ରାଜସ୍ଥାନ ର ବାରା ଜିଲ୍ଲାରେ ଜଣେ ୧୯ ବର୍ଷ ର ଯୁବତୀ କୁ କୁହାକୁହି କରି ଅପହରଣ କରିବାପାଇଁ, ତାକୁ ଗୋଟେ ମାସ ଯାଏ ଅଟକ ରଖି ତାହାସହ ସାମୁହିକ ବଳା-ତ୍କାର କରିବାର ଘଟଣା ସାମ୍ନାକୁ ଆସିଛି।
ମାମଲାରେ ପୀଡିତା ଲଗାତର ପୋଲିସ କୁ ନ୍ୟାୟ ମାଗୁଥିଲା କିନ୍ତୁ ୧୬୧ ଓ ୧୬୪ ର ବୟାନ ପରେ ମଧ୍ୟ ପୋଲିସ ଅପରାଧୀ ମାନଙ୍କୁ ଗିରଫ କରିନାହିଁ। ଏହା ସହ ପୀଡିତା ପରିବାରକୁ ଅପରାଧୀ ଓ ତାର ସହଯୋଗୀ ମାନଙ୍କ ଦ୍ଵାରା ଲଗାତର କେସ ଫେରାଇ ନେବାକୁ ଧମକ ଦିଆଯାଉଛି। ଯାହାର କାରଣରେ ପୀଡିତା ପରିବାର ବାଧ୍ୟ ହୋଇ ନିଜ ଗାଁ କୁ ଛାଡି ଆଉ କେଉଁଠି ରହିବାକୁ ବାଧ୍ୟ ହେଉଛନ୍ତି।
ମାମଲା ଵାରା ଜିଲ୍ଲାର ସିସବାଲୀ ଥାନା କ୍ଷେତ୍ରର ଅଟେ। ଯେଉଁଠି ଜଣେ ୧୯ ବର୍ଷ ର ଯୁବତୀ କୁ ୧ ଜୁଲାଇ ରେ ଗାଁ ର ଦୁଇଜଣ ଯୁବକ ବୁଲିବା ବାହାନାରେ ମୋଟସାଇକେଲରେ ବସାଇ ଜବରଦସ୍ତି ମଧ୍ୟ ପ୍ରଦେଶର ହୀରାପୁର ନେଇଯାଇଥିଲେ ଓ ସେଠି ଏକ ଘରେ ଝିଅ କୁ ଅଟକ କରି ରଖିଥିଲେ। ସେଠି ବାରମ୍ବାର ସେ ମାସକ ଯାଏ ଝିଅ କୁ ବଳା-ତ୍କାର କହୁଥିଲେ। ଏହି ବିଷୟରେ ଯୁବତୀ ର କହିବା କଥା କି ସେ ଚିଲାଉ ଥିଲା ଓ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ତାକୁ ରୁମ ରେ ତାଲା ଲଗାଇ ବନ୍ଦ କରି ଦିଆଯାଇଥିଲା। ତାକୁ କାହା ସହ କଥା ହେବା ପାଇଁ ଦେଉନଥିଲେ।
ଯୁବତୀ ଲଗାତର ନିଜ ଘରକୁ ଯିବା କଥା କହିଲେ ଓ ନିଜ ସହ ହେଉଥିବା ଦୁଷ୍କର୍ମ ର ବିରୋଧ କରିବାକୁ ତାକୁ ମରାମରି କରାଯାଉଥିଲା। ପରେ ମାମଲା ବିଗିଡିବାର ଦେଖି ଜଣେ ଯୁବକ ତାକୁ ଡରେଇ ଧମକାଇ ବିବାହ କାଗଜରେ ଦସ୍ତକତ କରାଇଥିଲା। ବିବାହ ପରେ ଦୁଇଜଣ ଯୁବକ ତାକୁ ମାଙ୍ଗରୋଲ ର ରେନଗଡ ଗାଁ କୁ ନେଇ ଆସିଲେ ଯେଉଁଠି ଦୁଇଜଣ ଯୁବକ ତାହା ସହ ବଳା-ତ୍କାର କରିପାରିବେ।
ଆହତ ଝିଅ ସୁଯୋଗ ପାଇ ଜଣେ ଯିବା ଆସିବା କରୁଥିବା ଲୋକ ର ମୋବାଇଲ ରୁ ନିଜ ଭେଣେଇ କୁ ଫୋନ କଲା, ତେବେ ଯାଇ ପାଖାପାଖି ଗୋଟେ ମାସ ପରେ ସିସବାଲୀ ଥାନାରେ ପୋଲିସ ଝିଅ କୁ ପରିବାର ସହ ଝିଅ କୁ ସେଠୁ ଥାନାକୁ ନେଇଗଲେ।
ଏହାପରେ ଝିଅ ସହିତ ସେ ଦୁଇଜଣ ଯୁବକକୁ ମଧ୍ୟ ନେଇଗଲେ କିନ୍ତୁ ପୋଲିସ ଝିଅ କୁ ପରିବାର ଲୋକଙ୍କୁ ଦେଇଦେଲେ ଓ ଯୁବକ ଦୁଇଜଣ କୁ ଛାଡି ଦେଲେ ଝିଅ ଦ୍ବାରା ଘଟଣାର ସୂଚନା ନିଜ ବାପାକୁ ଦେଲା ପରେ ପୋଲିସ ରେ ପୀଡ଼ିତ ପରିବାର ମାମଲା ଦର୍ଜ କରିଲେ ଯେଉଁଠି ଯୁବତୀ ନିଜ ସହ ହୋଇଥିବା ଦୁଷ୍କର୍ମ ର କଥା କହିଲା।
ଏହି ମାମଲାରେ ପୋଲିସ ଡିଏସପି ଜିନେନ୍ଦ୍ର ଜେନ ଙ୍କ କହିବା କଥା କି ଘଟଣା ୧ ଜୁଲାଇ ର ଅଟେ। ଝିଅ ବାପା ର ଅଭିଯୋଗ ପରେ ତାହାର ତଲାସ କରାଯିବାରୁ ୩ ଅଗଷ୍ଟ ରେ ଝିଅ ବାପାଙ୍କ ସହ ଥାନାକୁ ଆସିଲା ଓ କହିଥିଲା କି ମୁଁ ବାପା ମାଆ ଙ୍କ ଉପରେ ରାଗିଥିଲି ଓ କେଉଁଠାକୁ ଚାଲି ଯାଇଥିଲି। ପୁଣି ୭ ଅଗଷ୍ଟ ରେ ପୀଡିତା ଯୁବତୀ ବାପା ମାଆ ଙ୍କ ସହିତ ଥାନାକୁ ଆସିଲା ଓ ଦୁଇଜଣ ଯୁବକ ବାଇକ ବସାଇ ନେଇ ହୀରାପୁର ଗାଁ ରେ ଅଟକ ରଖି ସାମୁହିକ ବଳାତ୍କାର ର ଆରୋପ ଲଗାଇଥିଲେ। ଯେଉଁଥିରେ ସିସବାଲୀ ଥାନାର ମାମଲା ଦର୍ଜ କରାଗଲା।୯ ଅଗଷ୍ଟ ରେ ପୀଡିତା ଓ ତାର ବାପା ମାଆ ଙ୍କ ବୟାନ ଲେଖାଗଲା ପୀଡିତା ଷ୍ଟାମ୍ପ ଉପରେ ବିବାହ କରିବାର କଥା ସାମ୍ନାକୁ ଆସିଛି। ଏହି ମାମଲାର ଆଗକୁ ମଧ୍ୟ ତଲାସ କରାଯାଉଅଛି।
ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।