ସୁସ୍ଥ ଜୀବନ ପାଇଁ ବୈବାହିକ ଜୀବନ ବର୍ତ୍ତମାନ ଜରୁରୀ ହୋଇ ଯାଇଛି । ମହାମାରର ଏହି ସଙ୍କଟ ସମୟରେ ଏହି ତର୍କ ସତ୍ୟ ପ୍ରମାଣିତ ହେବାରେ ଲାଗିଛି। ଏକ ନୂତନ ଅଧ୍ୟୟନ ମୁତାବକ, କୋଭିଡ-୧୯ ଦ୍ୱାରା ଅବିବାହିତ ଲୋକଙ୍କର ମୃତ୍ୟୁର ବିପଦ ବିବାହିତ ଲୋକଙ୍କ ତୁଳନାରେ ଅଧିକ ରହିଛି । ସ୍ଵିଡେନର ଷ୍ଟକହୋମ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି।
ଷ୍ଟକହୋମ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି ଯେ, ଅବିବାହିତ ଲୋକଙ୍କୁ ଛାଡିଲେ କମ କିମ୍ବା ମଧ୍ୟମ ଆୟକାରୀ, କମ ଶିକ୍ଷିତ ଆଦି ଦେଶରେ କରୋନା ଭାଇରସରେ ମୃତ୍ୟୁର ସମ୍ଭାବନା ଅଧିକ ରହିଛି। ଏହି ଅଧ୍ୟୟନ “ସ୍ୱିଡିଶ ନ୍ୟାସନାଲ ବୋର୍ଡ ଅଫ ହେଲ୍ଥ ଏଣ୍ଡ ୱେଲଫେୟର” ଦ୍ୱାରା ସ୍ଵିଡେନରେ କୋଭିଡ-୧୯ ଦ୍ୱାରା ହୋଇଥିବା ମୃତ୍ୟୁର ବିବରଣୀ ଉପରେ ଆଧାରିତ।
ଏହି ଅଧ୍ୟୟନରେ ୨୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କୁ ଶାମିଲ କରାଯାଇଥିଲା। “ଜନରଲ ନେଚର କମ୍ୟୁନିକେଶନ”ରେ ପ୍ରକାଶିତ ଏହି ଅଧ୍ୟୟନର ଲେଖକ ସ୍ବେନ ଡ୍ରେଫ୍ହାଲ କୁହନ୍ତି ଯେ, କୋଭିଡ-୧୯ ଦ୍ୱାରା ହୋଇଥିବା ମୃତ୍ୟୁ ସହିତ ଅନେକ ବଡ଼ ଫେକ୍ଟର ଶକ୍ତିଶାଳୀ ଭାବରେ ଯୋଡି ରହିଛି।
ରିପୋର୍ଟ ମୁତାବକ, ଅବିବାହିତ ପୁରୁଷ କିମ୍ବା ମହିଳାଙ୍କ ଠାରେ କୋଭିଡ-୧୯ ଦ୍ୱାରା ମୃତ୍ୟୁର ବିପଦ ବିବାହିତ ଲୋକଙ୍କର ତୁଳନାରେ ଦେଢରୁ ଦୁଇଗୁଣ ଅଧିକ ରହିଥାଏ। ଏହି ତାଲିକାରେ ଅବିବାହିତ, ବିଧବା ଏବଂ ବିବାହ ବିଚ୍ଛେଦ ହୋଇଥିବା ଲୋକ ମଧ୍ୟ ଶାମିଲ ରହିଛନ୍ତି।
ରିପୋର୍ଟରେ ଆଉ ଏକ ବଡ଼ ଦାବି ଏହା ମଧ୍ୟ ରହିଛି ଯେ ମହିଳାଙ୍କ ତୁଳନାରେ ପୁରୁଷଙ୍କର କୋଭିଡ-୧୯ରେ ମୃତ୍ୟୁର ବିପଦ ଦୁଇଗୁଣା ମଧ୍ୟ ଅଧିକ ହୋଇଥାଏ। ଏହା ପୂର୍ବରୁ ହୋଇଥିବା କିଛି ଅଧ୍ୟୟନରେ କୁହାଯାଇଥିଲା ଯେ, ସିଙ୍ଗଲ କିମ୍ବା ଅବିବାହିତ ଲୋକଙ୍କର ବିଭିନ୍ନ ରୋଗରେ ଅଧିକ ମୃତ୍ୟୁ ହୋଇଥାଏ। ଏହାର କିଛି ଭାଗ ଉଦାହରଣ ଦେଇ ମଧ୍ୟ ବୁଝା ଯାଇଛି।
ଡ୍ରେଫ୍ହାଲ କୁହନ୍ତି ଯେ, “ଅଧିକାଂଶ ସମୟରେ ଯେଉଁ ଲୋକମାନେ ପ୍ରାରମ୍ଭରୁ ହିଁ କିଛି ନା କିଛି ରୋଗରେ ଶିକାର ରହିଥାନ୍ତି, ପାର୍ଟନରକୁ ନେଇ ତାଙ୍କ ମନରେ କମ ଆକର୍ଷଣ ଦେଖିବାକୁ ମିଳିଥାଏ। ଏହା କରନା ଅଟେ ଯେ ଏମିତି ଲୋକ ଆଗକୁ ଯାଇ ବିବାହରେ ବହୁତ କମ ଆଗ୍ରହ ଦେଖାଇଥାନ୍ତି।”
ଡ୍ରେଫ୍ହାଲଙ୍କ ମୁତାବକ, “ବିବାହିତ ଦମ୍ପତିଙ୍କ ତୁଳନାରେ ସିଙ୍ଗଲ ଲୋକଙ୍କୁ କମ ସଂରକ୍ଷିତ ପରିବେଶ ମିଳିଥାଏ। ଏଥିପାଇଁ ବିବାହିତ ଦମ୍ପତି, ଅବିବାହିତ ଲୋକଙ୍କ ଠାରୁ କମ ରୋଗରେ ପଢିବା ସହିତ ଏକ ସୁସ୍ଥ ଜୀବନର ଆନନ୍ଦ ଉଠାଇ ପାରନ୍ତି। ଆମ ଗବେଷଣାରେ କୋଭିଡ-୧୯ ଦ୍ୱାରା ଅବିବାହିତ ଲୋକମାନଙ୍କର ମୃତ୍ୟୁର ଅଧିକ ସମ୍ଭାବନକୁ ଏହାଠାରୁ ଅଧିକ ଭଲ ଭବରେ ବୁଝାଯାଇ ପାରିବ।”
ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଦ୍ୱାରା ବର୍ତ୍ତମାନ ସୁଦ୍ଧା ସମଗ୍ର ଦୁନିଆର ୩ କୋଟି ୭୪ ଲକ୍ଷରୁ ମଧ୍ୟ ଅଧିକ ଲୋକ ଶିକାର ହୋଇସାରିଛନ୍ତି। କରୋନା ଭାଇରସ ସବୁଠୁ ଅଧିକ ପ୍ରଭଞ ଆମେରିକା, ଭାରତ ଏବଂ ବ୍ରାଜିଲ ପରି ଦେଶରେ ପଡିଛି। କେବଳ ଆମେରିକା ଏବଂ ଭାରତରେ କରୋନା ମୋଟ ଦେଢ଼ କୋଟିରୁ ଅଧିକ ମାମଲାର ପୁଷ୍ଟି ହୋଇସାରିଛି।