ପିଲାଙ୍କ ଓଜନ ଏବଂ ଶକ୍ତି ବଢେଇବା ପାଇଁ ସୁନ୍ଦର ଖାଦ୍ୟ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପିଲାଙ୍କ ଓଜନ ବହୁତ ଶୀଘ୍ର ବଢ଼ିଯିବ

ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏକ ରୁଚିପୂର୍ଣ୍ଣ ଖାଦ୍ୟ। ଏହି ଖାଦ୍ୟ ରେ ଆମେ ଏମିତି ଦୁଇଟି ଜିନିଷ ପ୍ରୟୋଗ କରିବା ଯାହା ଆପଣଙ୍କ ପିଲାଙ୍କ ଓଜନ ବଢେଇବା ସଙ୍ଗେ ସଙ୍ଗେ ଶକ୍ତି ବୃଦ୍ଧି କରିଥାଏ। ଏହି ଖାଦ୍ୟ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ରେ ଭରପୁର ଅଟେ।ତେବେ ଆସନ୍ତୁ ଏହାକୁ କେମିତି ବନାଯାଏ ଜାଣିବା।

google

ଏହି ସାମଗ୍ରୀ କୁ ବନେଇବା ପାଇଁ ପ୍ରଥମେ ଆବଶ୍ୟକତା ପଡ଼ିବ ଆଳୁ ର। ପ୍ରଥମେ ଚାରି ରୁ ପାଞ୍ଚ ଟି ଆଳୁ ନେବେ,ଏବଂ ଚୋପା କୁ କାଢି ଦେବେ।ତା ପରେ ତାକୁ ଛୋଟ ଛୋଟ ଖଣ୍ଡ ରେ କାଟି ଦିଅନ୍ତୁ। ଏହା ପରେ ଆଳୁ କୁ ଏକ ପାତ୍ର ରେ ଦୁଇ ଗ୍ଲାସ୍ ପାଣି ନେଇ ସିଝାନ୍ତୁ। ଏହା ପରେ ସିଝି ଯାଇଥିବା ଆଳୁ କୁ ଏକ ପାତ୍ର ରେ କାଢି ନିଅନ୍ତୁ। ତା ପରେ ଆଳୁ କୁ ଭଲ ଭାବେ ଚକଡ଼ି ନିଅନ୍ତୁ।

google

ଏହା ପରେ ଏକ କଡ଼େଇ ନିଅନ୍ତୁ ଏବଂ କଡ଼େଇ ଗରମ ହେବା ପରେ ସେଥିରେ ଏକ ଚାମଚ ଘିଅ ପକାନ୍ତୁ। ଏହା ପରେ ବନ୍ଧୁଗଣ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆଳୁ ଚକଡା଼ କୁ ପକାନ୍ତୁ ଏବଂ ତାକୁ ଏକ ରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭାଜି ନିଅନ୍ତୁ। ଆପଣ ଏହି ରେସିପି କୁ ଦୁଇ ଦିନ ସାଇତି ରଖି ଆପଣଙ୍କ ପିଲାଙ୍କୁ ଖାଇବାକୁ ଦେଇପାରିବେ।

google

ଏହାକୁ ହାଲକା ଭାଜିଲା ପରେ ଏଥିରେ ଏକ ଗ୍ଲାସ୍ କ୍ଷୀର ମିଶାନ୍ତୁ ଏବଂ ଏଥିରେ ଏକ ଚାମଚ ରୁ କମ ଚିନି ମିଶାନ୍ତୁ। ତା ପରେ ଏହାକୁ ଭଲ ଭାବେ ମିକ୍ସ୍ କରି ଦିଅନ୍ତୁ। ଏହା ପରେ ବନ୍ଧୁଗଣ ଅଧା ଚାମଚ ଡ୍ରାଏ ଫ୍ରୁଟ ପାଉଡର ମିଶାନ୍ତୁ।ଏହାକୁ ଆପଣ ଆପଣଙ୍କ ଇଛା ଅନୁସାରେ ବନେଇ ପାରିବେ ଏବଂ ଯଦି ଆପଣ ଙ୍କ ପିଲା ଦୁଇ ବର୍ଷରୁ କମ୍ ଅଟେ ତେବେ ଆପଣ ହାଲକା କ୍ଷୀର ରଖିପାରିବେ।ଯଦି ଆପଣଙ୍କ ପିଲାର ବୟସ ଦୁଇ ବର୍ଷରୁ ଅଧିକ ଅଟେ ତେବେ ଆପଣ ହାଲକା ଶୁଖିଲା କରି ପାରିବେ।ଏବେ ଆକୁ ଏକ ପାତ୍ର କୁ କାଢି ନିଅନ୍ତୁ। ବନ୍ଧୁଗଣ ଏହି ଖାଦ୍ୟ କୁ ବନେଇ ନିହାତି ନିଜ ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ଏଥିରେ ଅନେକ ଭିଟାମିନ ଆପଣଙ୍କ ପିଲାଙ୍କ ଶରୀରକୁ ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *