ଜାତକରେ ଆତ୍ମହତ୍ୟା କହି ବଡ଼ ଭାଇ ଦେଲା ଜୀବନ,ତିନି ଦିନ ପରେ ସାନ ଭାଇ ମଧ୍ୟ କରି ଦେଲା ଆତ୍ମହତ୍ୟା

ମଧ୍ୟପ୍ରଦେଶ ର ଉଜ୍ଜାଇନ ରେ ମଧ୍ୟ ଦିଲ୍ଲୀ ର ବୁରତି ଭଳି ଘଟଣା ସାମ୍ନା କୁ ଆସିଛି।ଯେଉଁ ଠାରେ ଏକ ପରିବାରର ଦୁଇ ଭାଇ ପାଳି କରି ମୃତ୍ୟୁ କୁ ବରଣ କରିଥିଲେ।ବଡ଼ ଭାଇ ର ମୃତ୍ୟୁ ପରେ ଛୋଟ ଭାଇ ମଧ୍ୟ ଆତ୍ମହତ୍ୟା କରି ନିଜ ଜୀବନ ତ୍ୟାଗ କରିଛି।ଏବେ ଦୁଇ ଭାଇଙ୍କର ମୃତ୍ୟୁ ମାମଲାରେ ଜାତକରେ ସମ୍ପର୍କ ଥିବାର କୁହାଯାଇଛି।

ସୋମବାର ଆତ୍ମହତ୍ୟା କରିଥିବାର ପୀୟୂଷ ଚୌହାନ ଙ୍କ ବଡ଼ ଭାଇ ପ୍ରବୀଣ ଚୌହାନ ମରିବା ପୂର୍ବରୁ ନିଜର ଜାତକ ବନାଇଥିଲେ। ଯେଉଁଥିରେ ଆତ୍ମହତ୍ୟା ର ଯୋଗ ଦେଖାଇଥିଲା।ଜାତକରେ ଗ୍ରହର ଖରାପ ଦଶା ଦେଖାଇ ପୀୟୂଷ ଙ୍କୁ ପ୍ରବୀଣ ଲେଖିଥିଲେ, ଜାତକ କେତେ ବି ପ୍ରୟାସ କର ଜାତକରେ କେବଳ ଆତ୍ମହତ୍ୟା ର ଯୋଗ ଅଛି। ଏବେ କଣ ବଞ୍ଚିଛି ‘ ନଥିଙ୍ଗ’, ଅଧ୍ୟାୟ ସମାପ୍ତ, ସେ କୁଣ୍ଡଳୀ ର ଶେଷରେ ଲେଖିଥିଲେ – ଜୟ ମହାକାଳ।

ଏହାପରେ ପ୍ରବୀଣ ଚୌହାନ ସିପ୍ରା ନଦୀ ରେ ଥିବା ପୋଲ ଉପରୁ ଡେଇଁ ନିଜର ଜୀବନ ଦେଇ ଦେଇଥିଲେ । ମରିବା ପୂର୍ବରୁ ପ୍ରବୀଣ ସୁସାଇଡ୍ ନୋଟ ରେ ରୋଗ ବିଷୟରେ ମଧ୍ୟ ଲେଖିଥିଲେ।ସେ ତାଙ୍କ ପରିବାର କୁ ଶ୍ରାଦ୍ଧ କର୍ମ ନ କରିବାକୁ ମଧ୍ୟ କହିଥିଲେ।ଏହା ଏକ ଜମି କିଣା ବାବଦକୁ ହୋଇଥିବା କଥାକୁ ମଧ୍ୟ କହିଥିଲେ।

ବଡ଼ ଭାଇ ଙ୍କ ମରିବାର ଠିକ ତିନି ଦିନ ପରେ ପ୍ରବୀଣ ଚୌହାନ ଙ୍କ ସାନ ଭାଇ ପୀୟୂଷ ଚୌହାନ ନୃସିଂହ ଘାଟ ପୋଲରୁ ସେହି ଜାଗାରୁ ଡେଇଁ ମୃତ୍ୟୁ ବରଣ କରିଥିଲେ। ଯେଉଁଠି ବଡ଼ ଭାଇ ଡେଇଁ ଥିଲେ। ପାଖା ପାଖି ଏକ ଘଣ୍ଟା ପରେ ଶବ କୁ ଅଗ୍ନିଶମ ବିଭାଗ ଦ୍ବାରା ବାହାରକୁ ବାହାର କରାଯାଇଥିଲା।

ଶବ କୁ ଦେଖି ପ୍ରବୀଣ ଙ୍କ ପତ୍ନୀ କାନ୍ଦିବାକୁ ଲାଗିଥିଲେ ଏବଂ ସ୍ବାମୀ ଙ୍କ ମୁହଁ ରେ ପବନ ଭରିକରି ପୁଣି ଉଠାଇବାକୁ ଚେଷ୍ଟା କରିଥିଲେ। ପୀୟୂଷ ନିଜର ବଡ଼ ଭାଇ ପ୍ରବୀଣ ଙ୍କ ଫଟୋ ରେ ଫୁଲ ଚଢ଼ାଇବା ପାଇଁ ଫୁଲ ମାଳ ଆଣିବା ବାହାନାରେ ବାହାରକୁ ଯାଇଥିଲେ। ପୋଲିସ ଏବେ ଆତ୍ମହତ୍ୟା, କରଜ ଏହି ଭଳି ମାମଲାରେ ଯାଞ୍ଚ କରୁଛି। ସୁସାଇଡ ନୋଟ ରେ ପ୍ରବଳ କରଜ ଏବଂ ଲୋନ ବାବଦରେ କୁହା ଯାଇଥିଲା।

ଏହି ମାମଲାକୁ ମଧ୍ୟ ପ୍ରଦେଶ ର ଗୃହମନ୍ତ୍ରୀ ନରତ୍ତମ ମିଶ୍ର କହିଛନ୍ତି କି କାଲି FIR ଗ୍ରହଣ କରାଯାଇଛି । ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହା ମଧ୍ୟପ୍ରଦେଶ ଅଟେ, ଏଠାରେ ଆଇନ ରାଜ ହୁଏ, ନା ଚାଲିବନି  ସଂସ୍କୃତି ଏଠି ଚଳିବ ନା ପଠାଣି ନିୟମ ଚଳିବ। ଏଠି କେବଳ ଆଇନ ର ରାଜୁତି ଚାଲିବ।

ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *