ଘରକୁ ଆସିବା ମାତ୍ରେ ମାଆଙ୍କର କ୍ରୋଧର ସାମ୍ନା କରିଲେ ରିୟା, ମୃତ ସୁଶାନ୍ତଙ୍କୁ ବହୁତ କିଛି ଶୁଣାଇଦେଲେ ସନ୍ଧ୍ୟା ଚକ୍ରବର୍ତ୍ତୀ

ରିୟା ଚକ୍ରବର୍ତ୍ତୀ ଜେଲରୁ ଘରକୁ ଫେରିବା ମାତ୍ରେ ତାଙ୍କ ମାଆ ଗୋଟିଏ ନୂଆ ନାଟକ ଆରମ୍ଭ କରି ଦେଇଥିଲେ, ଏସବୁ ପାଇଁ ସୁଶାନ୍ତଙ୍କୁ ଦାୟୀ କରାଇ ଅନେକ ଖରାପ କରି ତାଙ୍କ ବିଷୟରେ କହିଥିଲେ। ରିୟାଙ୍କ ଜାମିନ ପରେ ସୁଶାନ୍ତଙ୍କ ପ୍ରଶଂସକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ରିୟାଙ୍କ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀ ଏସବୁ ସୁଶାନ୍ତଙ୍କ ପାଇଁ ହେଉଛି ବୋଲି କହିଥିଲେ।

ରିୟା ଚକ୍ରବର୍ତ୍ତୀ ଗତ ୨୪ ଘଣ୍ଟା ପୂର୍ବରୁ ଜେଲରୁ ବାହାରକୁ ଆସି ଯାଇଥିଲେ ଏବଂ ଖବରକାଗଜରେ ଢ଼ାଙ୍କି ହୋଇଥିବା କାରରେ ରିୟା ନିଜ ଘରେ ପହଞ୍ଚିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ମଧ୍ୟ ରିୟାଙ୍କୁ ଶାନ୍ତିର ନିଶ୍ୱାସ ମାରିବାକୁ ମିଳି ନଥିଲା କାରଣ ରିୟାଙ୍କ ପହଞ୍ଚିବା ମାତ୍ରେ ତାଙ୍କ ମାଆ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ। ଦୀର୍ଘ ୨୮ ଦିନ ପରେ ୭ ଅକ୍ଟୋବର ଦିନ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରିୟା ଚକ୍ରବର୍ତ୍ତୀ ଜେଲରୁ ଘରକୁ ଆସିଥିଲେ। ଘରେ ପହଞ୍ଚିବା ମାତ୍ରେ ରିୟାଙ୍କୁ ନିଜ ମାଆଙ୍କର କ୍ରୋଧର ସାମ୍ନା କରିବାକୁ ପଡିଲା। ସନ୍ଧ୍ୟା ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ନିଶାଡି କେବଳ ତୁମର ନୁହେଁ ଆମ ସମସ୍ତଙ୍କର ଜୀବନ ନଷ୍ଟ କରିଦେଇଛି। ଏଠାରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶାଡି ବୋଲି ସମ୍ବୋନ୍ଧିତ କରିଥିଲେ ସନ୍ଧ୍ୟା।

ରିୟା ପହଞ୍ଚିବା ମାତ୍ରେ ସନ୍ଧ୍ୟା କହିଥିଲେ ଯେ, ଏବେ ଏହି ଘରେ କେବଳ ସେହି ରହି ପାରିବ ଯିଏ ସୁଶାନ୍ତଙ୍କ ନାମ ମଧ୍ୟ ନିଜ ମୁହଁରେ ନେବ ନାହିଁ, ଯାହା କାରଣରୁ ଆମେ ଏତେ ସମସ୍ୟାର ସମ୍ମୁଖୀନ ହେଉଛୁ। ଆହୁରି ରିୟାଙ୍କୁ ତାଙ୍କ ମାଆ କହିଥିଲେ ଯେ, ତୁମେ ନିଜର ଜୀବନ ନଷ୍ଟ କରିବା ସହିତ ନିଜ ଭାଇ ଶୋବିକଙ୍କର ମଧ୍ୟ ଜୀବନ ନଷ୍ଟ କରିଦେଲ। ତୁମ ଦୁଇଜଣଙ୍କ ପାଇଁ ତୁମ ବାପାଙ୍କର ଏବଂ ମୋର ସ୍ଥିତି ଶୋଚନୀୟ ହୋଇପଢ଼ିଛି, ଆମର ସମ୍ମାନ ମଧ୍ୟ ଚାଲିଯାଇଛି। ଆମେ କିପରି ନିଜ ସମ୍ପର୍କୀୟ ମାନଙ୍କୁ ସାମ୍ନା କରିବୁ।

