ଚାରି ପ୍ୟାକ ମାରିକି ଡାକ୍ତର କଲେ ମହିଳା ଙ୍କ ଅପରେସନ ନିଶା ରେ ଶ୍ୱାସ ନଳୀ କୁ ଖାଦ୍ୟ ନଳୀ ରେ ଭର୍ତ୍ତି କଲେ

ଡାକ୍ତର ଙ୍କୁ ଭଗବାନ ଙ୍କ ରୂପ ବୋଲି କୁହାଯାଇଥାଏ। ରୋଗଗ୍ରସ୍ତ ଥିବା ବ୍ୟକ୍ତି ତାର ଜୀବନକୁ ଡାକ୍ତର ଙ୍କ ଭରସା ରେ ଛାଡି ଦେଇଥାଏ।ତାକୁ ଏହି ଭରସା ଥାଏ ଯେ, ଯଦି କେହି ତାକୁ ବଞ୍ଚେଇ ପାରେ ସେ ହେଉଛନ୍ତି ଡାକ୍ତର। କିନ୍ତୁ ଯଦି ସେହି ଡାକ୍ତର ନିଜର ଖାମଖିଆଲି ରେ ରୋଗୀ ଜୀବନ ନେଇଯିବା? ଏହି ଭଳି ବହୁତ ମାମଲା ଦେଖା ଯାଇଥାଏ ଯେ, ଡାକ୍ତର ଙ୍କ ଅପରେସନ ସମୟରେ ଭୂଲ୍ ହୋଇ ଯାଇଥାଏ।

କିନ୍ତୁ ଯଦି କୌଣସି ଡାକ୍ତର ମଦ ପିଇ ଅପରେସନ କରେ ତ, ତାକୁ ଖାମଖିଆଲି ନୁହେଁ ଦୋଷୀ ବୋଲି ଧରାଯିବ। ଏହି ଭଳି ଦୋଷ କରିଥିବା କାରଣ ରୁ ଡାକ୍ତର ଙ୍କୁ ଫ୍ରାନସ୍ ନ୍ୟାୟାଳୟ ରେ ଦଣ୍ଡ ଦବା ପାଇଁ ଅଣା ଯାଇଥିଲା। ସେ ଡାକ୍ତର ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ।ହେଲେବି ସାକ୍ଷ୍ୟ ପ୍ରମାଣ ଅନୁସାରେ ତାକୁ ଜେଲ ଯିବା ପାଇଁ ନିଶ୍ଚିତ ମନେକରାଯାଇଛି। ଆସନ୍ତୁ କହୁଛୁ ଆପଣକୁ ପୁରା ମାମଲା।

ଏହି ଘଟଣା ଟି ୨୦୧୪ ମସିହାରେ ଫ୍ରାନସ ରେ ସାମନା କୁ ଆସିଥିଲା। ଏହା ଏକ ଡାକ୍ତରଖାନାରେ ଚିକିତ୍ସିତ ଏକ୍ସପଟ ସ୍ତିତିୟା ହକ ଙ୍କ ମରଣ ନିଜ ପୁଅ ଇସାକ୍ ଜନ୍ମ ର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା।

ଯେବେ ସ୍ତିତୀୟା ଙ୍କ ଶରୀର ବ୍ୟବଚ୍ଛେଦ ହେଲା,ଜଣା ପଡିଲା ଯେ ସେ ବିଡ ପାଇପ୍ ସ୍ଥାନରେ ଇଶୋଫୋଗସ୍ ରେ ଟ୍ୟୁବ୍ କୁ ପୁରେଇ ଦେଇଛନ୍ତି।ଏହି କାରଣ ରୁ ତାଙ୍କୁ କଡ଼ିୟାକ୍ ଆସି ଯାଇଥିଲା ଏବଂ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

