ଲୋକାର୍ପିତ ହେଲା “ସୁଜଳ” ଯୋଜନା, ସୁବିଧାରେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ। ଉପକୃତ ହେବେ ୧୫ଟି ସହରର ୧୫ ଲକ୍ଷ ଲୋକ

ସୁବିଧାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “Drink from Tap Mission” ବା ସୁଜଳ ଯୋଜନା ଲୋକାର୍ପିତ କରିଛନ୍ତି। ଆବାସିକ କାର୍ଯ୍ୟାଳୟରୁ ଭିଡିଓ କନଫରେନସିଙ୍ଗ ସହାୟତାରେ ଏହି ପାନୀୟ ଜଳ ଯୋଜାନର ଶୁଭାରମ୍ଭ କରିଛନ୍ତି ମୁୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଏବଂ ପୁରୀର ୧୨ ଗୋଟି ସ୍ଥାନରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆରମ୍ଭ ହୋଇଛି ଏହି ସୁଜଳ ଯୋଜନା।

ସୁଜଳ ଯୋଜନା ଦ୍ୱାରା ୧୫ଟି ସହରର ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଚାରୋଟି ସହରର ପ୍ରାୟ ୩ ଲକ୍ଷ ଘରକୁ ଜଳ ସଂଯୋଗ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। ରାଜ୍ୟର ଚାରୋଟି ସହର ଭୁବନେଶ୍ୱର, ପୁରୀ, ରାଉରକେଲା ଏବଂ ବ୍ରହ୍ମପୁର ଥରେ ୩ ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗ ହେବ।

ସୁଜଳ ଯୋଜନା ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଏହି ଯୋଜନା ଭୁବନେଶ୍ଵର ଏବଂ ପୁରୀରୁ ଆରମ୍ଭ କରାଗଲା କିନ୍ତୁ କ୍ରମଶଃ ଏହା ରାଜ୍ୟର ସବୁ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ସାଲିଆ ସାହିରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ସୁଷାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ଲୋକାର୍ପଣ ଉତ୍ସବରେ ଶାମିଲ ହୋଇଥିଲେ।

ତେବେ ଏହି ଉତ୍ସବରେ ଜଳସାଥିମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିବା ବେଳେ ପାଣି ପାଇପ ମିସ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ସହର ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ଯେଉଁଠିକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ ଆସନ୍ତି। ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରଥାନ୍ତି। ତେଣୁ “Drink from Tap” ସୁବିଧା ଦ୍ବାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମିଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ସୂଚନା ଅନୁଯାୟୀ ମିଶନ ଶକ୍ତିର ମାଆମାନେ ଜଳସାଥି ରୂପେ ଏହି କାର୍ଯ୍ୟକ୍ରମରେ ଶାମିଲ ହୋଇ ଯେଉଁ ଦକ୍ଷତା ପ୍ରଦର୍ଶନ କରିଛନ୍ତି ତା’ର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମାନପତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇଥିବା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଏବଂ ପ୍ରେରଣା କାରଣରୁ ହିଁ ଏହା ଆଜି ସଫଳ ହୋଇ ପାରିଛି। ସୁଜଳ ଯୋଜନା ସହିତ ୫ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହିତ ରାଜ୍ୟ କାମ କରୁଛି।

Water Aid, United Kingdomର ମୁଖ୍ୟ କାର୍ଯ୍ୟନିର୍ବାହୀ Mr. Tim Wainwright କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ, ଯାହା ସାରା ବିଶ୍ଵବାସୀଙ୍କ ପାଇଁ ଏକ ପ୍ରେରଣା। “Drink from Tap Mission”ରେ ଭାରତ, ବିଶେଷ କରି ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଏମିତିକି ଓଡ଼ିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ମଧ୍ୟ ଦେଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *