କରୋନାରେ ବିଗିଡିଥିବା ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ସରକାର ଖୋଲିଲେ ଯୋଜନା, ୭୩ ହଜାର କୋଟିର ପ୍ୟାକେଜର ଘୋଷଣା କଲେ ଅର୍ଥମନ୍ତ୍ରୀ

କରୋନା ସମୟରେ ଅର୍ଥ ବ୍ୟବସ୍ଥାରେ ଆସିଥିବା ସୁସ୍ତିକୁ ଦୂର କରିବା ପାଇଁ ମୋଦୀ ସରକାର ସୋମବାର ଦିନ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କଂଫେରେନ୍ସ କରି କହିଛନ୍ତି ଯେ ଅର୍ଥବ୍ୟବସ୍ଥାରେ ଦାବିକୁ ବଢାଇବା ପାଇଁ ଅନେକ ପଦକ୍ଷେପ ଉଠା ଯାଉଛି। ସରକାର କେସ ଭାଉଚର ଏବଂ ପୂଜା ଏଡଭାନ୍ସ ସ୍କିମକୁ ନେଇ ଆସିଛନ୍ତି। କେବଳ ଏତିକି ନୁହେଁ ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ସ୍ୱତନ୍ତ୍ର ପୂଜା ଏଡଭାନ୍ସ ସ୍କିମ ଆଣିଛନ୍ତି। ପୂଜା ଅବସରରେ କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାରେ ତୀବ୍ର ଋଣ ପାଇଁ ନିଜର ସମସ୍ତ କର୍ମଚାରୀ ମାନଙ୍କୁ ୧୦ ହଜାର ଟଙ୍କା ଏଡ଼ଭାନ୍ସରେ ଦେବେ। ଏହି ଟଙ୍କା ପୂଜା ଏଡ଼ଭାନ୍ସ ଭାବରେ ଦିଆଯିବ। ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ପାଖାପାଖି ୧ କୋଟି କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ପୂଜାରେ ଖର୍ଚ୍ଚ କରିବା ପାଇଁ ଅତିରିକ୍ତ ଟଙ୍କା ଉପଲବ୍ଧ ହେବ। ଏହି ଟଙ୍କାକୁ ୩୧ ମାର୍ଚ୍ଚ ୨୧୨୧ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ହେବ।

କଣ ଅଟେ ଏହି ସ୍ୱତନ୍ତ୍ର ପୂଜା ଏଡ଼ଭାନ୍ସ ସ୍କିମ ?

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଆଗୁଆ ଦେଇ ତାଙ୍କର ସମସ୍ୟାକୁ କମ କରିବାର ପ୍ରୟାସ କରିବେ। ଏହା ସୁଧ ମୁକ୍ତ ଏଡ଼ଭାନ୍ସ ଅଟେ। ଏହାକୁ ୧୦ କିସ୍ତିରେ ଫେରସ୍ତ କରାଯାଇ ପାରିବ। ଏହି ଯୋଜନାରେ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ମଧ୍ୟ ଆସିଲେ ୮୦୦୦ କୋଟି ଟଙ୍କାର ଅତିରିକ୍ତ ଉପଭୋକ୍ତ ଦାବି ସୃଷ୍ଟି ହେବ।

କର୍ମଚାରୀ ମାନଙ୍କୁ ଏଲିଟିସି ଫେୟର ଟିକେଟ ବଦଳରେ କେସ ଦେବାର ପ୍ରସ୍ତୁତି:

ସରକାର ୧୨% କିମ୍ବା ତା’ଠାରୁ ଅଧିକ ଜିଏସଟି ଥିବା ଜିନିଷ କିଣିବା ପାଇଁ ସରକାର ନିଜର କର୍ମଚାରୀ ମାନଙ୍କୁ ଏଲଟିସି ଟିକେଟ ଫେୟର ବଦଳରେ କେସ ଦେବ। ଏଥିରେ କେନ୍ଦ୍ର ସରକାର ୫୬୭୫ କୋଟି ଟଙ୍କା ଖର୍ଚ୍ଚ କରିବ। ଏହାଛଡା ୧୯୦୦ କୋଟି PSU ଏବଂ ବ୍ୟାଙ୍କ ଖର୍ଚ୍ଚ କରିବ। LTC ବଦଳରେ ନଗଦ ନଗଦ ଦେୟ ଯାହାକି ଡିଜିଟାଲ ହେବ, ଏହା ୨୦୧୮ରୁ ୨୦୨୧ ପାଇଁ ହେବ, ଏହି ସ୍କିମ ଅଧୀନରେ ଟ୍ରେନ କିମ୍ବା ପ୍ଲେନର ଭଡାର ଦେୟ ହେବ ଏବଂ ସେ ଟିକସ ମୁକ୍ତ ରହିବ, ଏଥିପାଇଁ କର୍ମଚାରୀଙ୍କ ଭଡା ଏବଂ ଅନ୍ୟ ଖର୍ଚ୍ଚ ତିନି ଗୁଣା ହେବା ଉଚିତ।

୭୩,୦୦୦ କୋଟି ଟଙ୍କାର ହେବ ଆବଶ୍ୟକ:

ନିର୍ମଳା ସୀତାରମଣ କହିଛନ୍ତି ଯେ, LTC ଏବଂ ପୂଜା ପାଇଁ ଏଡଭାନ୍ସରେ ୩୬୦୦୦ କୋଟି ଟଙ୍କାର ଅତିରିକ୍ତ ଆବଶ୍ୟକତା ହେବ। ରାଜ୍ୟକୁ ଅତିରିକ୍ତ ପୁଞ୍ଜିଗତ ବ୍ୟୟ ଦ୍ୱାରା ୩୭,୦୦୦ କୋଟି ଟଙ୍କାର ଉପଭୋକ୍ତା ଆବଶ୍ୟକ ହେବ। ଏହି ପ୍ରକାରର ମୋଟ ୭୩,୦୦୦ କୋଟି ଟଙ୍କାର ଆବଶ୍ୟକତା ହେବ। ଏହି ରାଶି ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଖର୍ଚ୍ଚ କରାଯିବ। ଏହି ପ୍ରକାରର ମୋଟ ୧ ଲକ୍ଷ କୋଟି ଟଙ୍କା ଦାବି ସୃଷ୍ଟି ହେବ।

ରାଜ୍ୟକୁ ସୁଧ ମୁକ୍ତ ଋଣ ଦେବ କେନ୍ଦ୍ର:

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ୫୦.ବର୍ଷ ପାଇଁ ୧୨,୦୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ପାଇଁ ଏକ ବିଶେଷ ସୁଧ ମୁକ୍ତ ଋଣ ଜାରି କରୁଛି। ଏହା ଯୋଜନାର ତିନି ଭାଗ ଅଟେ। ପ୍ରଥମ ଭାଗରେ ୮ ପୂର୍ବୋତ୍ତର ରାଜ୍ୟ ପାଇଁ ୨୦୦ କୋଟି ଟଙ୍କା ପ୍ରତ୍ୟେକ ରାଜ୍ୟ ପାଇଁ ଅର୍ଥାତ ମୋଟ ୧,୬୦୦ କୋଟି ଟଙ୍କା ଜାରି କରାଯିବ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ପାଇଁ ୪୫୦ କୋଟି ପ୍ରତ୍ୟେକ ଅର୍ଥାତ ମୋଟ ୯୦୦ କୋଟି ଟଙ୍କା ଲାଗୁ ହୋଇଛି। ଦ୍ଵିତୀୟ ଭାଗରେ ୧୫ ତମ ଅର୍ଥ ଆୟୋଗ ଅନ୍ତରଣ ଅନୁସାରେ ୭,୫୦୦ କୋଟି ଟଙ୍କା ବଳକା ରାଜ୍ୟ ପାଇଁ ଲାଗୁ କରାଯିବ। ଯେତେବେଳେ ତୃତୀୟ ଭାଗ ମୁତାବକ ୧୨,୦୦୦ କୋଟି ଟଙ୍କାର ସୁଧ ମୁକ୍ତ ଋଣ ରାଜ୍ୟକୁ ଦିଆଯିବ। ୨,୦୦୦ କୋଟି ଟଙ୍କା ସେହି ରାଜ୍ୟ ଗୁଡ଼ିକୁ ଦିଆଯିବ ଯିଏ ବ୍ୟୟ ବିଭାଗ ଦ୍ଵାରା ଆତ୍ମନିର୍ଭର ଭାରତ ପ୍ୟାକେଜରେ ନିର୍ଦ୍ଧାରିତ କରାଯାଇଥିବା ୪ଟି ସୁଧାର ଠାରୁ କମ ୩ ଗୋଟି ସୁଧାରକୁ ପୂର୍ଣ୍ଣ କରିବ। ଏହି ୨,୦୦୦ କୋଟି ଟଙ୍କା ଅନ୍ୟ ଋଣର ସୀମାରୁ ଭିନ୍ନ ହେବ।

ସଡକ, ପ୍ରତିରକ୍ଷା, ଜଳାପୁର୍ତ୍ତି ସହିତ ୫ ଗୋଟି ବିଭାଗ ପାଇଁ ଅତିରିକ୍ତ ବଜେଟ:

ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ବଜେଟ ୨୦୨୦ରେ ଲାଗୁ କରାଯାଇଥିବା ୪.୧୩ ଲକ୍ଷ କୋଟି ଟଙ୍କା ଛଡା ୨୫,୦୦୦ କୋଟି ଟଙ୍କା ଅତିରିକ୍ତ ବଜେଟ ସଡକ, ପ୍ରତିରକ୍ଷା, ଜଳ ଆପୂର୍ତ୍ତି, ସହର ବିକାଶ ଏବଂ ଘରୋଇ ସ୍ତରରେ ଉତ୍ପାଦିତ ପୁଞ୍ଜି ଆଧାରିତ ଉପକରଣ ଗୁଡିକ ଉପରେ ହେବାକୁଥିବା ବ୍ୟୟ ପାଇଁ ପ୍ରଦାନ କରାଯାଉଛି। ସରକାରୀ ବ୍ୟବସାୟିକ ଗତିବିଧିକୁ ସୁଚାର ରୂପରେ ସଂଚାଳିତ କରିବାର ଅନୁମତି ଦେବା ପାଇଁ , ଅର୍ଥ ମନ୍ତ୍ରାଳୟ ଏବଂ ସମସ୍ତ ସମ୍ବନ୍ଧିତ ମନ୍ତ୍ରାଳୟର ଆଗାମୀ ସଂଶୋଧନ ଚର୍ଚ୍ଚାରେ ଏଗୁଡିକର ଆବଣ୍ଟନ କରାଯିବ।

Leave a Reply

Your email address will not be published. Required fields are marked *