ସିଦ୍ଧାର୍ଥ ପିଠାନି ମଧ୍ୟ ରିୟାଙ୍କର ୧୩ ଜୁନ ଦିନ ସୁଶାନ୍ତଙ୍କର ଘରକୁ ଆସିବା ଏବଂ ସୁଶାନ୍ତଙ୍କୁ ଭେଟିବାକୁ ନେଇ ବହୁତ ବଡ଼ ଖୁଲାସା କରିଛନ୍ତି। ସିଦ୍ଧାର୍ଥଙ୍କ ଖୁଲାସା ପରେ ସିବିଆଇ ଆଉଥରେ ଏହି କେସରେ ସକ୍ରିୟ ହେବା ସହିତ ପିଠାନିକୁ ସରକାରୀ ସାକ୍ଷୀ କରି ନେଇଛନ୍ତି। ଏହାଛଡା ନୀରଜ ମଧ୍ୟ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।

ମୁମ୍ବାଇର ବିଜେପିର ନେତା ବିବେକାନନ୍ଦ ବହୁତ ବଡ଼ ଖୁଲାସା କରିଥିଲେ ଯେ, ତାଙ୍କୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ୧୩ ଜୁନ ଦିନ ରିୟା ଏବଂ ସୁଶାନ୍ତଙ୍କର ଭେଟ ହୋଇଛି। ପ୍ରତକ୍ଷ୍ୟଦର୍ଶୀ ଏହା ମଧ୍ୟ କହିଥିଲେ ଯେ, ରିୟାଙ୍କୁ ଛାଡିବା ପାଇଁ ସୁଶାନ୍ତ ତାଙ୍କ ଘର ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ। ଏହି ଖୁଲାସା ପରେ ସମସ୍ତଙ୍କର ଦୃଷ୍ଟି ପିଠାନିଙ୍କ ଉପରକୁ ଯାଇଥିଲା କାରଣ ସେ ସବୁବେଳେ ସୁଶାନ୍ତଙ୍କ ସହିତ ସୁଶାନ୍ତଙ୍କ ଫ୍ଲାଟରେ ହିଁ ରହୁଥିଲେ।

ଏକ ବଡ଼ ନ୍ୟୁଜ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ପିଠାନିଙ୍କୁ ପଚରା ଯାଇଥିଲା ଯେ, କଣ ୧୩ ଜୁନ ଦିନ ରିୟା ଏବଂ ସୁଶାନ୍ତଙ୍କର ଭେଟ ହୋଇଥିଲା କି? କଣ ରିୟାଙ୍କୁ ଛାଡିବା ପାଇଁ ସୁଶାନ୍ତ ତାଙ୍କ ଘର ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ କି? ତେବେ ଉତ୍ତରରେ ମଧ୍ୟ ସିଦ୍ଧାର୍ଥ ପିଠାନି ସ୍ୱୀକାର କରିଥିଲେ ଯେ କି ହଁ ୧୩ ଜୁନ ଦିନ ବହୁତ କିଛି ହୋଇଥିଲା। ୧୩ ଜୁନକୁ ଭୋର ୪ ସମୟରେ ସୁଶାନ୍ତଙ୍କ ସହିତ ରିୟାଙ୍କର ଭେଟ ହୋଇଥିବା ବେଳେ ତା’ର ଠିକ ୭ ଘଣ୍ଟା ପରେ ଅର୍ଥାତ ୧୪ ଜୁନ ସକାଳୁ ୧୦:୩୦ରୁ ୧୧ ମଧ୍ୟରେ ସୁଶାନ୍ତଙ୍କର ଦେହାନ୍ତ ହୋଇଥିଲା।

ସିଦ୍ଧାର୍ଥ ପିଠାନି ଆଗକୁ କହିଥିଲେ ଯେ ଏହି ସମସ୍ତ ସତ ସେ ମଙ୍ଗଳବାର ଦିନ ସିବିଆଇ ସାମ୍ନାରେ ପ୍ରକାଶ କରିଦେବେ। ହେଲେ ସିଦ୍ଧାର୍ଥ କହିଥିଲେ ଯେ ୧୩ ଜୁନ ରାତିରେ ସୁଶାନ୍ତ ବହୁତ ଭୟଭୀତ ଥିଲେ। ଏଥର ସିଦ୍ଧାର୍ଥ ପିଠାନିଙ୍କର ବୟାନ ୧୬୪ ଅଧୀନରେ ଫାଇଲ କରାଯିବ। ୧୬୪ ବୟାନର ବିଶେଷତ୍ୱ ଏହା ଯେ ଏହାକୁ ଥରେ ଫାଇଲ କରାଯିବା ପରେ ଆଉ ବଦଳାଇ ଯାଇ ପାରିବ ନାହିଁ। ସିବିଆଇ ମଧ୍ୟ ପିଠାନିଙ୍କୁ ସରକାରୀ ସାକ୍ଷୀ କରିବା ପରେ ତାଙ୍କ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *