କରୋନା ଦ୍ୱାରା ଅଧା ହୋଇଯାଇପାରେ ସ୍ପର୍ମ, ହ୍ରାସ ହୋଇପାରେ ପୁରୁଷଙ୍କର ଫର୍ଟିଲିଟି କ୍ଷମତା

କରୋନା ଭାଇରସ ଦ୍ୱାରା ଗମ୍ଭୀର ଭାବରେ ଅସୁସ୍ଥ ହୋଇଥିବା ପୁରୁଷ ମାନଙ୍କର ଫର୍ଟିଲିଟି ହ୍ରାସ ପାଇବାର ସମ୍ଭାବନା ରହିଛି। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଇସ୍ରାଏଲର ଡାକ୍ତର ମାନେ କରୋନା ସଂକ୍ରମିତ ହୋଇଥିବା ରୋଗୀଙ୍କ ଉପରେ ଗବେଷଣା କରିଛନ୍ତି।

ଇସ୍ରାଏଲର ସେବା ମେଡ଼ିକାଲ ସେଣ୍ଟରର ଡା. ଏଡିରକାଙ୍କ ନେତୃତ୍ୱରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ପୁରୁଷ ମାନଙ୍କର ଯାଞ୍ଚ କରାଯିବାରୁ ତାଙ୍କୁ ଜଣାଡିଲା ଯେ କିଛି ଲୋକଙ୍କର ସ୍ପର୍ମ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଯାଉଛି ଏବଂ ଏପରି ଲୋକଙ୍କ ଫର୍ଟିଲିଟି କ୍ଷମତା କମ ହୋଇଯାଇଥିବାର ଦେଖିବାକୁ ମିଳିଛି।

ଡା. ଡେନ ଏଡିରକାଙ୍କ କହିବା କଥା ଯେ, କରୋନା ଭାଇରସର କାରଣରୁ ସ୍ପର୍ମର ମାତ୍ରା ହ୍ରାସ ପାଇ ଅଧା ହୋଇଯାଇଥାଏ। ଏଥି ସହିତ ସ୍ପର୍ମର ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଡା. ଡେନ ଏଡିରକା ଏହା ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ ପୁରୁଷଙ୍କର ଟେଷ୍ଟିକଲର ଦୁଇଟି ବିଶେଷ ସେଲକୁ ମଧ୍ୟ ନଷ୍ଟ କରିଦେଇ ପାରେ।

ଡା. ଡେନ ଏଡିରକାଙ୍କ କହିବା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ, କରୋନା ଭାଇରସ ପୁରୁଷଙ୍କର ଟେଷ୍ଟିକଲକୁ ଯେଉଁ କ୍ଷତି ପହଞ୍ଚାଇଥାଏ ତାହା ସମୟ ସହିତ ଠିକ ହୋଇଯାଉଛି କି ନାହିଁ। ସେ କହିଛନ୍ତି ଯେ ଏଥିପାଇଁ ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି।

ଏହାପୂର୍ବରୁ ମଧ୍ୟ କିଛି ଅଧ୍ୟୟନରେ ସ୍ପର୍ମ ଗୁଡିକର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ସୂଚନା ସାମ୍ନାକୁ ଆସିଥିଲା। ସେହିପରି ଇସ୍ରାଏଲର ସେବା ମେଡ଼ିକାଲ ସେଣ୍ଟରର ଡାକ୍ତର ମାନଙ୍କର ବର୍ତ୍ତମାନ ଯୋଜନା ରହିଛି ଯେ ଅଧ୍ୟୟନରେ ରୋଗୀଙ୍କୁ ପୁଣିଥରେ ୬ ମାସ ଏବଂ ଗୋଟିଏ ବର୍ଷ ପରେ ଯାଞ୍ଚ କରାଯିବ ଯାହାଦ୍ୱାରା ଶରୀରରେ ଆସିଥିବା ପରିବର୍ତ୍ତନ କିମ୍ବା ବିଲକ୍ଷଣ ପରିଲକ୍ଷିତ କରାଯାଇ ପାରିବ।

Leave a Reply

Your email address will not be published. Required fields are marked *