୧୩ ଅକ୍ଟୋବରକୁ ଅନ୍ତରୀକ୍ଷରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ପୁନର୍ବାର ଏହାକୁ ଦେଖୁବାକୁ ୨୦୩୫ ପର୍ଯ୍ୟନ୍ତ କରିବାକୁ ପଡିବ ପ୍ରତୀକ୍ଷା

ଆଜି ଠାରୁ ତିନି ଦିନ ପରେ ଅର୍ଥାତ ୧୩ ଅକ୍ଟୋବରକୁ ଅନ୍ତରୀକ୍ଷରେ କିଛି ଏପରି ହେବ ଯାହାଦ୍ୱାରା ଆପଣଙ୍କୁ ଯାହାକୁ ଆଉଥରେ ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏହି ଦିନରେ ମଙ୍ଗଳ ଗ୍ରହ ପୃଥିବୀର ସବୁଠୁ ନିକଟବର୍ତ୍ତୀ ହେବାକୁ ଯାଉଛି ଯାହାଦ୍ୱାରା ଏହା ସବୁଠୁ ବଡ଼ ଦେଖାଯିବ। ଜୋତିର୍ବିଜ୍ଞାନୀ ଏବଂ ମଙ୍ଗଳ ଗ୍ରହକୁ ପସନ୍ଦ କରୁଥିବା ଲୋକମାନଙ୍କ ଠାରେ ଏହି କଥାକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି।

ମଙ୍ଗଳ ଗ୍ରହ ୧୩ ଅକ୍ଟୋବରକୁ କିଛି ସମୟ ପାଇଁ ପୃଥିବୀର ସବୁଠୁ ନିକଟବର୍ତ୍ତୀ ହେଉଥିବାର ନଜର ଆସିବ। ୨୦୩୫ ପର୍ଯ୍ୟନ୍ତ ଏହିପ୍ରକାରର ଘଟଣା ପୁନର୍ବାର ହେବ ନାହିଁ। ଏହା ସେତେବେଳେ ହେବ ଯେତେବେଳେ ମଙ୍ଗଳ ସୂର୍ଯ୍ୟର ବିପରୀତ ରହିଥିବ ଏବଂ ପୃଥିବୀ ସିଧା ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଉପସ୍ଥିତ ରହିବ।

ମଙ୍ଗଳ ଏବଂ ପୃଥିବୀର ପରିକ୍ରମଣ ଏକା ସାଙ୍ଗରେ ହେଉଥିବା କାରଣରୁ ମଙ୍ଗଳ ସୂର୍ଯ୍ୟାସ୍ତ ସମୟରେ ଆକାଶରେ ଲୋକମାନଙ୍କୁ ଦେଖାଯିବ। ସେହି ସମୟରେ ଏହି ଗ୍ରହ ସବୁଠୁ ଚମକଦାର ଏବଂ ଦୂରବିକ୍ଷଣରେ ନିଜର ସବୁଠୁ ଅଧିକ ସ୍ପଷ୍ଟ ଆକାରରେ ନଜର ଆସିବ।

ସୂଚନା ମୁତାବକ ମଙ୍ଗଳ ଗ୍ରହ ୬ ଅକ୍ଟୋବରକୁ ବାସ୍ତବରେ ପୃଥିବୀର ସବୁଠୁ ନିକଟବର୍ତ୍ତୀ ଥିଲା ଯାହା ଗ୍ରହ କକ୍ଷ ଗୁଡିକର ଆକାର ଏବଂ ପ୍ରବୃତ୍ତି କାରଣରୁ କେବଳ ୬୨ ମିଲିୟନ କିଲୋମିଟର (୩୯ ମିଲିୟନ ମିଲ)ର ଦୂରରେ ଥିଲା। ମଙ୍ଗଳ ଗ୍ରହ ଚନ୍ଦ୍ରମା ଠାରୁ ୧୬୦ ଗୁଣା ଅଧିକ ଦୂରରେ ଅଛି ଏବଂ ୨୦୩୫ ପର୍ଯ୍ୟନ୍ତ ଏହା ଆଉଥରେ ଦେଖିବାକୁ ମିଳିବନି।

ଏହି ବିଶେଷ ଦୃଶ୍ୟ ଦେଖିବା ପାଇଁ ଆପଣଙ୍କୁ ଏହା ଆଶା କରିବାକୁ ହେବ ଯେପରି ସନ୍ଧ୍ୟାରେ ଆକାଶ ସ୍ପଷ୍ଟ ରହିବ। ଯଦି ଆକାଶ ପରିଷ୍କାର ରୁହେ ତେବେ ମଙ୍ଗଳ ଗ୍ରହ ପୂର୍ବ ଦିଗରେ ଦେଖା ଦେବ। ମଙ୍ଗଳ ଗ୍ରହ ଉଜ୍ଜ୍ୱଳ, ନାରଙ୍ଗୀ ରଙ୍ଗରେ ଚମକୁଥିବାର ଦେଖା ଦେବ।

ମଙ୍ଗଳ ଗ୍ରହ ଅଧା ରାତି ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ଚାଲିଯିବ। ଯଦି ଆପଣଙ୍କ ପାଖରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଟେଲିସ୍କୋପ ରହିଛି ତେବେ ଆପଣ ଏହି ଗ୍ରହ ପୃଷ୍ଠର ଏକ ଝଲକ ଦେଖିବାକୁ ପାଇପାରିବେ। ଯେଉଁମାନେ ଗ୍ରହକୁ ଖାଲି ଆଖିରେ ଦେଖୁଛନ୍ତି ସେମାନଙ୍କୁ ତାରା ଭଳି ଦେଖାଯାଉଥିବା ଗ୍ରହ ଚନ୍ଦ୍ରମା ପରି ସ୍ପଷ୍ଟ ଦେଖାଯିବ।

Leave a Reply

Your email address will not be published. Required fields are marked *