ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ଆଗକୁ ଆସୁଥିବା ଡ୍ରଗ କେସ ରେ ଧରା ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଙ୍କୁ ବମ୍ବେ ଉଚ୍ଚନ୍ୟାୟଳୟ ବୁଧବାର ଜାମିନ ଦେଇଛନ୍ତି। କିନ୍ତୁ ତାଙ୍କ ଭାଇ ଶୋବିକ ଙ୍କ ଜାମିନ ଖାରଜ କରି ଦେଇଛନ୍ତି। ଉଚ୍ଚ୍ୟାୟାଳୟ ମଙ୍ଗଳବାର ଦିନ ମୁମ୍ବାଇ ନିମ୍ନ ଅଦାଲତ ଅଭିନେତ୍ରୀ ଙ୍କ ତତ୍ତ୍ଵାବଧାନ ୧୪ ଦିନ ଆହୁରି ବଢେଇ ଦେଇଛନ୍ତି। ନ୍ୟାୟାଳୟ ରିୟା ଙ୍କୁ ଏକ ଲକ୍ଷ୍ୟ ଟଙ୍କା ର ଜୋରିମାନା ଏବଂ ତାଙ୍କୁ କୁହାଯାଇଛି ଯେ ଜେଲ ରୁ ବାହାରିବା ପରେ ପୋଲିସ ଷ୍ଟେସନ ରେ ଦଶ ଦିନ ପଯ୍ୟନ୍ତ ହାଜିରା ଲଗେଇବାକୁ ପଡ଼ିବ। ଏହା ସହିତ ନ୍ୟାୟାଳୟ କହିଛନ୍ତି ଯେ ରିୟା ତାଙ୍କ ପାସପୋର୍ଟ ପୋଲିସକୁ ଦବାକୁ ଏବଂ ବିନା ନ୍ୟାୟାଳୟ ର ଅନୁମତି ରେ ଦେଶ କିମ୍ବା ମୁମ୍ବାଇ ଛାଡିକରି ଯାଇ ପାରିବେ ନାହିଁ।
କହିଦେବାକୁ ଚାହୁଁଛୁ ଯେ ଅଭିନେତ୍ରୀ ରିୟା ଙ୍କୁ ଦୁଇଥର ନିମ୍ନ ଅଦାଲତ ରୁ ଜାମିନ ଖାରଜ ହୋଇସାରିଥିଲା। ଏହା ପରେ ସେ ଉଚ୍ଚନ୍ୟାୟାଳୟ ର କବାଟ ଠକ ଠକ କରିଥିଲେ। ପୂର୍ବ ପ୍ରାୟ ତିରିଶି ଦିନ ଧରି ଜେଲ ରେ ବନ୍ଦୀ ଥିବା ରିୟା ଙ୍କୁ ମଙ୍ଗଳବାର ଦିନ ବିଚାର ସମ୍ବନ୍ଧୀୟ କାରାଗାର ମଧ୍ୟ ସମାପ୍ତ ହୋଇଯାଇଛି। ବମ୍ବେ ଉଚ୍ଚନ୍ୟାୟଳୟ ତାଙ୍କ ପୂର୍ବ ସପ୍ତାହ ର ମାମଲା ସହ ଜଡ଼ିତ ଶୁଣାଣି କୁ ସୁରକ୍ଷିତ ରଖିଛନ୍ତି।
ସୁଶାନ୍ତ ସିଂ ଙ୍କ ମାମଲାରେ ଜଡିତ ଡ୍ରଗ କେସ ର ସନ୍ଧାନ ରେ NCB ରିୟା ଙ୍କୁ ୪ ସେପ୍ଟେମ୍ବର ରେ ଗିରଫ କରିଥିଲେ। ସୂତ୍ର ମୁତାବକ ରିୟା ଙ୍କ ସହିତ ତାଙ୍କ ଭାଇ ଶୋବିକ୍ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତ ଙ୍କ ଘର ମ୍ୟାନେଜର ସ୍ୟାମୁଏଲ୍ ମିରାଣ୍ଡା ଙ୍କ ଜାମିନ ରେ ମଧ୍ୟ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ଵାରା ଆଜି ବିଚାର ହୋଇପାରେ।
Rhea Chakraborty gets bail on personal bond of Rs 1 lakh.
Court says, "Rhea should mark her presence for 10 days in police station after release, deposit her passport, not travel abroad without court permission & inform investigating officer if she has to leave Greater Mumbai" https://t.co/TBCLt1Cblx
— ANI (@ANI) October 7, 2020
ଏନସିବି ର ନିବେଦନ, ରିୟା ଡ୍ରଗ୍ସ ସିଣ୍ଡିକେଟ ର ସକ୍ରିୟ ସଦସ୍ୟ ଅଟନ୍ତି:
NCB ରିୟା ଏବଂ ଶୋବିତ୍ ଙ୍କ ଜାମିନ କୁ ବିରୋଧ କରିଛି। ଅନୁ ସନ୍ଧାନକାରୀ ନ୍ୟାୟାଳୟ ରେ ଦାଖଲ କରାଯାଇଥିବା ପ୍ରମାଣ ପତ୍ର ରେ କୁହାଯାଇଛି ଯେ ରିୟା ଏବଂ ଶୋବିତ ଡ୍ରଗ କାରବାର ର ମୁଖ୍ୟ ସଦ୍ୟସ ଥିଲେ। ଯେଉଁଥିରେ ଏହି ଦୁଇ ଜଣଙ୍କ ବହୁତ ଉଚ୍ଚ ପଦସ୍ଥ ଡ୍ରଗ କାରବାରରେ ଜଡ଼ିତ ଅଛନ୍ତି। ନିଜର ପ୍ରମାଣ ପତ୍ର ରେ NCB କହିଛି ଯେ ଏହି ଦୁଇ ଜଣଙ୍କ ଉପରେ ଧାରା ୨୭A ଲଗାଯାଇଛି, ଏଥିପାଇଁ ଏହି ଦୁଇ ଜଣଙ୍କୁ ଜାମିନ ନଦେବା ଉଚିତ। NCB କହିଛି ଯେ ରିୟା ଡ୍ରଗ କିଣୁଥିବା କଥା ନିଜେ ସ୍ବୀକାର କରିଛନ୍ତି। ସେ ମାନିଛନ୍ତି ଯେ ଡ୍ରଗ କିଣିବା ପାଇଁ ସ୍ୟାମୁ୍ୟାଲ୍ ମୀରାଣ୍ଡା, ଦିପେସ ସାବତ ଏବଂ ସୋବିତ ଙ୍କୁ କହିଥିଲେ। ଏହା ପୂର୍ବରୁ NCB ଅଦାଲତ କୁ କହିଛି ଯେ ଦୁଇ ଭାଇ ଏବଂ ଭଉଣୀ ଙ୍କୁ ଜାମିନ ଆଗକୁ ପ୍ରଭାବିତ କରିପାରେ।
ରିୟା ଙ୍କ ଓକିଲ ଦାବି କରିଛନ୍ତି ସୁଶାନ୍ତ ପ୍ରଥମରୁ ଡ୍ରଗ୍ସ ନେଉଥିଲେ:
ପୂର୍ବ ଶୁଣାଣି ସମୟ ରେ ଅଭିନେତ୍ରୀ ରିୟା ଙ୍କ ଓକିଲ ସତିଶ ମାନସିଂହ ଦେ ଅଦାଲତ ରେ କହିଥିଲେ କି ରିୟା ଶୁଶାନ୍ତ ଜୀବନରେ ଆସିବା ପୁର୍ବରୁ ଡ୍ରଗ ନେଉଥିଲେ। ସୁଶାନ୍ତ ଏ ବିଷୟ ରେ ଜାଣିଥିଲେ। ମାନସିଂହ ଦେ କହିଛନ୍ତି ଯେ ଏହି କଥା ଏ ପର୍ଯ୍ୟନ୍ତ ତିନି ଜଣ ଅଭିନେତ୍ରୀ ଜାଣିଥିଲେ। ରିୟା ପରି ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନ NCB ରେ ପଚରା ଉଚରା ବେଳେ କହିଛନ୍ତି ଯେ ସୁଶାନ୍ତ ୨୦୧୯ ମସିହା ପୂର୍ବ ରୁ ଡ୍ରଗ ନେଉଥିଲେ।
ସେପଟେ ସୁଶାନ୍ତଙ୍କ ଭଉଣୀ ରିୟା ଙ୍କ ଏଫ ଆଇ ଆର ବିରୋଧରେ କରିଛନ୍ତି ଆବେଦନ:
ସୁଶାନ୍ତ ସିଂ ରାଜପୁତ ଙ୍କ ଭଉଣୀ ରିୟା ଚକ୍ରବର୍ତ୍ତୀ ଙ୍କ ବିରୁଦ୍ଧରେ ଦାଖଲ କରିଥିବା ଏଫ୍ ଆଇ ଆର ବିରୁଦ୍ଧରେ ବମ୍ବେ ଉଚ୍ଚ ନ୍ୟାୟଳୟ ରେ ପତ୍ର ଦାଖଲ କରିଛନ୍ତି। ପତ୍ର ରେ ସୁଶାନ୍ତ ଙ୍କ ଭଉଣୀ ତାଙ୍କ ବିରୁଦ୍ଧରେ ହୋଇଥିବା ଏଫ୍ ଆଇ ଆର କୁ ରଦ୍ଧ୍ କରିବାକୁ କହିଛନ୍ତି। ନିଜର ଗିରଫ ହେବା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ଭଉଣୀ ପ୍ରିୟଙ୍କା, ମିତୁ ସିଂ ଏବଂ ରାମ ମନୋହର ଲୋହିଆ ଡାକ୍ତର ଖାନା ର ନରୁଣ କୁମାର ଙ୍କ ବିରୁଦ୍ଧରେ କେସ ଦାଖଲ କରିଥିଲେ।
ରିୟା ଲଗେଇଥିଲେ ଏହି ଆରୋପ:
ରିୟା ଙ୍କ ଅଭିଯୋଗ ଥିଲା କି ପ୍ରିୟଙ୍କା ସିଂ ସୁଶାନ୍ତ ଙ୍କ ପାଇଁ ମିଛ ଡାକ୍ତରଖାନା ରିପୋର୍ଟ ବନେଇଥିଲେ। ସୁଶାନ୍ତ ଙ୍କୁ ତାଙ୍କ ଭଉଣୀ ବେସରକାରୀ ଭାବରେ ଔଷଧ ଦେଉଥିଲେ, ଯେ କି NDPS ଦ୍ଵାରା ଆସୁଥିଲା, ରିୟା ନିଜର ଅଭିଯୋଗ ରେ କହିଛନ୍ତି ଯେ ୮ ଜୁନ ସକାଳେ, ସେ ଯେତେବେଳେ ସୁଶାନ୍ତ ଘରେ ଥିଲେ, ସେତେବେଳେ ସୁଶାନ୍ତ ଲଗାତାର କାହା ସହିତ ଫୋନ୍ ରେ ଚାଟ୍ କରୁଥିଲେ ।
ସେ ଯେତେବେଳେ ଏହି ବାବଦରେ ସୁଶାନ୍ତ ଙ୍କୁ ପଚାରିଲେ, ସୁଶାନ୍ତ ନିଜର ଭଉଣୀ ଙ୍କ ସହ ଫୋନ୍ ରେ ହଉଥିବା ଚାଟ୍ ତାଙ୍କୁ ଦେଖେଇ ଥିଲେ, ଯେଉଁଥିରେ ତାଙ୍କ ଭଉଣୀ ପ୍ରିୟଙ୍କା ଦିଲ୍ଲୀରେ ବସି ବସି ନିଜ ତରଫରୁ ସୁଶାନ୍ତ ଙ୍କୁ ସାଇକୋତ୍ରୋଫିକ୍ ଔଷଧ ନେବା ପାଇଁ ପରାମର୍ଶ ଦେଉଥିଲେ। ରିୟା ଙ୍କ ଏହି ଏଫ୍ ଆଇ ଆର ରେ ସୁଶାନ୍ତ ଙ୍କ ଭଉଣୀ ଶ୍ଵେତ୍ତା ସିଂ କୀର୍ତ୍ତି ତାଙ୍କ ପ୍ରତକ୍ରିୟାରେ କହିଛନ୍ତି କି କୌଣସି ବି ଜିନିଷ ଆମକୁ ଭାଙ୍ଗି ପାରିବ ନାହିଁ, ଏକ ମିଥ୍ୟା ଏଫ୍ ଆଇ ଆର ତ ବିଲକୁଲ ବି ନୁହେଁ।