ବିବାହ ନକରି ମୁଣ୍ଡରେ ସିନ୍ଦୁର ଦେଇ ଜିମରେ ନଜର ଆସିଲେ ଅଭିନେତ୍ରୀ, ଖେସାରୀଙ୍କ ସହିତ ସମ୍ପର୍କର ଚର୍ଚ୍ଚା

ଭୋଜପୁରୀ ଷ୍ଟାର ଅଭିନେତ୍ରୀ କାଜଲ ରାଘବାନୀ ଆଜିକାଲି ଖେସରୀଙ୍କ ସହିତ ନିଜର ଆଗାମୀ ଫିଲ୍ମ “ଲିଟ୍ଟୀ-ଚୋଖା”ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି। ଏମିତିରେ ତାଙ୍କର ଏବଂ ଖେସରୀଙ୍କ ସୋସିଆଲ ମିଡିଆରେ ଶୁଟିଙ୍ଗ ଫୋଟୋ ଆସୁଅଛି। ତେବେ ବର୍ତ୍ତମାନ କିଛି ଫୋଟୋ ଜିମ ଭିତରେ ଭାଇରାଲ ହେଉଛି। ଏଥିରେ ତାଙ୍କ ସହିତ ଖେସାରୀ ମଧ୍ୟ ନଜର ଆସୁଛନ୍ତି।

ବର୍ତ୍ତମାନ ଏହି ଫୋଟୋରେ ସବୁଠୁ ବିଶେଷ କଥା ଏହା ଯେ କାଜଲ ରାଘବାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ସେ ଏହି ଫୋଟୋରେ ମୁଣ୍ଡରେ ସିନ୍ଦୁର ଲଗାଇ ଜିମ ଆଉଟଫିଟରେ ନଜର ଆସୁଛନ୍ତି।

ଏମିତିରେ ତାଙ୍କୁ ସିନ୍ଦୁର ଲଗାଇଥିବାର ଦେଖି ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଉଛନ୍ତି ଯେ, ଯେତେବେଳେ ବିବାହ ହୋଇ ନାହିଁ ତେବେ ସେ ମୁଣ୍ଡରେ ସିନ୍ଦୁର କାହିଁକି ଲଗାଉଛନ୍ତି ଏବଂ ଯେତେବେଳେ କେହି ଶୁଟିଙ୍ଗ ସେଟରେ ମଧ୍ୟ ନାହାନ୍ତି। ବାସ୍ତବରେ ଏହାକୁ ନେଇ ଏପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସି ନାହିଁ।

ସୂଚନାଯୋଗ୍ୟ ଯେ, ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଯୋଡିକୁ ପ୍ରଶଂସକ ବହୁତ ପସନ୍ଦ କରିଥାନ୍ତି। ରହି ଯୋଡି ୩୦ରୁ ମଧ୍ୟ ଅଧିକ ଫିଲ୍ମ ଏକା ସାଙ୍ଗରେ କରି ସାରିଛନ୍ତି। ଏମିତିରେ ଏମାନଙ୍କର ସମ୍ପର୍କରେ ରହିଥିବାର ଅନୁମାନ କରାଯାଉଛି।

ତେବେ ଅନେକ ସମୟରେ ଖେସରୀ ଏବଂ କାଜଲ ରାଘବାନୀଙ୍କ ପକ୍ଷରୁ ସମ୍ପର୍କର ଖବର ଉପରେ ବୟାନ ସାମ୍ନାକୁ ଆସିଛି। ଏହି ଉଭୟ ଷ୍ଟାର ନିଜ ସମ୍ପର୍କକୁ ବନ୍ଧୁତ୍ବ ବୋଲି କହିଛନ୍ତି।

ସେହିପରି ଖେସାରୀଙ୍କ କହିବା କଥା ଯେ, ସେ ଚନ୍ଦା ଦେବୀଙ୍କ ସ୍ୱାମୀ ଥିଲେ ଏବଂ ରହିବେ ମଧ୍ୟ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି, ଜଣେ ଝିଅ କୃତି ଏବଂ ଜଣେ ପୁଅ ଅଛି।

କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାଜଲ ରାଘବାନୀଙ୍କ ସିନ୍ଦୁର ଲଗାଇଥିବା ଫୋଟୋ ଏବଂ ସାଙ୍ଗରେ ଖେସାରୀଙ୍କର ଉପସ୍ଥିତି ଅନେକ ପ୍ରଶ୍ନ ଉଠାଇଛି। ତେବେ ଅପେକ୍ଷା ରହିଛି ଯେ ଫୋଟୋକୁ ନେଇ କାଜଲ ଏବଂ ଖେସାରୀଙ୍କର କଣ ପ୍ରତିକ୍ରିୟା ରହୁଛି।

ଫୋଟୋ ସୋର୍ସ – ଇନଷ୍ଟାଗ୍ରାମ।

Leave a Reply

Your email address will not be published. Required fields are marked *