏବଂ କୌଣସି ବ୍ୟକ୍ତିଗତ ବ୍ୟାପାରୀ ଏମାନଙ୍କ ମଧ୍ୟରେ ନରହୁ। ଏଥିପାଇଁ କମିଟି ମଧ୍ୟ ତିଆରି କରାଯାଉ, ଯିଏକି ପ୍ରତ୍ୟେକ କାର୍ଯ୍ୟ ଉପରେ ଦୃଷ୍ଟି ରଖିବ। ଯଦି ସଡକ ଉପରେ କୃଷକଙ୍କ ସହିତ କେହି କୌଣସି ସୌଦା କରେ ତେବେ ସେହି ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।