ବନ୍ଧୁଗଣ ବିବାହିତା ନାରୀମାନେ କେଉଁ ସବୁ ଜିନିଷ ପିନ୍ଧିଲେ ସ୍ୱାମୀଙ୍କୁ କାଳ ପଡିଥାଏ ବା ସ୍ୱାମୀର ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପଡିଥାଏ | ଯାହା ଫଳରେ ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ | ତେଣୁ ନାରୀମାନେ ଏହା ଜାଣି ରଖନ୍ତୁ ଏବଂ ପୁରୁଷମାନେ ଏହା କରିବାକୁ ଦିଅନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ |

ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଏବଂ ଘନିଷ୍ଠ ସମ୍ପର୍କ | ଅନେକ କୁହନ୍ତି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ | ତେଣୁ ସ୍ତ୍ରୀର ସମସ୍ତ ପ୍ରକାରର ଶୁଭ ଅଶୁଭ ସ୍ୱାମୀ ଉପରେ ପଡିଥାଏ | ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ୱାମୀକୁ ତଳିତଳାନ୍ତ କରିଦେଇଥାଏ ଏବଂ ଜୀବନ ନଷ୍ଟ କରିଦେଇଥାଏ | ତେଣୁ ସ୍ତ୍ରୀମାନେ ଏହିପରି ଭୁଲ କରିବା ଉଚିତ ହୋଇନଥାଏ | ଯାହା ଫଳରେ କି ସ୍ୱାମୀର ଅନିଷ୍ଟ ହୋଇଥାଏ | ବନ୍ଧୁଗଣ ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧିହୋଇ ଦୁଃଖ ଏବଂ ସମସ୍ୟାର ଭାଗିଦାରୀ ହୋଇଥାଏ |
ସ୍ତ୍ରୀ ପିନ୍ଧୁଥିବା କେତେଗୁଡିଏ ଜିନିଷ ତାଙ୍କର ସ୍ୱାମୀକୁ କାଙ୍ଗାଳ ବା ବର୍ବାଦ କରିଦେଇଥାଏ ଏବଂ ଦୁହିଁଙ୍କୁ ମଧ୍ୟ ଅଲଗା କରିଦେଇଥାଏ | ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କୁ ବହୁତ ମାନ୍ୟତା ଦିଆଯାଇଥାଏ | ସେଠି ମଧ୍ୟରେ କେତେ ଗୁଡିଏ ସିଙ୍ଗାରାକୁ ଭୁଲ ବା ଅଶୁଭ ମାନିଥାନ୍ତି | କାରଣ ଆଜି କଲି ଆଧୁନିକତାକୁ ବହୁତ ଗୁରୁତ୍ୱ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲିଯାଇଥାନ୍ତି | ଯାହା ଫଳରେକି ଜୀବନକୁ ବର୍ବାଦ ଆଡକୁ ଟାଣି ନେଇଥାନ୍ତି | ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହିସବୁ ଶୃଙ୍ଗାର କଣ ଯାହାକୁ ଵିଵାହିତା ମହିଳା ପିନ୍ଧିବା ବା ନାଇବା ଦ୍ୱାରା ପରିବାରର ବହୁତ ନଷ୍ଟ ହୋଇଥାଏ |

ପ୍ରଥମେ ହେଲା ସୁନାର ଗହଣା | ସୁନାର ଗହଣା ପ୍ରତ୍ୟକ ବିବାହିତା ନାରୀ ପାଇଁ ଶ୍ରେଷ୍ଠ ବା ମନ ପସନ୍ଦର ଶୃଙ୍ଗାର ହୋଇଥାଏ | କିନ୍ତୁ ଏମିତି ମଧ୍ୟ ସୁନାର ଅଳଙ୍କାର ଅଛି ଯାହାକୁ ପିନ୍ଧିବା ଦ୍ୱାରା ପରିବାରର ଅମଙ୍ଗଳ ହୋଇଥାଏ | ଗୋଟିଏ ହେଉଛି ସୁନାର ପାଉଁଜି ଏବଂ ଅନ୍ୟାୟୀ ହେଉଛି ସୁନାର ଝୁଣ୍ଟିଆ | ଏହାକୁ ବିବାହିତା ନାରୀମାନେ ପାଦରେ ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ | ସ୍ୱାମୀ ତଥା ପରିବାରର କ୍ଷତି ହୋଇଥାଏ | ଘରକୁ ଅଭାବ ଆସିଥାଏ ଏବଂ ଉନ୍ନତିରେ ବାଧା ଆଣିଥାଏ |

