ଡିସେମ୍ବର ୧୦ ରେ ହାଜର ହେବାପାଇଁ ବର୍ଷା ଙ୍କୁ ଦିଲ୍ଲୀ କୋଟ ର ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଠାରୁ ଛାଡ଼ପତ୍ର ନେବାଲାଗି ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋଟ ଙ୍କ ଜରୀଆରେ ଏବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ କୋଟ ନୋଟିସ ଜାରୀ କରିଛନ୍ତି।

ଅନୁଭବ ଙ୍କ ପକ୍ଷରୁ ଦାୟର ମାମଲାକୁ ସ୍ୱୀକାର କରି ଦିଲ୍ଲୀ ପଟିଆଲା ହାଉସ ଡିସେମ୍ବର ୧୦ ରେ ବର୍ଷା ଙ୍କୁ ହାଜିର ହେବାକୁ ନୋଟିସ ଜାରୀ କଲେ। ବର୍ଷା ଙ୍କୁ ନୋଟିସ ଦିଆଯାଇଥିବାରୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଅନୁଭବ ଙ୍କ ଓକିଲ

ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ଦିଲ୍ଲୀ ର ପଟିଆଲା ହାଉସ କୋଟ ରେ ବର୍ଷା ଙ୍କ ବିରୋଧରେ ଛାଡ଼ପତ୍ର ପିଟିସନ ରେ ଦାଖଲ କରିଛନ୍ତି ଏହି ଛାଡ଼ପତ୍ର ପିଟିସନ ରେ ପତ୍ନୀ ବର୍ଷା ଙ୍କ ବିରୋଧ ରେ ପୃଷ୍ଠା ୪୭ ରେ ବହୁତ ସଂଗିନ ଅଭିଯୋଗ ଅନୁଭବ ଆଣିଛନ୍ତି ପିଟିସନ ରେ ସେ ଲେଖିଛନ୍ତି କି ବର୍ଷା ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ହେଉନଥିଲେ।

ଅନୁଭବ ପିଟିସନ ରେ ଏହା ମଧ୍ୟ ଲେଖି ଅଭିଯୋଗ କରିଛନ୍ତି କି ବର୍ଷା କେବେ ବୈବାହିକ ଖୁସି ଦେଇନଥିଲେ। ମୋ ଉପରେ ସେ ସବୁବେଳେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେ ଅଧିକାଂଶ ସମୟ ତାଙ୍କ ବାପଘରେ ରହୁଥିଲେ। ଏ କଥା କୁ ନେଇ ସେ ଅଧିକାଂଶ ସମୟ ମୋ ସହ ଝଗଡା କରୁଥିଲେ। ବର୍ଷା ଶାଶୁଘର ଲୋକଙ୍କ ସହ ମିଳାମିଶା କରୁନଥିଲେ ଓ ସେଠିକାର ଖାଇବା ମଧ୍ୟ ସେ ପସନ୍ଦ କରୁନଥିଲେ। ମୁଁ ଏଥିପାଇଁ ତାଙ୍କ ଇଚ୍ଛା ରେ ତାଙ୍କୁ ଛାଡ଼ିଦେଲି। କାରଣ ସେ ତାଙ୍କ ବାପଘର ଯିବାପାଇଁ ବହୁତ ବାହାନା କରୁଥଲେ

ଅନୁଭବ କହିଛନ୍ତି କି, ବର୍ଷା ଅନ୍ୟ ଅଭିନେତ୍ରୀ ଙ୍କ ସହ ସମ୍ପର୍କ ଥିବାକୁ ନେଇ ମୋ ନାଁରେ ମିଛ ଅଭିଯୋଗ କରୁଥଲେ। ତାଙ୍କୁ ଓ ତାଙ୍କ ପରିବାର କୁ ମିଛ କେସ ରେ ଫସାଇବାପାଇ ଧମକ ଦେଉଥିଲେ। ତାଙ୍କ ବାପଘର ଲୋକଙ୍କ ଆଗରେ ବର୍ଷା ଅନୁଭବ ଙ୍କୁ ଅପମାନିତ କରୁଥଲେ ଭଲ ସ୍ତ୍ରୀ ଓ ଭଲ ବୋହୂ ହେବାରେ ବର୍ଷା ସଫଳ ହୋଇ ପାରିନାହାନ୍ତି।

ବର୍ଷା ଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସମ୍ପର୍କରେ ସେ ପିଟିସନ ରେ ଉଲ୍ଲେଖ କରିଛନ୍ତି ପିଟିସନ ରେ ଅନୁଭବ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି କି ୨୦୧୯ ମେ ୧ ରୁ ସେ ଦୁହେଁ ଅଲଗା ରହୁଥିଲେ।

ବର୍ଷା ନିଜର ଭରଣ ପୋଷଣ ପାଇଁ କଟକ ଏସଡିଜେଏମ ଅଦାଲତ ଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରୋଟେକ୍ସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଓଲେନସ ଆକ୍ଟ ୨୦୦୫ ଅଧୀନରେ ଏହି ମୋକଦ୍ଦମା ଦାୟ କରଯାଇଛି ସେ ଜିଲ୍ଲା କୋଟର ରେ ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗ ଆସିଥିବା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *