ଆସୁଛି ଭୟଙ୍କର ବାତ୍ୟା, ଅବପାତର ରୂପ ନେଲା ଲଘୁଚାପ, ଆଜି ସନ୍ଧ୍ୟା ସୁଦ୍ଧା ହେବ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡିଶା ରିପୋଟର ): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇ ଆଜି ସକାଳ ୫.୩୦ମିନିଟିରେ ଅବପାତର ରୂପ ନେଇସାରିଛି | ଏହା ଏହା ଆଜି ସନ୍ଧ୍ୟା ସୁଦ୍ଧା ଡିପଡିପ୍ରେସନ ରୂପ ନେଇ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ଵିଜ୍ଞାନ ପକ୍ଷରୁ ସୂଚନା ମିଳିଛି | ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ | ଏହା ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନାରୁ ୪୩୦ କିମି ଉରରେ କେନ୍ଦ୍ରୀଭୂତ ହୋଇଛି |

ଲଘୁଚାପ ଅବପାତର ରୂପ ନେଲେ କେତେ ଗୁଡିଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ | ବିଶେଷକରି ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଛି | ଏହି ଲଘୁଚାପ ପଶ୍ଚିମ, ପଶ୍ଚିମ-ଉତ୍ତର ଦିଗରେ ଗତି କରି ୧୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି | ତେଣୁ ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜିଠୁ ୧୩ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ |

ଆସନ୍ତାକାଲି ସକାଳ ଯାଏ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି | ସେଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା,ଜଗତସିଂହପୁର, ମାଲକାନଗିରି, କୋରାପୁଟ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର | ଏହି ସବୁ ଜିଲ୍ଲାରେ ଘଡଘଡି ସହ ଓଇପାରେ ପ୍ରବଳ ବର୍ଷା | ତେବେ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *