ପ୍ରତ୍ୟେକ ବାପା ମାଆ ଙ୍କ ପାଇଁ ନିଜ ପିଲାକୁ ଭଗବାନ ଠୁ ଅଧିକ ଭଲ ପାଇଥାନ୍ତି। ପିଲାଙ୍କ ଦେହରେ କିଛି ହେଲେ ବାପାଙ୍କ କଲିଜା ବାହାରକୁ ଆସିଯାଏ।ଏପରି ଯଦି ସେମାନେ ନିଜ ଆଖି ସାମନା ରେ ନିଜ ପିଲାର ମୃତ୍ୟୁ ଦେଖିବେ ତ ତାଙ୍କ ହୃଦୟରେ ଯାହା ସବୁ ବିତିବ ଆପଣ ମାନେ ଜାଣି ପାରୁଥିବେ। ଏପରି ଏକ ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଳ ରେ ଘଟିଛି।ସେଠାରେ ଏକ ଆଠ ମାସର ପିଲା ଖେଳୁ ଖେଳୁ ଜୀବନ ଚାଲିଗଲା। ଚାଲନ୍ତୁ ପୁରା ମାମଲାକୁ ବିସ୍ତୃତ ଭାବେ ଜାଣିବା।
କରେଣ୍ଟ ଲାଗିବା ଦ୍ୱାରା ହେଲା ଶିଶୁ ର ମୃତ୍ୟୁ:
ଭୋପାଳ ର ବଜରିଆ ଥାନା କ୍ଷେତ୍ର ରେ ରହୁଥିବା ରାଜୀବ ବିଶ୍ଵକର୍ମା ନିଜର ଆଠ ମାସର ପୁଅ ରିସବ କୁ ହରେଇ ବସିଲେ। ସେ ଘରେ ଖେଳୁଥିବା ସମୟରେ ପାଣି ମୋଟର ଚାଲୁଥିବା ସାମନାରେ ଯାଇ ପହଞ୍ଚିଥିଲା ଏବଂ ସେ ତାକୁ ଧରି ପକାଇଲା। ଏହାକୁ ଧରିବା ମାତ୍ରେ ହିଁ ସେ ମାଟିରେ ଗଳି ପଡ଼ିଲା ଏବଂ ବେହୋସ ହୋଇଗଲା।
ବନ୍ଧୁ ପରିଜନ ମାନେ ସଙ୍ଗେ ସଙ୍ଗେ ଶିଶୁ ପୁତ୍ର କୁ ମେଡିକାଲ୍ ନେଇଗଲେ । ସେଠାରେ ସେ ପାଖା ପାଖି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ସହ ଲଢ଼ିଲା ଏବଂ ଶେଷରେ ପ୍ରାଣ ତ୍ୟାଗ କରି ଦେଇଥିଲା। ପୁଅ ର ମରିବା ଖବର ଶୁଣିବା ମାତ୍ରେ ହିଁ ମାଆ ବେହୋସ ହୋଇଗଲେ ଏବଂ କିଛି କହି ପାରିଲେ ନାହିଁ କିନ୍ତୁ ପିତା ଚିଲେଇ ଚିଲେଇ କାନ୍ଦି ପକାଉ ଥିଲେ।ଶିଶୁର ମୃତ୍ୟୁ ରେ ପୁରା ପରିବାର ରେ ଶୋକ ର ଛାୟା ଖେଳି ଯାଇଥିଲା।
ପ୍ରଥମ ଜନ୍ମ ଦିନ ବି ପାଳି ପାରିଲେ ନାହିଁ ମାଆ ବାପା
କାଲି ପର୍ଯ୍ୟନ୍ତ ପୁରା ଘର ରିସବ ର ପାଟିରେ ଫାଟି ପଡୁଥିଲା କିନ୍ତୁ ଏବେ ପୁରା ଘର ସ୍ଥିର ହୋଇଯାଇଛି। ରିସବ ବାପା ମାଆ ଙ୍କ ର ଏକ ମାତ୍ର ପୁତ୍ର ଥିଲା । ପିତା ରାଜୀବ କାନ୍ଦି କାନ୍ଦି କହୁଥିଲେ ଯେ କାଲି ମୋ ପୁଅ କୁ ନଅ ମାସ ହୋଇଥାନ୍ତା । ମାତ୍ର ତିନି ମାସ ପରେ ତା ଜନ୍ମ ଦିନ ହୋଇଥାନ୍ତା, ଆମେ ତା ଜନ୍ମ ଦିନକୁ ବହୁତ ଧୁମ୍ ଧାମରେ ପାଳନ କରିଥାନ୍ତୁ। କିନ୍ତୁ ଭଗବାନ ଆମକୁ ତା ପ୍ରଥମ ଜନ୍ମ ଦିନ ପାଳନ କରିବାକୁ ଦେଲେନି । ତା ପୂର୍ବରୁ ଆମ ଠାରୁ ତାକୁ ଛଡ଼ାଇ ନେଲେ।
ଏହି ଘଟଣା ଟି ବହୁତ ଦୁଃଖିତ ଅଟେ । ଯିଏ ବି ଏହି ଘଟଣା ଟି ଶୁଣିଲା ସେ ଦୁଃଖ ରେ ଭାଙ୍ଗି ପଡିଲା । ପିଲାର କରେଣ୍ଟ ରେ ମୃତ୍ୟୁ ହେବା ଘଟଣାଟି ବହୁତ ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ।ପିଲା ମାନେ ବହୁତ ଚଞ୍ଚଳ ଏବଂ ମାସୁମ୍ ଅଟନ୍ତି ତାଙ୍କୁ ବିପଦର ଆଭାସ ମଧ୍ୟ ନଥାଏ। ଏଥିପାଇଁ ତାଙ୍କ ଉପରେ ୨୪ ଘଣ୍ଟା ରଖିବା ଜରୁରୀ ହୋଇଥାଏ । ଗୋଟିଏ ବ୍ୟତିକ୍ରମ ମଧ୍ୟ ଜୀବନ ନେଇପାରେ । ଏଥିପାଇଁ ଆମର ଉପଦେଶ ରହିବା ଯେ ଆପଣ ନିଜ ପିଲାକୁ ଭଲରେ ଧ୍ୟାନ ରଖନ୍ତୁ ।