ପାୟଲ ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଗିଲେ ସାହାଯ୍ୟ, କହିଲେ ମାଫିଆ ଦଳ ମୋତେ ମାରିଦେବେ

ଅଭିନେତ୍ରୀ ପାୟଲ ଘୋଷ ନା କେବଳ ବଲିଉଡର ନାମିଦାମୀ ଡ଼ାଇରେକ୍ଟର ଅନୁରାଗ କଶ୍ୟପଙ୍କ ଉପରେ ଲଗାଯାଇଥିବା ଯୌନ ଶୋଷଣର ଆରୋପ ପାଇଁ ଚର୍ଚ୍ଚାରେ ଅଛନ୍ତି ବରଂ ସେ ରିଚା ଚଡାଙ୍କ ସହିତ ନିଜର କେସକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ପାୟଲ ଏକ ଟ୍ୱିଟର କରିଛନ୍ତି ଯେଉଁଥିରେ ସେ ପିଏମ ମୋଦୀଙ୍କୁ ସାହାଯ୍ୟ ମାଗିଛନ୍ତି।

ସେ ପ୍ରଧାନମନ୍ତ୍ରୀ ଅଫିସ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଖା ଶର୍ମାଙ୍କୁ ଟ୍ୟାଗ କରି ଟ୍ୱିଟ କରିଛନ୍ତି ଏବଂ କହିଛନ୍ତି ଯେ ମାଫିଆ ଦଳ ତାଙ୍କୁ ମାରିଦେବେ। ଏହାପୂର୍ବରୁ କଙ୍ଗନା ରାଣାୱତ ମଧ୍ୟ ବଲିଉଡର ମାଫିଆ ଦଳକୁ ନେଇ ଅନେକ ଟ୍ୱିଟ କରି ସାରିଛନ୍ତି। ପାୟଲ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ସାର ଏବଂ ରେଖା ଶର୍ମା ମ୍ୟାମ ଏହି ମାଫିଆ ଗ୍ୟାଙ୍ଗ ମୋତେ ମାରିଦେବେ ଏବଂ ମୋ ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଅନ୍ୟ କିଛିର ରୂପ ଦେଇଦେବେ।

https://twitter.com/iampayalghosh/status/1314917268397027329?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1314917268397027329%7Ctwgr%5Eshare_3&ref_url=https%3A%2F%2Fwww.aajtak.in%2Fentertainment%2Fbollywood-news%2Fstory%2Fpayal-ghosh-tagged-pm-narendra-modi-and-said-that-the-mafia-gang-will-kill-her-and-will-call-it-suicide-tmov-1143435-2020-10-10

ରିଚାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ, ମୋ ଲଢେଇ ଅନୁରାଗ କଶ୍ୟପ ସହିତ: ପାୟଲ ଘୋଷ

ପାୟଲ ଘୋଷ କିଛିଦିନ ତଳେ ଡ଼ାଇରେକ୍ଟର ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇ ଅଭିନେତ୍ରୀ ରିଚା ଛଡାଙ୍କ ନାମର ଉଲ୍ଲେଖ କରିଥିଲେ। ଏହାପରେ ପାୟଲ ଘୋଷଙ୍କ ବିରୋଧରେ ରିଚା ଚଡା ମାନହାନିର କେସ ଫାଇଲ କରାଇଥିଲେ। ରିଚା ଚଡା ଏହାପରେ ନିଜ ଅଧିକାରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବମ୍ବେ ଉଚ୍ଚନ୍ୟାୟାଳୟର ନିଷ୍ପତ୍ତିର ଏକ କପିକୁ ସେୟାର କରି କହିଛନ୍ତି ଯେ ସେ କେସ ଜିତି ଯାଇଛନ୍ତି।

ତେବେ ପାୟଲ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ରିଚା ଚଡାଙ୍କ କେସ କରିବା ପରେ ପାୟଲ ଘୋଷ ସୋସିଆଲ ମିଡିଆରେ କହିଥିଲେ ଯେ ତାଙ୍କ ଲଢେଇ କେବଳ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଟେ । ତାଙ୍କର ରିଚା ଚଡାଙ୍କ ସହିତ କୌଣସି ଲେଣଦେଣ ନାହିଁ।

https://www.instagram.com/p/CGFy1xGjCVn/?utm_source=ig_web_copy_link

ଅନୁରାଗ କଶ୍ୟପଙ୍କ ସହିତ କଢାକାଢ଼ି ଟକ୍କର ଦେଇସାରିଛନ୍ତି ପାୟଲ:

ପାୟଲ ଏହାଛଡା ଏକ ସାକ୍ଷାତକାରରେ ଅନୁରାଗ କଶ୍ୟପଙ୍କ ସହିତ କଢାକଢ଼ି ଟକ୍କର ଦେଇଥିଲେ। ଡେ ଡ଼ାଇରେକ୍ଟରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବୟାନ ଦେଇଥିଲେ ଏବଂ କହିଥିଲେ ଯେ ଅନୁରାଗ ଏତେ ଭଲ ଯେ ତାଙ୍କୁ ଦୁଇ ଦୁଇଜଣ ମହିଳା ଛାଡିକରି ଚାଲି ଯାଇଛନ୍ତି। ଅନୁରାଗଙ୍କୁ ଲଗାତର ଅନେକ ଅଭିନେତ୍ରୀଙ୍କ ଦ୍ଵାରା ମିଳୁଥିବା ସମର୍ଥନ ପରେ ପାୟଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ଟାର୍ଗେଟ କରିଥିଲେ।

ପାୟଲ କହିଥିଲେ ଯେ ସେ ଏତେ ଭଲ ଏବଂ ମହାନ ବ୍ୟକ୍ତି ଯେ ତାଙ୍କ ଦୁଇଜଣ ପତ୍ନୀ ତାଙ୍କୁ ଛାଡି ଚାଲିଗଲେ। ମୋ ଜୀବନରେ ଯଦି କୌଣସି ଭଲ ପୁଅ ଆସିବ ତେବେ ମୁଁ କେବଳ ତା’ ସହିତ ରହିବାକୁ ଚାହିଁବି ନାହିଁ ବରଂ ପାର୍ଥନା କରିବି ଯେ ସେ ସାତ ଜନ୍ମ ପାଇଁ ମୋ ସହିତ ରହୁ। କିନ୍ତୁ ଅନୁରାଗ ଯଦି ଏତେ ମହାନ ଥିଲେ ତେବେ ତାଙ୍କ ଦୁଇଜଣ ପତ୍ନୀ ତାଙ୍କ ସହିତ ସାତ ବର୍ଷ ମଧ୍ୟ ରହିଲେ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *