ଗାଡ଼ି ରୁ ମିଳିଲା ୮ ବସ୍ତା ମୁଦ୍ରା ଏବଂ ଟଙ୍କା,୭ ଘଣ୍ଟା ଧରି ଗଣିଲେ ପୋଲିସ

ବିହାର ର ବିଧାନସଭା ଚୟନ ନିମନ୍ତେ ରାଜଧାନୀ ପାଟନା ସମେତ ପୁରା ବିହାର ରେ ପୋଲିସ ଏବଂ ପ୍ରଶାସନ ଜାଗ୍ରତ ଅଛନ୍ତି। ଏହି ସମୟରେ ହାଜିପୁର ରେ ନାକାବନ୍ଦି ଏବଂ ତନାଘନା ବେଳେ ପୋଲିସ ଏକ ଗାଡିରୁ ୮ ବସ୍ତା ମୁଦ୍ରା ପାଇଛି ।(ଇନପୁଟ ସନ୍ଦୀପ ଆନନ୍ଦ)

କଥା ଅନୁଯାଇ ବିହାର ରେ ଚୟନ ଚାଲିଛି ଏବଂ ଏହା ସହିତ ଅଧିକ ଟଙ୍କା ନବା ଆଣିବା ପାଇଁ ରୋକ୍ ଲଗା ଯାଇଛି। ଚୟନ ରେ ଭୋଟର ଙ୍କୁ କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଣେ ଲୋକମାନେ ଏକା ଥରକେ ଏତେ ଗୁଡ଼ିଏ ଟଙ୍କା ଧରା ଯିବାକୁ ନେଇ ଆଶ୍ଚଯ୍ୟ ଅଛନ୍ତି।

ହାଜିପୁର ନଗର ର ଥାନା ଅଧିକାରୀ ସୋନପୁର ପୋଲ ପାଖରେ ନାକାବନ୍ଦୀ କରି ରଖିଥିଲେ।ତନାଘନା ସମୟରେ ପୋଲିସ ଏକ ଗାଡିରୁ ଟଙ୍କା ଭର୍ତ୍ତି ବସ୍ତା ଜବତ କରିଛି। ଜାନକାରି ସମୟରେ ପୋଲିସ ମୁଦ୍ରା ସହିତ ଅଢେଇ ଲକ୍ଷ ଟଙ୍କା ଜବତ କରିଛି ଏବଂ ଏହା ସହିତ ଗାଡ଼ି କୁ ମଧ୍ୟ ସିଲ୍ କରିଛି।

ଥାନା ର ପୋଲିସ କର୍ମୀ ମାନଙ୍କୁ ୮ ବସ୍ତା ମୁଦ୍ରା କୁ ୭ ଘଣ୍ଟା ଲାଗିଥିଲା ଗଣିବାକୁ ଏବଂ ଶେଷରେ ସେମାନେ ୧.୩୭ ଲକ୍ଷ ମୁଦ୍ରା ଏବଂ ୨.୫ ଲକ୍ଷ ନଗଦ ଟଙ୍କା ଜବତ କରିଥିଲେ।

ଟଙ୍କା ଭର୍ତ୍ତୀ ବସ୍ତା ଧରା ଯିବାକୁ ନେଇ ଜିଲ୍ଲା ର ଏସପି ମନିସ୍ କୁମାର ଙ୍କୁ ପଚରଗଲା, ସେ ତାଙ୍କ ଉତ୍ତରରେ କହିଲେ ଯେ ଚୟନ କମିଟି ର ନିୟମ ଅନୁସାରେ ଅଧିକ ଟଙ୍କା କୁ ନେଇ ତନାଘନା ଚାଲିଛି। ଟଙ୍କା ର କାମ କଣ ବୋଲି ଯେତେବେଳେ ଏସପି ଙ୍କୁ ପଚରା ଗଲା, ସେ କହିଲେ ଯେ ଏବେ ଯାଞ୍ଚ୍ ଚାଲିଛି ପରେ ସେ ଏହାର ଉତ୍ତର ଦେବେ।

Leave a Reply

Your email address will not be published. Required fields are marked *