ରିୟା ଚକ୍ରବର୍ତ୍ତୀ ଏନସିବିର ମାମଲାରେ ଜେଲରୁ ବାହାରକୁ ଆସି ସାରିଛନ୍ତି ଏବଂ ରିୟା ଏହାକୁ ନିଜ ପାଇଁ ସ୍ୱାଧୀନତା ଭାବୁଛନ୍ତି। କିନ୍ତୁ ଚକ୍ରବର୍ତ୍ତୀ ହୁଏତ ଏହା ଭୁଲି ଯାଇଛନ୍ତି ଭଗବାନଙ୍କ ଘର ବିଳମ୍ବ ହୋଇପାରେ କିନ୍ତୁ ଅନ୍ଧାର ନୁହେଁ। ବାସ୍ତବରେ ଗୋଟିଏ ଦିନ ପୂର୍ବରୁ EDର ଫରେନସିକ ରିପୋର୍ଟ ଆସିଥିଲା ଯେଉଁଥିରେ ସୁଶାନ୍ତଙ୍କର ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରାଯାଇଥିଲା ଏବଂ ସେଥିରେ କୌଣସି ବଡ଼ ଲେଣଦେଣ ସିଧାସଳଖ ରିୟାଙ୍କ ଅକାଉଣ୍ଟକୁ ହୋଇଥିବାର ମିଳିନଥିଲା। ଏହାପରେ ED ନିଜେ ସାମ୍ନାକୁ ଆସି ପ୍ରକାଶ କରିଥିଲା ଯେ, ଯଦିଓ ରିୟାଙ୍କ ଆକାଉଣ୍ଟକୁ କୌଣସି ବଡ଼ ଲେଣଦେଣ ହୋଇନାହିଁ କିନ୍ତୁ ଛୋଟ ଛୋଟ ଅନେକ ଟ୍ରାଞ୍ଜାକ୍ସନ କରାଯାଇଛି। ଏହି ଟ୍ରାଞ୍ଜାକ୍ସନ ଗୁଡିକ ଦ୍ୱାରା ମାତ୍ର ୯୦ ଦିନରେ ସୁଶାନ୍ତଙ୍କର ୩ କୋଟି ୩୪ ଲକ୍ଷ ଟଙ୍କା ନେଇଯାଇଥିଲେ।
ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ପ୍ରଥମେ ମୁମ୍ବାଇ ପୋଲିସ କେସରେ ଯାଞ୍ଚ କରୁଥିବା ବେଳେ ପରେ ED, ସିବିଆଇ ଏବଂ ଏନସିବିର ଆଗମନ ହୋଇଥିଲା। ସମସ୍ତ ଏଜେନ୍ସି ନିଜ ନିଜ ଉପାୟରେ ଯାଞ୍ଚ କରୁଛନ୍ତି କିନ୍ତୁ ଅଚାନକ ରିୟାଙ୍କୁ ନିର୍ଦୋଷ କୁହାଯିବାକୁ ଲାଗିଲା। ତେବେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ମାମଲାରେ କେବଳ ଜାମିନ ମିଳିଛି କେସ ଖାରଜ ହୋଇନାହିଁ, କେସ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଛି ଏବଂ ଯେଉଁ ଧାରାରେ କେସ ଚାଲିଛି ଅତିକମରେ ୩ କିମ୍ବା ୫ ବର୍ଷର ଦଣ୍ଡ ରିୟାଙ୍କୁ ମିଳିବା ସ୍ତିର ଥିଲା।
ଦ୍ଵିତୀୟ କଥା ସିବିଆଇ ରିୟା କିମ୍ବା ଆଉ କାହାକୁ ନେଇ ନିଜର କୌଣସି ନିଷ୍ପତି ଦେଇନାହିଁ |ଏବେ ମଧ୍ୟ ସିବିଆଇ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ସେତିକି ସନ୍ଦେହରେ ରଖିଛନ୍ତି ଯେତିକି ପ୍ରଥମ ଦିନ ଥିଲା। ତେବେ ବାକି ରହିଲା ED କଥା, ED ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନସିକ ଯାଞ୍ଚ କରାଇଛନ୍ତି। ଯେଉଁଥିରୁ ଏହା ଜାଣିବାକୁ ମିଳିଛି ଯେ ସୁଶାନ୍ତଙ୍କ ଅକାଉଣ୍ଟରୁ କୌଣସି ବଡ଼ କୌଣସି ବଡ଼ ଲେଣଦେଣ ସିଧାସଳଖ ରିୟାଙ୍କ ଅକାଉଣ୍ଟକୁ ହୋଇନାହିଁ, କିନ୍ତୁ ଛୋଟ ଛୋଟ ଅନେକ ଟ୍ରାଞ୍ଜାକ୍ସନ କରାଯାଇଛି। ଏହି ଟ୍ରାଞ୍ଜାକ୍ସନ ଗୁଡିକ ଦ୍ୱାରା ମାତ୍ର ୯୦ ଦିନରେ ସୁଶାନ୍ତଙ୍କର ୩ କୋଟି ୩୪ ଲକ୍ଷ ଟଙ୍କା ନିଆଯାଇଛି।