ଦ୍ୱିତୀୟରେ ଧଳା ଲୁଗା ବା ଶାଢ଼ୀ | ଆଧୁନିକ ଯୁଗ ଅନୁସାରେ ଇଜର ଷ୍ଟାଇଲ ମେଣ୍ଟେନକରିବା ପାଇଁ ଅନେକ ନାରୀ ଧଳା ଶାଢ଼ୀ ପିନ୍ଧିଥାନ୍ତି | ଯାହାକି ବିବାହିତା ନାରୀମାନଙ୍କ ପାଇଁ ଉଚିତ ହୋଇନଥାଏ | ଏହିପରି କରିବା ଦ୍ୱାରା ପୁରାଣ ବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱାମୀର ମୃତ୍ୟୁକୁ ଆମନ୍ତ୍ରିତ କରିବା ସହିତ ସମାନ ହୋଇଥାଏ | ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀମାନେ ହିଁ ଧଳା ଶାଢ଼ୀ ପିନ୍ଧିବା ବିଧେୟ ହୋଇଥାଏ |

ତୃତୀୟରେ ହେଉଛି ମଙ୍ଗଳ ସୂତ୍ର | ଆଜ୍ଞା ହଁ ମଙ୍ଗଳ ସୂତ୍ର ହେଉଛି ବିବାହିତା ନାରୀମାନଙ୍କର ପବିତ୍ର ବନ୍ଧନର ମୂଳ ସୂତ୍ର | ଆଧୁନିକ ସମୟକୁ ତଳ ଦେଇ ଅନେକ ବିବାହିତା ନାରୀମାନେ ମଙ୍ଗଳ ସୂତ୍ରକୁ ଗଳାରେ ଧାରଣା ନକରି ହାତରେ ଧାରଣ କରିଥାନ୍ତି | ଏହା କରିବା ସ୍ୱାମୀର ଅମଙ୍ଗଳ ହୋଇଥାଏ | ଜୀବନ ଏବଂ ଜୀବିକାରେ ବ୍ୟାଘାତ ସୃଷ୍ଟି ହୋଇଥାଏ |

ବନ୍ଧୁଗଣ ଚତୁର୍ଥରେ ହେଉଛି ସିନ୍ଦୁର | ଯାହାକି ଏକ ବିବାହିତା ନାରୀର ସାଧବ ହେବାର ପରିଚୟ ଦେଇଥାଏ | ଏବଂ ସ୍ୱାମୀଙ୍କୁ ଦୀର୍ଘାୟୁ ହେବାରେ ସାହାଯ୍ୟ କରିଥାଏ | କିନ୍ତୁ ଆଜିର ବିବାହିତା ନାରୀମାନେ ଆଧୁନିକତାକୁ ଗୁରୁତ୍ୱ ଦେଇକି ସିନ୍ଦୁରକୁ ସାମାନ୍ୟ ଭାବରେ ଲୁଚେଇକି ପିନ୍ଧିଥାନ୍ତି | ଏବଂ କେହି କେହି ଶାଢ଼ୀର ରଙ୍ଗ ସହ ମିସେଇକି ସିନ୍ଦୁର ନେଇଥାନ୍ତି | ଯାହାକି ସ୍ୱାମୀର ଆୟୁଷକୁ କ୍ଷୁର୍ଣ୍ଣ କରିଥାଏ | ଏବଂ ସ୍ୱାମୀକୁ ବର୍ବାଦ ମଧ୍ୟ କରିଦେଇ ଥାଏ | ବନ୍ଧୁଗଣ ଏହି ଛୋଟ ଛୋଟ ଜିନିଷ ଆଧୁନିକ ଅନୁସାରେ ବିବାହିତା ନାରୀମାନେ ପିନ୍ଧିବା ଦ୍ୱାରା ଘର ଏବଂ ପରିବାର ତଥା ସ୍ୱାମୀ ପାଟି ବିପଦ ଆଣିଥାଏ | ତେଣୁ ଏହିସବୁ ଜିନିଷରୁ ଦୁରେଇ ରହିବ ମଙ୍ଗଳ ହୋଇଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।