୨୮ ବର୍ଷୀୟ ସ୍ତିତିୟା ନିଜର ଡେଲିଭରି ପାଇଁ ଡାକ୍ତରଖାନାରେ ଭର୍ତ୍ତି ଥିଲେ।ତାଙ୍କର ଅପରେସନ ୫୧ ବର୍ଷୀୟ ଡାକ୍ତର ହେଲେଗା ବୋଟସ୍ କରିଥିଲେ।ସେ ଅପରେସନ ପୂର୍ବରୁ ଭୋଡକା ପିଇ ଥିଲେ ଏବଂ ନିଶା ରେ ଥିଲେ।

ଡାକ୍ତର ନିଶା ଅବସ୍ଥାରେ ସେହି ମହିଳା ଙ୍କ ଅପରେସନ କରିପକାଇଥିଲେ।ନିଶା ରେ ଡାକ୍ତର ସ୍ଥିତିୟା ଙ୍କ ଇଶୋଫାଗସ୍ ସ୍ଥାନରେ ବିଡ ପାଇପ୍ ଠାରେ ଟ୍ୟୁବ୍ ପୁରେଇ ଦେଇଥିଲେ।ଅପରେସନ ଥିଏଟର ରେ ତାଙ୍କର ବାନ୍ତି ହେବା ଆରମ୍ଭ ହୋଇଯାଇଥିଲା।

ଅପରେସନ ପରେ ସ୍ଥିତିୟା କୋମାକୁ ଚାଲି ଯାଇଥିଲେ ଏବଂ ଚାରି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଯାଞ୍ଚ୍ ସମୟରେ ଜଣା ପଡିଲା ଯେ ତାଙ୍କ ଶ୍ୱାସ ନଳୀରେ ଖାଦ୍ୟ ଟ୍ୟୁବ୍ କୁ ପୁରେଇ ଦିଆଯାଇଥିଲା। ଏହା ପରେ ଡାକ୍ତର ଙ୍କ ଉପରେ ହତ୍ୟାର ଆରୋପ ଲଗାଯାଇଥିଲା।

ଘଟଣା ର ୬ ବର୍ଷ ପରେ ଶୁଣାଣି ହେଲା। ଯାହା ଆରୋପି ଡାକ୍ତର ବୋଟସ କହିଲେ ଯେ ସେ ଲୋକଙ୍କ ଜୀବନ ବଞ୍ଚେଇବା ପାଇଁ ଡାକ୍ତର ହେବା ପାଇଁ ନିଷ୍ପତି ନେଇଥିଲେ। ଗତ ୬ ବର୍ଷ ଧରି ତାଙ୍କ ପାଇଁ ଏହା ଏକ ନର୍କ ଭଳି ରହି ଆସିଛି। ତାଙ୍କୁ ଦଣ୍ଡ ନ ଦିଆଯିବା ଉଚିତ।

ବୋଟସ ଏଥି ପାଇଁ ତାଙ୍କ ମଦ କୁ ଦୋଷୀ ବୋଲି କହିଥିଲେ।।ସେ ଏହା ମଧ୍ୟ କହିଥିଲେ ଯେ ମଦ ପାଇଁ ତାଙ୍କ ଜୀବନ ନଷ୍ଟ ହୋଇଗଲା। ସେ ଜାଣି ଶୁଣି କାହାର ଜୀବନ ନେଇପାରିବେ ନାହିଁ।

ଏହି ଶୁଣାଣି ସମୟ ରେ ସ୍ତିତିୟା ଙ୍କ ସ୍ବାମୀ ତାଙ୍କ ପିଲା ସହିତ ନ୍ୟାୟାଳୟ ରେ ପହଞ୍ଚିଥିଲେ। ସ୍ତିତିୟା ପରିବାର କୁ ଭରସା ଥିଲା ଯେ, ତାଙ୍କୁ ଶୀଘ୍ର ନ୍ୟାୟ ମିଳିଯିବ। କାହିଁକି ନା ଆଗକୁ କୌଣସି ଡାକ୍ତର ନିଜର ଖାମଖିଆଲି ଯୋଗୁ କାହାର ଜୀବନ ନେଇ ଯିବେ ନାହିଁ।

Leave a Reply

Your email address will not be published. Required fields are marked *