୧୪ ଅକ୍ଟୋବର ୨୦୧୯ ପରେ ଆଗାମୀ ୯୦ ଦିନରେ ୩ କୋଟି ୩୪ ହଜାର ଟଙ୍କା ସୁଶାନ୍ତଙ୍କ ଆକାଉଣ୍ଟରୁ ବାହାର କରିନିଆ ଯାଇଥିଲା ଏବଂ EDର ଫରେନସିକ ରିପୋର୍ଟରେ ହିଁ ଏହି ବଡ଼ ଖୁଲାସା ହୋଇଛି। ତେବେ ଏହି ସବୁ ଟଙ୍କା ଛୋଟ ଛୋଟ ପରିମାଣରେ ଅନେକ ଆକାଉଣ୍ଟ ମାଧ୍ୟମରେ ଶେଷରେ ଆସି ରିୟାଙ୍କ ଆକାଉଣ୍ଟରେ ପହଞ୍ଚିଥିଲା। ଏହାଛଡା ଯେଉଁ ତାଙ୍କ ନିଷ୍କାସନ କରାଯାଇଥିଲା ତାହା ମଧ୍ୟ ସମାନ ପରିମାଣରେ ନଥିଲା, ଯେମିତିକି- ୪ ଲକ୍ଷ ୩୦ ହଜାର, ୬୭ ହଜାର, ୨୨ ହଜାର ୨୦୦, ୮୧ ହଜାର, ୧୭ ହଜାର। ଯାହାକି ଯାଞ୍ଚକୁ ଏକ ଭିନ୍ନ ଦିଗରେ ନିଆଯିବା ପାଇଁ କରାଯାଇଥିଲା। ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସୁଶାନ୍ତଙ୍କ ଆକାଉଣ୍ଟ ଲୁଟ କରାଯାଇଥିଲା।
ରିୟା ଚକ୍ରବର୍ତ୍ତୀଙ୍କୁ ୭ ଅକ୍ଟୋବର ଦିନ ବମ୍ବେ ଉଚ୍ଚନ୍ୟାୟାଳୟରୁ ଜାମିନ ମିଳିଥିଲା ଏବଂ ସେହିଦିନ ସନ୍ଧ୍ୟାରେ ରିୟାଙ୍କୁ ଜେଲରୁ ମଧ୍ୟ ଛାଡିଦିଆ ଯାଇଥିଲା ତେବେ ସର୍ତ୍ତ ମୁତାବକ ଆଗାମୀ ୧୦ ଦିନ ପାଇଁ ରିୟାଙ୍କୁ ପାଖ ଥାନାରେ ଆସି ହାଜିରା ଲଗାଇବାର ଥିଲା। ତେବେ ରିୟା ୮ ଅକ୍ଟୋବର ସନ୍ଧ୍ୟାରେ ସାନ୍ତାକ୍ରୁଜ ପହଞ୍ଚିଥିଲେ ଏବଂ ନିଜ ହାଜିରା ମଧ୍ୟ ପକାଇଥିଲେ। କିନ୍ତୁ ଅଚାନକ ୯ ଅକ୍ଟୋବର ସକାଳୁ ରିୟା ଚକ୍ରବର୍ତ୍ତୀଙ୍କ ଘରୁ ଗାଡି ବାହାରିଲା ଏବଂ ସିଧା ଯାଇ ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲା। ଏହି ଗାଡ଼ିରେ ରିୟାଙ୍କ ପିତା ଇନ୍ଦ୍ରଜିତଙ୍କୁ ଅଣାଯାଇଥିଲା, ତାଙ୍କ ସହିତ ରିୟା ଏବଂ ତାଙ୍କ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀ ମଧ୍ୟ ଥିଲେ। ତେବେ ରିୟାଙ୍କ ପିତାଙ୍କୁ ଅଚାନକ ଆଟାକ ଆସିଥିଲା।
ହସ୍ପିଟାଲରୁ ମିଳିଥିବା ସୂଚନା ମୁତାବକ ଇନ୍ଦ୍ରଜିତଙ୍କର ସ୍ଥିତି ପ୍ରଥମ ଦିନ ରିୟାଙ୍କ ଜେଲ ଯିବା ଠାରୁ ବିଗିଡି ଯାଇଥିଲା। କିନ୍ତୁ ଇନ୍ଦ୍ରଜିତଙ୍କର ଘରୁ ବାହାରିବା କଷ୍ଟସାଧ୍ୟ ହୋଇଯାଇଥିଲା ଏବଂ ଘରେ ହିଁ ତାଙ୍କର ଚିକିତ୍ସା ଚାଲିଥିଲା। ପୁଣି ଯେତେବେଳେ ୭ ଅକ୍ଟୋବରକୁ ରିୟା ଜାମିନରେ ଘରକୁ ଫେରିଲେ ସେତେବେଳେ ଇନ୍ଦ୍ରଜିତଙ୍କ ସ୍ଥିତି ଆହୁରି ବିଗିଡି ଯାଇଥିଲା। ୯ ଅକ୍ଟୋବରକୁ ଅଚାନକ ଇନ୍ଦ୍ରଜିତଙ୍କୁ ପାନିକ ଆଟାକ ଆସିଥିଲା। ଯେଉଁଥିପାଇଁ ବ୍ୟସ୍ତତାର ସହିତ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ପିତାଙ୍କ ସ୍ଥିତି ଦେଖି ରିୟାଙ୍କର ମଧ୍ୟ ରକ୍ତ ଚାପ କମି ଯାଇଥିଲା କିଛି ସମୟ ପାଇଁ ତାଙ୍କୁ ମଧ୍ୟ ବେଡ଼ରେ ଆଡ଼ମିଟ କରିବାକୁ ପଡିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।